ନନ୍ଦନକାନନକୁ ଆସିଲା ୪ ଓଟପକ୍ଷୀ

0 112

ବାରଙ୍ଗ,୨୧।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ୩ଟି ମାଈ ଓଟପକ୍ଷୀ ଅଣାଯାଇଛି।ଯାହା ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧିପାଇଛି।ବେଗମ୍ ପେଟ ସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୁପ ଏହି ନୂଆ ଅତିଥିଙ୍କୁ ୮ଲକ୍ଷଟଙ୍କା ଗସ୍ତ ଖର୍ଚ୍ଚ କରି ନନ୍ଦନକାନନ କର୍ତ୍ତୁପକ୍ଷ ଆଣିଛନ୍ତି।ଏହି ନୂଆ ଅତିଥି ପ୍ରାଣୀଉଦ୍ୟାନକୁ ଆସିବାପରେ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ଏହାପରେ ସେମାନଙ୍କୁ ନନ୍ଦନକାନନ ନୂତନ କ୍ବାରେଣ୍ଟାଇନର ପୃଥକୀକରଣ ଏନକ୍ଲୋଜରରେ ଛଡାଯାଇଛି।ପୂର୍ବରୁ ପ୍ରାଣୀଉଦ୍ୟାନ ରେ ୭୧ନମ୍ବର(କ) ଏନକ୍ଲୋଜରରେ ୨ଟି ଅଣ୍ଡିରା ଓଟପକ୍ଷୀ ଥିଲେ।ଏହି ଓଟପକ୍ଷୀ ନିଜ ଗ୍ରସ୍ତ ଖର୍ଚ୍ଚରେ ଆଣିବା ପାଇଁ ନନ୍ଦନକାନନ ସୋସାଇଟିର ଗତ ଶେଷ ସାଧାରଣ ବୈଠକରେ ନିଷ୍ପତି ହୋଇଥିଲା ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି।

Leave A Reply

Your email address will not be published.