ଆଜିର ନୀତିବାଣୀ

0 459

ଆଜି ୧୪/୦୧/୨୦୨୧,ଗୁରୁବାର,ମକର ସଂକ୍ରାନ୍ତି ପୁଣ୍ୟ ତିଥି. ଆଜି ଠାରୁ ସୂର୍ଯ୍ୟ ଦେବଙ୍କର ଉତ୍ତରାୟଣ ଉର୍ଦ୍ଧ୍ୱ ମୁଖି ଗତି ହେତୁ ଋତୁ ଶ୍ରେଷ୍ଠ ବସନ୍ତ ପ୍ରାରମ୍ଭ ହେବ ଏବଂ ଏହି ପବିତ୍ର ଦିନ ଠାରୁ ଦିନ ବଡ଼ ଓ ଉତପ୍ତ ହେବା ଆରମ୍ଭ କରିବ. ପୌରାଣିକ ପରମ୍ପରା ଅନୁସାରେ ସଜ ଫସଲ ଅମଳ ନିମନ୍ତେ ଏହା ଅତ୍ୟନ୍ତ ଶୁଭ ଦିନ. ଚାଷୀ ମାନେ ଏହି ଦିନ ନିଜ ନିଜ ର ନୂତନ ଫସଲ ଅମଳ କରି ମକର ଚାଉଳ ନାମକ ଏକ ସ୍ୱତନ୍ତ୍ର ପ୍ରସାଦ ( ନୂତନ ଚାଉଳ, କଦଳୀ, ନଡ଼ିଆ, ଗୁଡ଼, ରାଶୀ, ରସଗୋଲା, ଖଇ, ଛେନା ପୋଡ଼ ) ପ୍ରସ୍ତୁତ କରି ଦେବା ଦେବୀ ଙ୍କ ନିକଟ ରେ ନୈବେଦ୍ୟ ଲଗାନ୍ତି.
କିମ୍ବଦନ୍ତୀ ଅନୁଯାଇ ଏହି ପୁଣ୍ୟ ତିଥି ରେ ଶ୍ରଦ୍ଧାଳୁମାନେ ପ୍ରାତଃ କାଳେ ନଦୀ ତୁଠ ରେ ବୁଡ଼ ପକାଇ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରନ୍ତି. ଓଡ଼ିଶା ର ପ୍ରମୁଖ ସୂର୍ଯ୍ୟ ମନ୍ଦିର ମାନଙ୍କ ରେ ଏହି ପର୍ବ ଊସ୍ଛବ ମୁଖର ହୋଇ ଉଠେ ତଥା ମକର ମେଳା ଅନୁଷ୍ଠିତ କରା ଯାଇଥାଏ ( କୋଣାର୍କ ର ସୂର୍ଯ୍ୟ ମନ୍ଦିର, ଧବଳେଶ୍ୱର, ଅଟ୍ରି ଖୋର୍ଦ୍ଧାରେ ହଟକେଶ୍ୱର, ବାଲେଶ୍ୱର ର ମକର ମୁନି ମନ୍ଦିର ଇତ୍ୟାଦି
ପଶ୍ଚିମ ଓଡ଼ିଶା ରେ ଏହି ଦିନ ବନ୍ଧୁତ୍ୱ ର ଏକ ଅଭୂତପୂର୍ବ ଆକର୍ଷଣୀୟ ମିଳନ ଦେଖିବାକୁ ମିଳେ. ଦୁଇ ପୁରୁଷ ବନ୍ଧୁ ପରସ୍ପର ବନ୍ଧୁତ୍ୱ ର ବନ୍ଧନ ରେ ଆବଦ୍ଧ ହୋଇ ପରସ୍ପର ହାତରେ ମିତ୍ରତା ର ସାକ୍ଷ ସ୍ୱରୂପ ଘଟ ସୂତ୍ର ବାନ୍ଧି ମକର ଚାଉଳ କିମ୍ବା ମହାପ୍ରସାଦ ଖୁଆଇ ଏହି ଦିନ ଠାରୁ ପରସ୍ପର ର ନାମ ଧରି ଉଚାରଣ ନକରି ମହର୍ଷଦ ନାମେ ସମ୍ବୋଧନ କରନ୍ତି. ଠିକ ସେହି ପରି ଦୁଇ ମହିଳା ମିତ୍ର ପରସ୍ପରକୁ ମକର ନାମେ ସମ୍ବୋଧନ କରନ୍ତି.
ପବିତ୍ର ମକର ସଂକ୍ରାନ୍ତି ର ଶୁଭ ଦିନ ରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ସତ୍ୟସନ୍ଧାନ ପରିବାର ତରଫରୁ ହାର୍ଦିକ ଅଭି ନନ୍ଦନ ଓ ଶୁଭେଛା, ଜୟ ଜଗନ୍ନାଥ ।।ଜୟ ସୋମନାଥ।।

ଆଜିର ନୀତିବାଣୀ
➡️ନିଜକୁ ଖୁସିରେ ରଖିବା ଦାୟିତ୍ବ ନିଜର ହିଁ ଅଟେ,କୌଣସି ଅନ୍ୟ ଲୋକଠାରୁ ଏହାର ଆଶା ରଖିଲେ ଶେଷରେ ଦୁଃଖ ହିଁ ମିଳିବ।
➡️ତୁମର ଭଲ ସମୟ ଚାଲିଥିବାବେଳେ ଅଚିହ୍ନା ଲୋକ ମଧ୍ୟ ନିଜର ଭଳି ବ୍ୟବହାର କରନ୍ତି,କିନ୍ତୁ ତୁମର ଖରାପ ସମୟ ବେଳେ ଚିହ୍ନାଲୋକ ମଧ୍ୟ ଅଚିହ୍ନା ଭଳି ଅଭିନୟ କରନ୍ତି।
➡️ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ , ଯଦି ବାଟ କଣ୍ଟାର ହୁଏ ତ ନିଜର ଲୋକ ବି ହାତ ଛାଡି ଦେବେ ନିଜ ସ୍ବାର୍ଥ ପାଇଁ ।
➡️ କଥାରେ କଣ ଅଛି, ନିଜ କର୍ମ ରେ ବିଶ୍ବାସ କର । ମୂହୁର୍ତ୍ତରେ ସେହି ଲୋକ ପ୍ରଶଂସାରେ ପୋତି ପକାନ୍ତି, ପୁଣି ସେହି ଲୋକ ନିନ୍ଦାରେ ଭସାଇ ଦିଅନ୍ତି ।
➡️ଜୀବନରେ ଗୋଟିଏ ନିୟମ ରଖ ସିଧା କଥା କୁହ, ସତ୍ୟ କୁହ, ମୁହଁ ଉପରେ କୁହ ଯିଏ ନିଜର ହୋଇଥିବେ ସେ ଭଲସେ ବୁଝିଯିବେ ଆଉ ଯେ ନାମକୁ ମାତ୍ର ଥିବେ ସେ ଦୁରେଇ ଯିବେ।

Leave A Reply

Your email address will not be published.