ଆଜିର ରାଶିଫଳ

0 186

୨୦୨୩ମସିହା ସେପ୍ଟେମ୍ବରମାସ ୨୨ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ କେକେଶିବଧ ପ୍ରସ୍ତାବ ଓ ଦୁର୍ଗାଶୟନ, ଶ୍ରୀଦୁର୍ଗାଦେବୀଙ୍କର ଶୟନୋତ୍ସବ, ସ୍ବାମୀ ଶିବାନନ୍ଦଜୟନ୍ତୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୮/୫୨ ,ସୂର୍ଯ୍ୟାସ୍ତ- ଘ୫/୪୦/୨୦ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ସପ୍ତମୀ ଦିବାଘ୧/୧୭ମି ପର୍ଯ୍ୟନ୍ତ ତଦନ୍ତେଅଷ୍ଟମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ଦିବା ୧/୧୭ମିପରେ ଐଶାନ୍ୟ କୋଣରେ। ଅଗନ୍ତବ୍ୟତିଥି , ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବାଘ୧/୧୭ମିମଧ୍ୟେ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଦିବା ଘ୩/୫୭ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଏବଂ ଅଷ୍ଟମୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ, ଦିବା ଘ୧/୧୭ମି ପରେ ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବାଘ୮/୩୮ମି ରୁ ଘ୧୨/୩୭ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୮/୩୮ମି ରୁ ଘ୧୦/୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟ ରୁ ଦିବାଘ୬/୨୮ମି ମଧ୍ୟେ, ଘ୭/ ୧୬ମି ରୁ ଘ୯/୪୦ମି ମଧ୍ୟେ, ଘ୧୨/୪ମି ରୁ ଘ୩/୧୬ମିମଧ୍ୟେ, ଘ୪/୪ମି ରୁ ସୂର୍ଯ୍ୟାସ୍ତ ଘ୫/୪୦ମି ମଧ୍ୟେ, ରାତ୍ରି ଘ୬/୨୬ମି ରୁ ଘ୯/୩୮ମିମଧ୍ୟେ, ଘ୧୨/୨ମି ଘ୩/୧୪ମିମଧ୍ୟେ, ଘ୪/୨ମି ରୁ ରାତ୍ରିଶେଷ ଘ୫/୩୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ନାହିଁ। ପୁଷ୍କରଦୋଷ- ମୃତବ୍ୟକ୍ତିର ଦିବାଘ୧/୧୭ମି ମଧ୍ୟେ ୧ପାଦ ତିଥି ପୁଷ୍କରଦୋଷ। ଫଳଂଗୋପଶୁ ସମ୍ପଦରବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ ।ଶୁଭକର୍ମ-ସର୍ଯ୍ୟୋଦୟରୁ ଦିବାଘ୧/୧୭ମି ମଧ୍ୟେ ୧୮ନକ୍ଷତ୍ରେ ଉଗ୍ରଦେବତାଗଠନ, ନବଦୋଳାଦ୍ୟାରୋହଣ, ଅନ୍ନପ୍ରାଶନ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ନାଟ୍ୟାରମ୍ଭ, ରାଜଦର୍ଶନ।
ମେଷ-ଆଜି ଆପଣ ଆଳସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧଉପରେ ନିୟନ୍ତ୍ରଣରଖିବେ ଅନ୍ୟଥା କାମ ବିଗିଡ଼ିପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନପହଁଞ୍ଚିବ ଏହାର ଧ୍ୟାନରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକକାର୍ଯ୍ୟରେ ଯିବାକୁହୋଇପାରେ। ପାରିବାରିକଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସିବସ୍ତୁ ଆଜି ମିଳିବାର ସମ୍ଭାବନାଅଧିକ ଅଟେ। ନିଜରବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ। ବିଦେଶୀବ୍ୟାପାରରେ ଜଡ଼ିତହୋଇଥିବା ଲୋକମାନଙ୍କୁ ସଫଳତା ଏବଂ ଲାଭମିଳିବ।
ବୃଷ-ଆଜି ଆପଣ ଶାରୀରିକ ତଥା ମାନସିକରୂପରେ ଅସୁସ୍ଥତାଅନୁଭବ କରିପାରନ୍ତି। କୌଣସି ନୂଆକାର୍ଯ୍ୟର ପ୍ରାରମ୍ଭ ନକରିବାର ଉପଦେଶ ଦିଆଯାଉଛି। ଖାଇବାପିଇବାରେ ସତର୍କରୁହନ୍ତୁ, ସ୍ଵାସ୍ଥ୍ୟର ଧ୍ୟାନରଖିବେ। ସମ୍ଭବ ହେଲେ ଯାତ୍ରାଟାଳି ଦିଅନ୍ତୁ। ନିଶ୍ଚିତସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣକରିବାରେ ଅସୁବିଧାଆସିପାରେ। ଧ୍ୟାନ ଲଗାଇଲେ ମାନସିକଶାନ୍ତି ମିଳିବ। ଆଜି ସମଗ୍ରଦିନ ଆନନ୍ଦପୂର୍ଣ୍ଣରହିବ। ନିଜରକାର୍ଯ୍ୟ ବ୍ୟବସ୍ଥିତରୂପରେ କରି ଆପଣ ଆଗକୁ ବଢ଼ିପାରିବେ ଏବଂ ଯୋଜନାଅନୁସାରେ କାର୍ଯ୍ୟକରି ପାରିବେ। ଅସଂପୂର୍ଣ୍ଣକାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣକରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କର ସହଯୋଗ ଭଲମିଳିବ।
ମିଥୁନ-ଆଜି ଆପଣ ମନୋରଞ୍ଜନ ତଥା ଆନନ୍ଦରେ ବ୍ୟସ୍ତରହିବେ। ମିତ୍ରମାନଙ୍କ ତଥା ପରିଜନମାନଙ୍କସହିତ ଆନନ୍ଦିତ ବାତାବରଣରେ ଦିନବିତାଇ ପାରିବେ। ସାମାଜିକରୂପରେ ସମ୍ମାନ ଏବଂ ପ୍ରସିଦ୍ଧିମଧ୍ୟ ପ୍ରାପ୍ତକରି ପାରିବେ। ଦାମ୍ପତ୍ୟଜୀବନରେ ସୁଖମିଳିବ। ଆଜିରଦିନ ମଧ୍ୟମରହିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ବିଷୟରେ ଚିନ୍ତା ହୋଇପାରେ । ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ। ସମ୍ଭବହେଲେ ବାଦବିବାଦ ଟାଳନ୍ତୁ, ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ନହେଉ ଏହା ଧ୍ୟାନ ରଖିବେ।
କର୍କଟ- ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜିରଦିନ ଆପଣଙ୍କପାଇଁ ସଫଳତା ପ୍ରଦାନକରିବ। ପରିଜନମାନଙ୍କ ସହିତ ସମୟ ସୁଖପୂର୍ବକ ବିତିବ। ଆବଶ୍ୟକକାର୍ଯ୍ୟରେ ଖର୍ଚ୍ଚହୋଇପାରେ। ତଥାପି ଆର୍ଥିକଲାଭ ପାଇଁ ଭଲ ଦିନ ଅଟେ। ଚାକିରି କରିଥିବାଲୋକ ମାନଙ୍କପାଇଁ କାର୍ଯ୍ୟାଳୟରେ ଆଜି ବାତାବରଣ ଅନୁକୂଳରହିବ। ଆଜି ଆପଣ ସମ୍ଭାଳିକରି ଚାଲିବେ। ଛାତିରେପୀଡ଼ା ଅଥବା ଅନ୍ୟଯନ୍ତ୍ରଣାରୁ ମଧ୍ୟ କଷ୍ଟରଅନୁଭୂତି ହୋଇପାରେ। ଘରେ ସଦସ୍ୟମାନଙ୍କସହିତ ଉଗ୍ର ଚର୍ଚ୍ଚା କିମ୍ବା ବାଦ-ବିବାଦ ନହେଉ ଏହାର ଧ୍ୟାନ ରଖିବେ। ଧନ ଅଧିକ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ପ୍ରତି ଧ୍ୟାନ ରଖିବେ।
ସିଂହ-ଆଜି ଆପଣଙ୍କ ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ସୃଜନାତ୍ମକ କାର୍ଯ୍ୟ ସୁନ୍ଦରରୂପେ ସଂପନ୍ନ ହେବ। ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ। ମିତ୍ରମାନଙ୍କ ସହିତ ଭେଟ ଆନନ୍ଦଦାୟୀ ହେବ। ଧାର୍ମିକ ପରୋପକାର କାର୍ଯ୍ୟ ଆପଣ କରିବେ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ କୌଣସି ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ-ଯିବାର ଆନନ୍ଦ ଉଠାଇ ପାରିବେ। ଆର୍ଥିକ ରୂପରେ ମଧ୍ୟ ଆପଣଙ୍କୁ ଲାଭ ହେବ। ଭାଗ୍ୟବୃଦ୍ଧି ହେବାର ମଧ୍ୟ ସଂକେତ ଅଛି।
କନ୍ୟା- ଆଜିରଦିନ କିଛିଅସୁବିଧାରେ ଭରାହୋଇପାରେ। ଅନେକକଥାକୁ ନେଇକରି ଆପଣଙ୍କୁ ଚିନ୍ତା ହୋଇପାରେ। ଆପଣଶାରୀରିକ ତଥା ମାନସିକରୂପରେ ଅସୁସ୍ଥତାଅନୁଭବ କରିବେ। ପରିବାରର ସଦସ୍ୟମାନଙ୍କସହିତ ମନମାଳିନ୍ୟହୋଇପାରେ। ମାତାଙ୍କରସ୍ଵାସ୍ଥ୍ୟକୁ ନେଇ କରି ସାବଧାନ ରହିବେ। କୌଣସି କାଗଜପତ୍ର ଉପରେ ହସ୍ତାକ୍ଷର କରିବା ସମୟରେ ସାବଧାନ ରହିବେ। ଧନ ଖର୍ଚ୍ଚ ଯୋଗ ଅଛି। ଆପଣଙ୍କପାଇଁ ଆଜିର ଦିନ ଶୁଭ ରହିବ। ବାଣୀର ମଧୁରତାରେ ଦ୍ୱିତୀୟ ଲୋକଙ୍କର ମନରେ ନିଜର ସକାରାତ୍ମକ ଛାପ ଛାଡ଼ି ପାରିବେ। ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ। ଆର୍ଥିକ କାର୍ଯ୍ୟ ମଧ୍ୟ ଆଜି ସୁଖ ପୂର୍ବକ ସଂପନ୍ନ ହେବ। ନକାରାତ୍ମକ ବିଚାରରୁ ଆପଣ ଦୂରରେ ରୁହନ୍ତୁ।
ତୁଳା- ଆଜିରଦିନ ଭାଗ୍ୟବୃଦ୍ଧି ହେବ। ଭାଇଭଉଣୀମାନଙ୍କସହିତ ସମ୍ବନ୍ଧରେ ସୁଧାରହେବ। କୌଣସି ଧାର୍ମିକ ଯାତ୍ରାର ଆୟୋଜନହୋଇପାରେ। ନୂଆକାର୍ଯ୍ୟର ପ୍ରାରମ୍ଭପାଇଁ ଆଜିଦିନ ଶୁଭଅଟେ। ଶାରୀରିକ ଏବଂ ମାନସିକସ୍ଵାସ୍ଥ୍ୟ ଭଲ ରହିବ। ବିଦେଶରୁ ଶୁଭସମାଚାର ମିଳିବ। ଶତ୍ରୁମାନଙ୍କଉପରେ ବିଜୟପ୍ରାପ୍ତ ହୋଇ ପାରେ। ସମ୍ମାନପ୍ରାପ୍ତ ହେବ। ଆପଣ ପ୍ରତ୍ୟେକକାର୍ଯ୍ୟରେ ଆତ୍ମବିଶ୍ଵାସ ଛଳନାହେଲା ପରିଦେଖିବେ। ଆର୍ଥିକ ଯୋଜନା ମଧ୍ୟ ସରଲତାପୂର୍ବକ କରିପାରିବେ। ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନତା ଅନୁଭବ ହେବ। ବସ୍ତ୍ରାଭୂଷଣ ଏବଂ ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହୋଇପାରେ। ବୈଚାରିକ ରୂପରେ ଦୃଢତା ରହିବ।
ବିଛା- ଆଜିରଦିନ ଆପଣଙ୍କପାଇଁ ମଧ୍ୟମଫଳଦାୟୀ ଅଟେ। ଅନାବଶ୍ୟକଖର୍ଚ୍ଚ ଉପରେ ଅଂକୁଶ ରଖିବେ। ବାଣୀଉପରେ ନିୟନ୍ତ୍ରଣ ରଖିବେ, ପରିବାରରେ ସୁଖଶାନ୍ତି ବନାଇପାରିବେ। ବିଚାରଉପରେ ନକାରାତ୍ମକତାକୁ ହାବୀ ହେବାକୁ ଦିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ବ୍ୟୟ ହୋଇପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆଜିର ଦିନ ମଉଜ ସଉକ ଏବଂ ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କୁଟୁମ୍ବଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।
ଧନୁ-ଆଜି ନିର୍ଦ୍ଧାରିତ କରାଯାଇଥିବାକାର୍ଯ୍ୟ ପୂର୍ଣ୍ଣହେବ। ଲକ୍ଷ୍ମୀଙ୍କକୃପା ରହିବ। ଶାରୀରିକ ତଥା ମାନସିକସ୍ଵାସ୍ଥ୍ୟ ଆପଣଙ୍କୁ ପ୍ରସନ୍ନ ରଖିବ। କୌଣସି ଯାତ୍ରା ସ୍ଥଳକୁ ଭ୍ରମଣ କରିବାର ସମ୍ଭାବନା ଅଛି। ସ୍ଵଜନମାନଙ୍କ ସହିତ ମିଳିବାରେ ମନ ଆନନ୍ଦିତ ରହିବ। ଯଶକୀର୍ତ୍ତିରେ ବୃଦ୍ଧିହେବ। ଶୁଭପ୍ରସଂଗରେ ସାମିଲହେବାର ନିମନ୍ତ୍ରଣ ମିଳିବ। ଆର୍ଥିକଲାଭ ଏବଂ ସାମାଜିକପ୍ରତିଷ୍ଠା ମିଳିବାସହିତ ଆପଣପାରିବାରିକ ଜୀବନରେ ସୁଖସନ୍ତୋଷର ଭାବନା ଅନୁଭବକରିବେ। ଆୟରେବୃଦ୍ଧି ଏବଂ ବ୍ୟାପାରରେ ଲାଭମିଳିବ। ମିତ୍ରମାନଙ୍କସହିତ ପର୍ଯ୍ୟଟନର ଆୟୋଜନହେବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଲାଭ ମିଳିବ।
ମକର-ଆଜି ମନଅସୁସ୍ଥ ହୋଇପାରେ। ଧାର୍ମିକ, ସାମାଜିକକାର୍ଯ୍ୟଗୁଡ଼ିକରେ ଧନଖର୍ଚ୍ଚର ଯୋଗଅଛି। ପ୍ରିୟଜନମାନଙ୍କ ସହିତ ମନମାଳିନ୍ୟହୋଇପାରେ, ମନଶାନ୍ତି ରଖିବେ। ଧନ ଏବଂ ମାନକୁନେଇକରି ସତର୍କ ରୁହନ୍ତୁ। ଆଧ୍ୟାତ୍ମିକତାଆଡ଼କୁ ଅଧିକଢଳିବେ। କୋର୍ଟକଚେରୀକାର୍ଯ୍ୟରେ ଅସୁବିଧାଆସିପାରେ। ବାଣୀଉପରେ ନିୟନ୍ତ୍ରଣ ରଖିବେ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କସହିତ ହୋଇଥିବାଭେଟରେ ଆପଣଙ୍କମନ ପ୍ରସନ୍ନ ହେବ। ବ୍ୟବସାୟିକକ୍ଷେତ୍ରରେ ଧନ ତଥା ମାନପ୍ରତିଷ୍ଠାରେ ବୃଦ୍ଧିହେବ। ଉଚ୍ଚଅଧିକାରୀମାନଙ୍କର ପ୍ରସନ୍ନତା ଆପଣଙ୍କଉପରେ ରହିବ। ବ୍ୟବସାୟରେ ମଧ୍ୟ ଆପଣଙ୍କୁ ପ୍ରମୋସନ ମିଳିବାର ପୂରାସମ୍ଭାବନା ଅଛି।
କୁମ୍ଭ-ଏହିସମୟରେ ମିଳୁଥିବାଲାଭରେ ଆପଣଙ୍କ ଆନନ୍ଦ ଦୁଇଗୁଣହୋଇଯିବ। ନୂଆକାର୍ଯ୍ୟର ପ୍ରାରମ୍ଭ ଶୁଭ ସିଦ୍ଧ ହେବ। ବ୍ୟାପାରିମାନଙ୍କରବ୍ୟାପାରରେ ବିଶେଷଲାଭ ହେବ। ସାମାଜିକକ୍ଷେତ୍ରରେ କୀର୍ତ୍ତି ମିଳିବ। ସନ୍ତାନମାନଙ୍କସହିତ ମିଳାମିଶା ଭଲରହିବ। ଆୟ ବଢିବ। ଯାତ୍ରାର ଆୟୋଜନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବ୍ୟବସାୟରେ ଉଚ୍ଚଅଧିକାରୀମାନଙ୍କ ସହିତ କାର୍ଯ୍ୟ କରବା ସମୟରେ ସମ୍ଭାଳି କରି ରୁହନ୍ତୁ। ଆମୋଦପ୍ରମୋଦ ପଛରେ ଆଜି ଧନଖର୍ଚ୍ଚ ହୋଇପାରେ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ।
ମୀନ-ଆପଣଙ୍କ ଆଜିରଦିନ ଶୁଭଫଳଦାୟୀ ଅଟେ। ଚାକିରି କିମ୍ବା ବ୍ୟାପାରରେ ଆପଣଙ୍କୁ ସଫଳତାମିଳିବ ତଥା ବରିଷ୍ଠଅଧିକାରୀ ଆପଣଙ୍କଉପରେ ପ୍ରସନ୍ନରହିବେ। ଏହିକଥାରେ ଆପଣଙ୍କ ପ୍ରସନ୍ନତା ମଧ୍ୟ ବୃଦ୍ଧି ହେବ। ବ୍ୟାପାରରେ ବାକି ପଡ଼ିଥିବା ଟଙ୍କା ଅସୁଲି କରିବେ। ବଡ଼ଭାଇ ଏବଂ ପିତାଙ୍କତରଫରୁ ଲାଭହେବ। ପାରିବାରିକଆନନ୍ଦରେ ଆପଣଆନନ୍ଦିତ ରହିବେ। କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ। ଚିକିତ୍ସାପଛରେ ଧନଖର୍ଚ୍ଚ ହେବାର ଆଶଂକାଅଛି। ମାନସିକ ରୂପରେ ଆପଣ ଅସ୍ଵସ୍ଥ ରହିବେ। ପରିଜନମାନଙ୍କସହିତ ସମ୍ବନ୍ଧରେ ନକାରାତ୍ମକତା ପ୍ରବେଶ ନହେଉ ଏହାର ଧ୍ୟାନ ରଖିବେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.