ଆଜିର ଖବର

ତାରିଖ–୨୧.୦୭.୨୦୨୧(ବୁଧବାର)

0 221

୧. ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ ।
୨. ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା ।
୩. ମନ୍ଦିର, ପୁଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ଓ ପୁରୀ ମ୍ୟୁନିସିପାଲଟିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।
୪. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ।
୫. ଶ୍ରୀଜିଉଙ୍କ ଆଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ସେବା ପାଇଁ ଗଜପତି ମହାରାଜାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୬. ପାରଳାଖେମୁଣ୍ଡି ସୌମ୍ୟରଜଂନଙ୍କ ମୃତ୍ୟୁ ଘଟଣା: ପରକୀୟା ପ୍ରୀତି ରହିଥିବା ପତ୍ନୀ ବିଦ୍ୟାଭରତୀଙ୍କ ଅଭିଯୋଗ, ଶ୍ୱଶୁର କହିଲେ ଜ୍ୱାଇଁ ଥିଲେ ୧ ନମ୍ବର ।
୭. ଉବୁଟୁବୁ ଟ୍ୱିନ ସିଟି: କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ ।
୮. ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ତିନି ରଥ ପହଂଚିବା ପରେ ଏକସ୍ବରରେ ଶହ ଶହ ସେବାୟତ ଗାଇଲେ ଗୀତଗୋବିନ୍ଦ ।
୯. କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭାର୍ଗବ କହିଲେ ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ।
୧୦. ଦେବଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ହେଲେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ, ୨୦୧୯ରୁ ମସ୍କୋ ସ୍ଥିତ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ ଭାବେ କାର୍ଯ୍ୟ କରୁଥିଲେ ।
୧୧. ଜମ୍ମୁ-କଶ୍ମୀରର ଶ୍ରୀନଗର ଜିଲାରେ ୩୦ କେଜି ଆଇଇଡି ବିସ୍ଫୋରକକୁ ମଙ୍ଗଳବାର ନିଷ୍କ୍ରିୟ କରିଦେଇଛି ସୁରକ୍ଷା ବଳ। ଫଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି ।
୧୨. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ, ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁରୋଧ କଲେ ।
୧୩. ଦେଶରେ ପ୍ରଥମ ମୁଣ୍ଡ ନେଲା ବାର୍ଡ ଫ୍ଲୁ, ଆଇସୋଲେସନରେ ହସ୍ପିଟାଲ କର୍ମଚାରୀ ।
୧୪. ଭାରତରେ କରୋନା ମୃତ୍ୟୁ ନେଇ ଆମେରିକୀୟ ସଂସ୍ଥାର ଦାବି। ସରକାରୀ ହିସାବଠାରୁ ୧୦ ଗୁଣା ଲୋକଙ୍କ ହୋଇଛି ମୃତ୍ୟୁ ।
୧୫. ବକ୍ରି-ଇଦ୍ ନେଇ କେରଳ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବାବେଳେ କୋଭିଡ୍ କଟକଣା କୋହଳ ଉଚିତ୍ ନୁହେଁ ।
୧୬. ବ୍ରହ୍ମପୁର:ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ଦେବଦୂତ’ ପୁରସ୍କୃତ ।
୧୭. ଶ୍ରୀଲଙ୍କା ଉପରେ ଭାରି ପଡିଲେ ଦୀପକ ଚହର, ଦ୍ଵିତୀୟ ମ୍ୟାଚ୍‌କୁ ୩ ଓ୍ଵିକେଟ୍‌ରେ ଜିତି ସିରିଜ୍ କବଜା କଲା ଭାରତ ।
୧୮. ବିଦ୍ୟାଳୟ ଖୋଲିବା ସ୍ୱାଗତଯୋଗ୍ୟ, ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟିକା ଦିଅ; ଓଷ୍ଟା ।
୧୯. ମହାମାରୀ କରୋନାରୁ ୨୩୪୧ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୩୫୦୦୭ ଜଣ ସୁସ୍ଥ ହୋଇଛନ୍ତି ।
୨୦. ଜୁଲାଇ ୩୧ ସୁଦ୍ଧା ଶତପ୍ରତିଶତ ଟିକାକରଣ: ବିଏମ୍‌ସି କମିସନର ।
୨୧. ହାଇଆଲର୍ଟରେ ଦିଲ୍ଳୀ; ଅଗଷ୍ଟ ୧୫ ଯାଏଁ ବନ୍ଦ ରହିବ ଲାଲକିଲ୍ଲା ।
୨୨. ‘ତାଇୱାନକୁ ସାହାଯ୍ୟ କଲେ ପରମାଣୁ ବୋମାରେ ଦେବୁ ଜବାବ, ଜାପାନକୁ ଧମକ ଦେଲା ଚୀନ ।
୨୩. CBSEର ବିଦ୍ୟାଳୟକୁ ଚିଠି: ଆସନ୍ତାକାଲି ୧୨ ଟା ସୁଦ୍ଧା ବୋର୍ଡ ଦ୍ୱାରା FAQ ପ୍ରସ୍ତୁତ ହେବ । ତେବେ ୨୨ ତାରିଖ ପରେ ୩୧ ତାରିଖ ପୂର୍ବରୁ ବୋର୍ଡ଼ କେବେବି ପରୀକ୍ଷା ଫଳ ପ୍ରକାଶ କରିପାରେ ।
➡️ପାଳିବା କାରୋନା ନିୟମ ପାଳନ, ରୋକିବା କରୋନା ସଂକ୍ରମଣ , ଟିକା ନିଅନ୍ତୁ , କରୋନାକୁ ହରାନ୍ତୁ । ଶୁଭସକାଳ , GOOD MORNING

Leave A Reply

Your email address will not be published.