ଆଜିର ଅନୁଚିନ୍ତା

ତାରିଖ : ୧୯/୦୩/୨୦୨୧,ଶୁକ୍ରବାର

0 278

➡️ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ !!
➡️ବନ୍ଧୁତା ସର୍ବଦା ନିଜର ସମସାମୟିକ ସମଭାବାପନ୍ନ, ସମାନ ଅବସ୍ଥାର ଲୋକଙ୍କ ସହିତ କରିବା ଆବଶ୍ୟକ । ନିଜଠାରୁ ଛୋଟ ବା ଉଚ୍ଚ ସ୍ତରର ଲୋକଙ୍କ ସହିତ ବନ୍ଧୁତା କେବେ ସୁଖ ଦେଇପାରେ ନାହିଁ
➡️ମଣିଷ ଯେଉଁମାନଙ୍କ ସହିତ ରହିବ ତା ଉପରେ ସେଇମାନଙ୍କର ପ୍ରଭାବ ପଡିବ । ଯେମିତି ବୀଜରୁ ଫସଲର ସ୍ଥିତି କଳନା କରାଯାଇ ପାରେ ଠିକ୍ ସେଇପରି ଭଲ ବନ୍ଧୁ ସଂସର୍ଗରେ ଜଣେ ଭଲ ଏବଂ ଖରାପ ବନ୍ଧୁ ସଂସର୍ଗରେ ଖରାପ ହୋଇପାରେ !
➡️ପ୍ରତ୍ୟେକ ପ୍ରକାରର ବନ୍ଧୁତା ପଛରେ କିଛିନା କିଛି ସ୍ୱାର୍ଥ ନିହିତ ରହିଥାଏ । ଏହା ଏକ କଟୁ ସତ୍ୟଯେ ବିନା ସ୍ୱାର୍ଥରେ ସନ୍ଧି ବା ମିତ୍ରତା ହୋଇପାରେ ନାହିଁ !
➡️ମିତ୍ର ସାହାଯ୍ୟରେ ଅଶାନ୍ତ ସମୁଦ୍ର ବି ପାର କରିହୁଏ !
➡️ଦରକାରଠାରୁ ବେଶି ସମ୍ମାନ ଓ ସମୟ ଦେଲେ ମଣିଷ ବଦଳି ଯାଆନ୍ତି ।
➡️ନିଜ ଘର ଭଲ ହେଉ ବା ଭଙ୍ଗା ହେଉ ନିଜ ଘର ଭଳି ଶାନ୍ତି କୌଣସି ରାଜପ୍ରାସାଦରେ ମିଳେ ନାହିଁ ।
➡️ଯେଉଁ ଲୋକଙ୍କ ପାଖରେ ମାନବିକତା ବା ମଣିଷ ପଣିଆକୁ ନଥାଏ ସେମାନଙ୍କ ପାଖରେ ସମ୍ପର୍କର ମୂଲ୍ୟ କିଛି ନଥାଏ ।
➡️ଗାଡିରେ ଯଦି ବ୍ରେକ୍ ନାହିଁ ତେବେ ଦୁର୍ଘଟଣା ନିଶ୍ଚିତ ଆଉ ଜୀବନରେ ଯଦି ସଂସ୍କାର ଓ ମର୍ଯ୍ଯାଦା ନାହିଁ ତାହା ହେଲେ ପତନ ନିଶ୍ଚିତ ଅଟେ ।
➡️ମାଆ ଡାକିବାରେ ଯେଉଁ ଖୁସି ଅଛି, ସେ ଖୁସି Mummy, mom, mama ଡାକିବାରେ ନାହିଁ ।
ଶୁଭ ସକାଳ.ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ !

Leave A Reply

Your email address will not be published.