ଆଜିର ରାଶିଫଳ

ବାସ୍ତୁନିୟମ ଯାହାର ଅବହେଳା କରିଦିଏ କାଙ୍ଗାଳ

0 151

ଫେବୃଆରୀମାସ ୧୦ତାରିଖ ୨୦୨୪ ମସିହା(ଶନି ବାର)ମାଘମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୧/୧୫ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୯,ଯୋଗିନୀ ପୁର୍ବେ ରାତ୍ରି ଘ୦୧/୧୫ ଗତେ ଉତ୍ତରେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭ /୪୬ ମଧ୍ୟେ ଓ ଦିବା ଘ୦୪/୧୬ ଗତେ ଘ୦୫/୪୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୮ ଗତେ ଘ୦୨/ ୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୧୦/୨୧ ଗତେ ଘ ୦୧/୩୪ ମଧ୍ୟେ ଓ ରାତ୍ରି ଘ୦୮/୦୫ ଗତେ ଘ୧୦/୨୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତି ଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକଠାରୁ ଦୂରେଇ ରୁହନ୍ତୁ।
ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ।ବୌଦ୍ଧିକଚର୍ଚ୍ଚା କିମ୍ବା ବାଦବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ।ପରିଶ୍ରମ ଅନୁପାତରେ କମସଫଳତା ମିଳିବ।ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନ ଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭହେବ।ପରିବାରରେ ସୁଖଶାନ୍ତି ରହିବ।ଉତ୍ତମ ଭୋଜନରପ୍ରାପ୍ତି ହେବ।ନିର୍ଦ୍ଧାରିତକାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦ ପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନ ମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବ ଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳି ପାରେ।ଆୟଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ।ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତିଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା:-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟ ଗୁଡ଼ିକ ରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନ ମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇ ପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନ ମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ:-ଆଜିରଦିନ ସୁଖ ଶାନ୍ତିରେ କଟିବ। ବ୍ୟାପାରି ମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ।

ବାସ୍ତୁନିୟମ ଯାହାର ଅବହେଳା କରିଦିଏ କାଙ୍ଗାଳ
ହିନ୍ଦୁଧର୍ମରେ ସୁଖସମୃଦ୍ଧି ପାଇବାପାଇଁ ବାସ୍ତୁନିୟମ ପାଳନକରିବା ଅତ୍ୟନ୍ତଜରୁରୀ ବୋଲି ବିବେଚନାକରାଯାଏ ।ବିଶ୍ୱାସ ରହିଛିଯେ , ଘରନିର୍ମାଣ ଓ ସଜାଇବାସମୟରେ ପାଞ୍ଚଟିତତ୍ତ୍ୱକୁ ଆଧାରକରି ବାସ୍ତୁଶାସ୍ତ୍ରରନିୟମ ପାଳନକରାଯାଏ । ତେବେ ସେହିଘରେ ରହୁଥିବା ଲୋକଙ୍କୁ ଜୀବନର ପ୍ରତ୍ୟେକକ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଥାଏ ।ସେହିପରି ଯେଉଁଘରେ ଏହିନିୟମକୁ ଅଣଦେଖାକରାଯାଏ ସେଠାରେ ରହୁଥିବା ଲୋକର ସବୁବେଳେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ସେମାନଙ୍କଘରେ ଧନଧାନ୍ୟରଅଭାବ ଦେଖା ଦେଇଥାଏ । ଯଦି ଅନେକଚେଷ୍ଟାପରେ ମଧ୍ୟ କାହାଘରେଟଙ୍କା ରହିନଥାଏ ତେବେ ସେହିଘରେ ନିଶ୍ଚିତଭାବେ ବାସ୍ତୁଦୋଷରହିଥାଏ। ଆସନ୍ତୁଜାଣିବା ସେହି ବାସ୍ତୁଦୋଷବିଷୟରେ ଯାହାକାରଣରୁ ମଣିଷ ସର୍ବଦା ଅଭାବଅନାଟନର ସମ୍ମୁଖୀନ ହୋଇଥାଏ।
ଧନସମ୍ବନ୍ଧୀୟ ବଡ଼ ବାସ୍ତୁଦୋଷ-
ବାସ୍ତୁଶାସ୍ତ୍ରଅନୁଯାୟୀ, ଯେଉଁମାନେ ବହୁତଟଙ୍କା ରୋଜଗାର କରିବାପରେ ମଧ୍ୟ ଆଦୌ ଟଙ୍କା ସଂଚୟ କରିପାରିନଥାନ୍ତି, ସେହିଘରର ଦକ୍ଷିଣ-ପଶ୍ଚିମଦିଗରେ ବାସ୍ତୁଦୋଷ ରହିଥାଏ ।ବାସ୍ତୁଶାସ୍ତ୍ରଅନୁଯାୟୀ, ଯେଉଁବ୍ୟକ୍ତିଙ୍କ ଘରେ ଦକ୍ଷିଣ-ପଶ୍ଚିମଦିଗରେ ଝରକାଥାଏ,ସେମାନଙ୍କଘରେ ଆଦୌ ଟଙ୍କା ରହିନଥାଏ।ଏଭଳିପରିସ୍ଥିତିରେ ଧନ ଓ ଶସ୍ୟ ଚାହୁଁଥିବାବ୍ୟକ୍ତି ଏହି ଦିଗର ବାସ୍ତୁଦୋଷକୁ ଶୀଘ୍ର ଦୂରକରିବା ଉଚିତ।
ଟଙ୍କା ପାଣିପରି ଖର୍ଚ୍ଚହୁଏ-
ବାସ୍ତୁଶାସ୍ତ୍ରରେ ଜଳକୁ ଧନର ଏକ ରୂପବୋଲି ବିବେଚନା କରାଯାଏ ।ବାସ୍ତୁଶାସ୍ତ୍ରଅନୁଯାୟୀ, ଯେଉଁମାନଙ୍କଘରେ ଟଙ୍କାନଥିବା ନେଇ ବାରମ୍ବାର ଅଭିଯୋଗଆସିଥାଏ,ସେମାନେ ପ୍ରଥମେ ନିଜଘରେ ପାଣିଲିକ୍ ଉପରେ ଧ୍ୟାନଦେବା ଉଚିତ୍ ।ବାସ୍ତୁଶାସ୍ତ୍ରଅନୁଯାୟୀ, ଯେଉଁଘରେ ପାଣିଲିକ୍ ହୁଏ , ସେମାନଙ୍କଟଙ୍କା ଅନାବଶ୍ୟକଜିନିଷରେ ଖର୍ଚ୍ଚହୋଇଯାଏା
ଏହି ବାସ୍ତୁଦୋଷ ଯୋଗୁଁ ଦାରିଦ୍ର‌୍ୟ ମଧ୍ୟ ଆସିଥାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁମାନେ ଅଇଣ୍ଠାହାତରେ ପଇସା ସ୍ପର୍ଶକରିଥାନ୍ତି,ବିଛଣାରେ ବସିଖାଆନ୍ତି କିମ୍ବା ଜୋତାପିନ୍ଧି ଖାଦ୍ୟଖାଆନ୍ତି, ସେହି ଘରେ ସବୁବେଳେ ଧନ ଓ ଖାଦ୍ୟର ଅଭାବରହିଥାଏ।
ବାସ୍ତୁନିୟମଅନୁଯାୟୀ, ଯେଉଁଘରେ ଭୁଲଦିଗରେ ଟ୍ରେଜେରି ତିଆରିହୋଇଥାଏ କିମ୍ବା ଟ୍ରେଜେରିପାଖରେ ମଇଳାଅବର୍ଜନା ଥାଏ କିମ୍ବା ଝାଡ଼ୁ ରହିଥାଏ ,ସେହିଘରେ ଜନ୍ମ ଗ୍ରହଣକରିଥିବା ବ୍ୟକ୍ତି ଅନେକସମୟରେ ଧନହାନୀର କାରଣହୋଇଥାନ୍ତି।ତାଙ୍କପାଖରେ କେବେମଧ୍ୟ ଟଙ୍କା ରୁହେ ନାହିଁ।
ବାସ୍ତୁଶାସ୍ତ୍ରଅନୁଯାୟୀ, ଯେଉଁମାନଙ୍କର ବାଥରୁମର କବାଟସବୁବେଳେ ଖୋଲାରୁହେ ଓ ଘରଭିତର ଫିମ୍ପିମାରିଥାଏ ,ସେହିଘରେ କେବେ ମଧ୍ୟ ଟଙ୍କା ରୁହେନାହିଁ।ଏଭଳିଘରେ ରହୁଥିବାଲୋକମାନେ ଅନେକସମୟରେ ଆର୍ଥିକଅନଟନର ସମ୍ମୁଖୀନ ହୁଅନ୍ତି !!ଜୟଜଗନ୍ନାଥ ,ଜୟ ସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.