ଆଜିର ଅନୁଚିନ୍ତା

ତାରିଖ - ୩୦:୦୩:୨୦୨୧ (ମଙ୍ଗଳବାର)

0 326

➡️ଯେଉଁଠି ବିଶ୍ବାସର ମୂଲ୍ୟ କିଛି ନଥାଏ ସେଇଠି ସମ୍ପର୍କର ମୂଲ୍ୟ ଖୋଜିବା ବୃଥା ଅଟେ ।
➡️ପୃଥିବୀର ଅନେକ ରହସ୍ୟ ମଣିଷ ଉଦ୍ଘାଟନ କରିଛି, ହେଲେ ବଞ୍ଚିବାର ବାଟକୁ ଛାଡିକି !
➡️କୌଣସି ଧର୍ମ ସଙ୍କଟରେ ନାହିଁ
ସଙ୍କଟରେ ଅଛି ପେଟ
ସଙ୍କଟରେ ଅଛି ଚାକିରୀ
ସଙ୍କଟରେ ଅଛି ସମାଜ
ସଙ୍କଟରେ ଅଛି ଦେଶ
ଆଉ ମହାସଙ୍କଟରେ ଅଛି ଦେଶର ଶିକ୍ଷିତ ବେକାର ପୁଅ ଝିଅ ମାନଙ୍କର ଭବିଷ୍ୟତ !
➡️ବିଶ୍ବାସ ଗଢିବାକୁ ଯେତେ ସମୟ ଲାଗୁ ନା କାହିଁକି ବିଶ୍ବାସ ଭାଙ୍ଗିବା ପାଇଁ ଗୋଟିଏ ମୂହୁର୍ତ୍ତ ଯଥେଷ୍ଟ
➡️ବିଶ୍ବାସ ଭାଙ୍ଗି ଥିବା ଲୋକକୁ ବି ଥରେ Thank you କୁହ, କାରଣ ସେ ହିଁ ତୁମକୁ ଶିଖେଇ ଥାଏ —ବିଶ୍ବାସ କରିବା ଆଗରୁ ଶହେ ଥର ଭାବି ଚିନ୍ତି କରିବ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ

Leave A Reply

Your email address will not be published.