ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ

ଖବର ଆଜିର,ତାରିଖ ୩୦-୦୩-୨୦୨୧/ ମଙ୍ଗଳବାର

0 261

୧-କରୋନା ପାଇଁ ବନ୍ଦ ହେବନି ନବମ ଓ ଏକାଦଶ ପାଠପଢ଼ା – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୨-ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।
୩-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪ ପ୍ରତିଶତରୁ ଅଧିକ ସଂକ୍ରମିତ ।
୪-ବିରଜା ପାଞ୍ଜିର ଭବିଷ୍ୟବାଣୀ: ପଣା ସଂକ୍ରାନ୍ତି ପରେ ଦେଶ ଓ ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିବ ।
୫-ଖୋର୍ଦ୍ଧାରୋଡ୍‌ରୁ ନୟାଗଡ ଟାଉନ୍‌କୁ ଗଡିଲା ସ୍ପେଶାଲ ଇଲେକ୍ଟ୍ରି ଟ୍ରେନ୍, ପରୀକ୍ଷାମୂଳକ ଭାବେ କଲା ଚଳାଚଳ ।
୬-ହୋଲିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଲା ଅଘଟଣର ଖବର । ସୁବର୍ଣ୍ଣପୁରରେ ନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ ।
୭-ମୟୂରଭଂଜରେ ପ୍ରସୂତୀଙ୍କୁ ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ । ହେଲମେଟ ପିନ୍ଧିନଥିବାରୁ ସ୍ୱାମୀଙ୍କୁ ଉଠାଇ ନେଇଥିଲା ପୋଲିସ ।
୮-ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ କରୋନା ପଜିଟିଭ୍ ହେଲେ ବଦ୍ରିନାଥ । ସାଙ୍ଗ ହୋଇ ଖେଳିଥିଲେ ୱାର୍ଲଡ୍ ରୋଡ୍ ସେଫଟି ସିରିଜ୍ ।
୯-ମନସୁଖ ହିରେନ ହତ୍ୟାକାଣ୍ଡ: ମିଠି ନଦୀରୁ ଏନଆଇଏକୁ ମିଳିଥିବା ନମ୍ବର ପ୍ଲେଟ ମୋ ଗାଡ଼ିର ବୋଲି ଦାବି କଲେ ଔରାଙ୍ଗାବାଦ ଯୁବକ ।
୧୦-ସିଲ ହେଲା କଲେଜ । ଏକାଥରେ ୩୬ ପଜିଟିଭ ଚିହ୍ନଟ ପରେ ଭବାନୀପାଟଣା ପ୍ରଗତି କଲେଜ ସିଲ୍ ।
୧୧-ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଶ୍ରେୟା ମିଶ୍ର ।
୧୨-ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୫ ପୁଲିସ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ  ଦକ୍ଷତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମାନ ମିଳିଛି।
୧୩-ପଶୁ ଦେହରୁ ମଣିଷ ପାଖକୁ କରୋନା ଭୂତାଣୁ ଆସୁଥିବା ଆଶଙ୍କା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନର ମିଳିତ ଗବେଷଣାରୁ ଆସିଲା ରିପୋର୍ଟ ।
୧୪-ସୁଏଜ କେନାଲରେ ଦୂର ହେଉଛି ଅଚଳାବସ୍ଥା । ଆଂଶିକ ଭାବେ ଭାସିଲା ସପ୍ତାହେ ଧରି ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ ।
୧୫-ନନ୍ଦିଗ୍ରାମରେ ମହାସଂଗ୍ରାମ । ଭୋଟ ହାତେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.