ଆଜିର ଅନୁଚିନ୍ତା

 ତାରିଖ : ୨୧/୦୪/୨୦୨୧,ବୁଧବାର

0 289

➡️”ଗାଈ ଯାହା ଖାଇଲେ ମଧ୍ୟ କ୍ଷୀର ଦେଇଥାଏ । କ୍ଷୀରରୁ ଅନେକ ସୁମିଷ୍ଟ ଖାଦ୍ୟ, ମିଷ୍ଟାନ୍ନ ତିଆରି ହୋଇଥାଏ । ଜ୍ଞାନୀ ବିଦ୍ବାନ ଯାହା କରନ୍ତୁ ସେଥିପ୍ରତି ଧ୍ୟାନ ନଦେଇ ତାଙ୍କର ଜ୍ଞାନଗାରିମାକୁ ବିଚାର କରିବା ଆବଶ୍ୟକ !!
➡️”ମଣିଷ ଯେଉଁମାନଙ୍କ ସହିତ ରହିବ ତା ଉପରେ ସେଇମାନଙ୍କର ପ୍ରଭାବ ପଡିବ । ଯେମିତି ବୀଜରୁ ଫସଲର ସ୍ଥିତି କଳନା କରାଯାଇ ପାରେ ଠିକ୍ ସେଇପରି ଭଲ ବନ୍ଧୁ ସଂସର୍ଗରେ ଜଣେ ଭଲ ଏବଂ ଖରାପ ବନ୍ଧୁ ସଂସର୍ଗରେ ଖରାପ ହୋଇପାରେ !!
➡️”ପ୍ରକୃତ ମିତ୍ର ତା ମିତ୍ରର ବୁନ୍ଦାଏ ଝାଳ ପାଇଁ ନିଜ ଦେହର ରକ୍ତ ବୁହାଇ ଦେଇପାରେ । ଦୁଷ୍ଟ ମିତ୍ର ଅପେକ୍ଷା ବରଂ କୁମ୍ଭୀର ଭଲ । କାରଣ ସେ ଦରକାର ବେଳେ ନକଲି ଲୁହ ବୁହାଇ ସମବେଦନା ଦେଖାଇପାରେ !!
➡️ହୃଦୟକୁ ବୁଝି ପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ, ମନ କଥା ଯଦି ସମସ୍ତେ ବୁଝିଯାଆନ୍ତେ ତାହେଲେ ଏ ସଂସାରରେ ଦୁଃଖ ବୋଲି ଆଉ କିଛି ନଥାନ୍ତା ।
➡️ଜୀବନର ଗୋଟିଏ ସତ କଥା ପୂଜା ସରିଗଲେ ପ୍ରସାଦ ମିଳେ ଆଉ ସ୍ବାର୍ଥ ସରିଗଲା ପରେ ଧୋକା ମିଳେ ।
➡️ ଭଗବାନଙ୍କ ଲୀଳା ବଡ ବିଚିତ୍ର, କୋଇଲିକୁ କଣ୍ଠ ଦେଲେ ରୂପ ଦେଲେନାହିଁ,
ମୟୁରକୁ ରୂପ ଦେଲେ ଇଛା ଦେଲେନାହିଁ, ମନୁଷ୍ୟକୁ ଇଛା ଦେଲେ ସନ୍ତୋଷ ଦେଲେନାହିଁ,
ସାଧୁଙ୍କୁ ସନ୍ତୋଷ ଦେଲେ ସଂସାର ଦେଲେ ନାହିଁ, ସଂସ୍କାରରେ କେହି ପୂର୍ଣ୍ଣ ନୁହେଁ ,କେବଳ ଭଗବାନ ହିଁ ପୂର୍ଣ୍ଣ ।
➡️ଅତୁଟ ବିଶ୍ବାସ ହିଁ ସଫଳତାର ମୂଳ ଦୁଆ ।
➡️ ବାପା ଓ ମାଆ ଯେତେ ବେଳେ Phone କରିବେ ହଜାରେ ବ୍ୟସ୍ତ ଥିଲେମଧ୍ୟ Call କାଟିବ ନାହିଁ କାରଣ ବାପା ମାଆଙ୍କ Call ମାନେ ଭଗବାନଙ୍କ ଆଶୀର୍ବାଦ ।
ଆଜିର ସନ୍ଥବାଣୀ
?ତୁମେ ଥରେ ଭୂଲ କର କ୍ଷମା ପାଇବ, ଦୁଇ ଥର ଭୂଲ କର ହୁଏତ କ୍ଷମା ପାଇବ କିନ୍ତୁ ବାରମ୍ବାର ସେହି ଗୋଟିଏ ଭୂଲ କରି କ୍ଷମା ଆଶା କରନା ! କାରଣ ଏହା ଭୂଲ ନୁହେଁ ଅପରାଧ !!
?କେବଳ ହଁ ରେ ହଁ ମିସେଇବା ଆରମ୍ଭ କରିଦିଅ, ବିଶ୍ୱାସ କର ତୁମେ ନଚାହିଁବା ପର‌୍ୟ୍ୟନ୍ତ ସମ୍ପର୍କ ଭାଙ୍ଗିବ ନାହିଁ !!
?କାହାକୁ କନ୍ଦେଇବା ଆଗରୁ ସବୁବେଳେ ମନେରଖ; ‘ଆଖିର ଲୁହ ଅଭିଶାପ ଦିଏ’ !!
?ଜୀବନରେ “ହାରିବା” ଶିଖ, ଆଉ ଜଣେ ଜିତୁଥିବା “ଦେଖିବା” ଶିଖ, ଆଖିରେ ଲୁହ ରଖି “ହସିବା” ଶିଖ, ପ୍ରତାରଣାକୁ ସହି “ଆଗକୁ” ବଢିବା ଶିଖ, ତୁମକୁ ଘୃଣା କରିଥିବା ଲୋକକୁ “ଭଲ” ପାଇବା ଶିଖ
?କର୍ମ ଯେତେ ଉଚ୍ଚକୋଟୀର ହେଉନା କାହିଁକି, ଯଦି ଉଦ୍ଦେଶ୍ୟ ମହତ ନାହିଁ ତେବେ ସଫଳତା ଆଶା କରିବା ଅନୁଚିତ, ଏହା ଗଙ୍ଗା କୂଳରେ ତିଳକଧାରୀ ନକଲି ପୂଜକ ସହ ସମାନ !!
?ମଣିଷ ବଡ଼ ଅଦ୍ଭୁତ ପ୍ରାଣୀ ! ନିଜେ ଧୋକା ସହିପାରେ ନାହିଁ, କିନ୍ତୁ ନିଜେ ଆଉ କାହାକୁ ଧୋକା ଦେବାକୁ ଆଗେଇ ଯାଏ !!
?ମଣିଷର ଜୀବନରେ ଯେଉଁ ଜିନିଷଟା ବେଶୀ ପ୍ରୟୋଜନ ତାହା ହେଉଛି ଧର୍ଯ୍ୟ, କାରଣ ଭଲ ସମୟରେ ଧର‌୍ୟ୍ୟର ପ୍ରୟୋଜନ; ଖରାପ ସମୟରେ ବି ଧର୍ଯ୍ୟର ପ୍ରୟୋଜନ ! ଧର‌୍ୟ୍ୟହରା ହେଲେ ସର୍ବନାଶ !!
➡️”କୁମ୍ଭୀର କାନ୍ଦଣା କାନ୍ଦୁଥିବା ବ୍ୟକ୍ତିଙ୍କ ସହିତ ବନ୍ଧୁତା ବାନ୍ଧିବା ଅର୍ଥ ନିଜକୁ ବିପଦ ମଧ୍ୟକୁ ଠେଲିଦେବା
➡️”ମୁହଁରେ ଗୋଟେ କଥା ପଛରେ ଆଉ ଗୋଟେ କଥା କହୁଥିବା ଲୋକଠାରୁ ସାମାଜିକ ଦୂରତା ବଜାଇ ରଖନ୍ତୁ କାହିଁକି ନା ଏମିତିକା ଲୋକ କରୋନା ମହାମାରୀ ଠାରୁ ବି ଭୟଙ୍କର !!
?ଶୁଭ ସକାଳ? ପବିତ୍ର ଶ୍ରୀରାମ ନବମୀ ର ଅନେକ ଅନେକ ଶୁଭେଚ୍ଛା ?ଜୟ ଶ୍ରୀରାମ ?

Leave A Reply

Your email address will not be published.