ନୂଆଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର

0 92

ଭୁବନେଶ୍ୱର,୯ା୨(ଏସଏସନିଉଜ) ବିଜେଡିରେ ଯୋଗଦେଇଛନ୍ତି ଆଦିତ୍ୟବିର୍ଲା ଗ୍ରୁପର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର। ଆଜି ନବୀନନିବାସ ଯାଇ ସେ ବିଜେଡିରେ ସାମିଲ ହୋଇଛନ୍ତି।ଦଳରେ ସାମିଲହେବାପରେ ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି । ବିଜେଡିରେ ମିଶିବା ପରେ ସଂତୃପ୍ତଙ୍କ ପ୍ରତିକ୍ରିୟାରେ କହଛନ୍ତି ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା ।ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା ।ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆକୃଷ୍ଟ କରିଛି ବୋଲି ସେ କହିଛନ୍ତି । ସେ ୨୮ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ ନିର୍ଦ୍ଦେଶକ ରହିଥିଲେ। ଆଦିତ୍ୟ ବିର୍ଲା ଗ୍ରୁପରେ କର୍ମଚାରୀଙ୍କୁ ସୁହାଇଲା ଭଳି ସେ ଅନେକ ପଦକ୍ଷେପ ନେଇଥିଲେ।

Leave A Reply

Your email address will not be published.