ଆଜିର ରାଶିଫଳ

0 143

ଫେବୃଆରୀମାସ୦୯ତାରିଖ୨୦୨୪ମସିହା(ଶୁକ୍ରବାର )ମାଘମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ ଦିବାଘ୦୮ /୨୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୩୯/୪୯,
ଯୋଗିନୀ ପଶ୍ଚିମେ ଦିବାଘ୦୮/୨୪ ଗତେ ଐଶାନ୍ୟେ,
ସିଂହରାଶିର ଘାତଚନ୍ଦ୍ର, ଅମାବାସ୍ୟାର ସମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେହେବ,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୯ଗତେ ଘ୧୧/୫୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୫ ମଧ୍ୟେ ଓ ଘ୦୯/୪୫ ଗତେ ଘ୦୯/୦୯ ମଧ୍ୟେ ଓ ଘ୦୧/୩୩ ଗତେ ଘ୦୩/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୨୮ଗତେ ଘ୧୧/୧୬ ମଧ୍ୟେ,ବିରି ଦିବା ୦୮/୨୪ଗତେ ଓ ଆମିଷ ଭକ୍ଷଣ ନିିସେଧ।

ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତରହିବେ, ସମସ୍ୟା ସମାଧାନସକାଶେ ବନ୍ଧୁଙ୍କ ସହ ଅଧିକାଂଶସମୟ ଆଲୋଚନା କରିପାରନ୍ତି।ଅପରାହ୍ନେ ଖୋଜୁ ଥିବା ଜିନିଷଟିପାଇ ଖୁସୀ ହୋଇ ଯିବେ।ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ।
ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନ ବାହନ, ପରିବହନ ଏବଂ ବାଣିଜ୍ୟ,ଶିଳ୍ପକ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖା ଦେଇପାରେ।ବିଗତଦିନର ସମସ୍ୟାଗୁଡ଼ିକର ସମାଧାନସକାଶେ ବିଭିନ୍ନପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ।ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।
ମିଥୁନ-ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
କର୍କଟ-କୌଣସିକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେନାହିଁ ।ଉଚ୍ଚପଦାଧିକାରୀଙ୍କ ନିକଟରେ ନିଜର ମନରଭାବକୁ ପ୍ରକାଶକରିବାରେ ପଛେଇଯିବେ।
ସିଂହ-ପରୋକ୍ଷ ଶତ୍ରୁତାକାରଣରୁ କାର୍ଯ୍ୟ ସାଧନରେ ନିଜରଲୋକମାନଙ୍କ ତରଫରୁ ସହଯୋଗପାଇବେନି ।ଯାନବାହନ,ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ ।ନିର୍ମାଣାଧୀନଗୃହ, ରାସ୍ତାକାମ,ହଠାତ୍‌ କିଛି ଦିନସକାଶେ ଅଟକି ରହିଯାଇପାରେ ।ଲେଖା ପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।
କନ୍ୟା-ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
ତୁଳା-ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ବିଛା-ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପଭୋଗ କରିବେ।
ଧନୁ-କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତିଲାଭ କରିବେ।ଆଧ୍ୟାତ୍ମିକଭାବ ଧାରାରେ ଉଦ୍‌ବୁଦ୍ଧ ହେବେ।ସଭାସମିତିରେ ଆଲୋଚନାରେ ଏକମତହେବାକୁ ବାଧ୍ୟ ହେବେ ।
ମକର-ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ,ଫଳରେ ପ୍ରଶଂସାପାଇ ଖୁସୀହେବେ।ପ୍ରକା ଶନ, ଏଜେନ୍ସିପ୍‌,ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତି ବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
କୁମ୍ଭ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ।ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।
ମୀନ-ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତାକରିବେ।ସାହିତ୍ୟ, ସାମ୍ବାଦି କତାକାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାର ରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ।ଆର୍ଥିକସ୍ଥିତି ସେତେଟା ଭଲ ନଥିଲେ ମଧ୍ୟ କୌଣସିକାମ ଅଟକିବ ନାହିଁ।

ଶ୍ରୀପଞ୍ଚମୀରେ ପିଲାମାନଙ୍କଦ୍ୱାରା କରାନ୍ତୁ ଏହିସବୁ କାର୍ଯ୍ୟ, ଜୀବନସାରା ରହିବ ଜ୍ଞାନଦେବୀ ମା ସରସ୍ୱତୀଙ୍କ କୃପା।ମାଘମାସଟି ଗୋଟିଏ ଧର୍ମର ମାସ,ଏହିମାସରେ ବିଶେଷ ଭାବରେ ଅନେକ ପୂଜାପର୍ବ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ସରସ୍ୱତୀପୂଜା l ଫେବୃଆରୀ ୧୪ତାରିଖ ଦିନ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ପାଳନ କରାଯିବ l ଏହିଦିନ ମା ସରସ୍ୱତୀଙ୍କୁ ସୃଷ୍ଟିକର୍ତ୍ତାବ୍ରହ୍ମା ସୃଷ୍ଟି କରିଥିଲେ lମାସରସ୍ୱତୀଙ୍କ କୃପାରୁ ବ୍ୟକ୍ତିର ଜ୍ଞାନ,ବାଣୀ, କଳାପ୍ରାପ୍ତି କରିଥାଏ l
ମାନ୍ୟତା ରହିଛିଯେ, ଯେଉଁମାନଙ୍କଉପରେ ମାସରସ୍ୱତୀଙ୍କ କୃପା ରହିଥାଏ ସେମାନେ କଳା, ସଂଗୀତ ଓ ଶିକ୍ଷାକ୍ଷେତ୍ରରେ ଅଦ୍ଭୁତ ସଫଳତା ଲାଭ କରିଥାଆନ୍ତି lଶାସ୍ତ୍ର ଅନୁସା ରେ ବସନ୍ତପଞ୍ଚମୀଦିନ ବିଶେଷ ଭାବରେ ପିଲାମାନଙ୍କ ଦ୍ୱାରା କିଛିଟାକାର୍ଯ୍ୟ କରାଇବା ଜରୁରୀ,ଯାହାଦ୍ୱାରା କ୍ୟାରିଅରରେ ସଫଳତାପ୍ରାପ୍ତ ହୋଇଥାଏ l
ଯେଉଁ ପିଲାମାନଙ୍କର ପାଠ ପଢ଼ାରେ ମନ ଲାଗିନଥାଏ, ବାରମ୍ବାର ମନ ବିଚଳିତ ଲାଗିଥାଏ,ଧ୍ୟାନ ବାରମ୍ବାର ଏପଟସେପଟ ହୋଇଥାଏ ସେମାନଙ୍କୁ ମାସରସ୍ବତୀଙ୍କପୂଜା କରାନ୍ତୁ lପିଲାମାନଙ୍କ ହାତରେ ହଳଦିଆଫୁଲ,ଫଳ,ହଳଦୀ ପକାଯାଇଥିବା ଖେଚୁଡ଼ି ମାତା ସରସ୍ବତୀଙ୍କୁ ଅର୍ପଣ କରନ୍ତୁ l ମାନ୍ୟତାରହିଛିଯେ, ଏହାଦ୍ୱାରା ମାସରସ୍ୱତୀ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ପିଲାମାନଙ୍କର ବୋୖଦିକବିକାଶ ହୋଇଥାଏ l
ପିଲାମାନେ ନିଜର ଲକ୍ଷପ୍ରାପ୍ତି କରିବାପାଇଁ ଏକାଗ୍ରତାର ସହିତ କାର୍ଯ୍ୟକରିବା ଜରୁରୀ l ତେଣୁ ମାସରସ୍ୱତୀଙ୍କ ଗୋଟିଏ ଫଟୋ ନିଜପିଲାର ପଢ଼ାଟେବୁଲ ନିକଟରେ ରଖନ୍ତୁ lଏହାଦ୍ୱାରା ପିଲାଙ୍କ ଏକାଗ୍ରତା ବଢିବ l
ଯେଉଁପିଲାମାନଙ୍କର କଥା କହିବାରେ କିଛି ଅସୁବିଧା ହୋଇଥାଏ କିମ୍ବା ଶିକ୍ଷାଗ୍ରହଣ କରି ସରିବାପରେ ଲେଖି ନପାରନ୍ତି ରୁପାର କଲମକୁ ମହୁ ରେ ବୁଡାଇ ପିଲାର ଜିଭରେ ଓଁ ଲେଖନ୍ତୁ lମାନ୍ୟତା ରହିଛି ଯେ,ଏହାଦ୍ୱାରା ଲେଖିବାରେ ରହିଥିବା ସମସ୍ୟା ଦୂର ହୋଇଥାଏ l
ଯେଉଁ ଛାତ୍ରମାନଙ୍କର ଶିକ୍ଷାପ୍ରାପ୍ତି କରିବାରେ ଅସୁବିଧା ହୋଇଥାଏ ସେମାନେ ସରସ୍ୱତୀପୂଜାରେ ମାଙ୍କୁ ଧଳାଚନ୍ଦନ ଅର୍ପଣ କରନ୍ତୁ ଏବଂ ଓଂ ଏଂ ସରସ୍ୱତୟେ ନମଃ ମନ୍ତ୍ର ୧୦୮ଥର ଜପକରନ୍ତୁ l ନିଶ୍ଚିନ୍ତ କ୍ୟାରିଅରରେ ସଫଳତା ମିଳିବ l
ବସନ୍ତପଞ୍ଚମୀରେ ପାଠବହି ଗରିବପିଲାଙ୍କୁ ଦାନକରନ୍ତୁ l ଏହାଦ୍ୱାରା ସ୍ମରଣଶକ୍ତି ବଢିବ ଏବଂ ପିଲାଙ୍କମନ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.