ଆଜିର ରାଶିଫଳ

0 216

【ଷଷ୍ଠୀଓଷା,ସୋମନାଥବ୍ରତ ଆରମ୍ଭ, ଲଳିତାସପ୍ତମୀ ଓ କୁକକୁଟୀବ୍ରତ】୨୦୨୨ ମସିହା ସେପ୍ଟେମ୍ବର ମାସ ୦୨ ତାରିଖ (ଶୁକ୍ରବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଷଷ୍ଠୀ ଦିବାଘ୧/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୮/୧୯ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ ,ନିମ୍ବ ଦିବା ଘ୧/୩୭ ଗତେ ତାଳ ଭକ୍ଷଣ ନିଷେଧ।
ମେଷ-ଚିନ୍ତାମୁକ୍ତ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ଲାଭ ହେବ। ଗୃହ ପରିବେଶ ଠିକ୍‌ ରହିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବୃଷ-ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ। କର୍ମକ୍ଷେତ୍ର ଏପରିକି ସର୍ବସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ମଉଜ ମଜଲିସ୍‌ କରିବେ।
ମିଥୁନ-ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
କର୍କଟ-ପ୍ରୀତିଭୋଜନ ମିଳିପାରେ। ଦେବଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ରହିବେ। ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ-କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତ ହେବ। ଅତିଥିସତ୍କାର ପାଇଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମନସ୍କାମନାପୂର୍ଣ୍ଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ବିବାଦର ସୁସମାଧାନ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମଧୁରଭାଷୀ ହେବେ।
କନ୍ୟା-କାର୍ଯ୍ୟର ସଫଳରୂପାୟନ କରି ପ୍ରଶଂସିତ ହେବେ। ଆୟବୃଦ୍ଧିର ସୂଚନା ମିଳୁଛି। ହସଖୁସିରେ ସମୟ ବିତାଇ ପାରନ୍ତି। ବିଭିନ୍ନସ୍ତରରୁ ସ୍ନେହ-ଶ୍ରଦ୍ଧା ଲାଭ କରିବେ। ଲୋକପ୍ରିୟତା ବୃଦ୍ଧି ହେବ। ସମ୍ମାନିତ ହେବେ। ଯାନବାହନ ସୁଖ ମିଳିବ। ପ୍ରସନ୍ନତା ଲାଭ କରିବେ।
ତୁଳା-ହଜିଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ସେବାଭାବନା ଜାଗରିତ ହେବ। ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଗୃହରେ ଶାନ୍ତି ବିରାଜମାନ କରିବ।
ବିଛା-ସଫଳତାର ସୂଚନା ମିଳିପାରେ। ଭ୍ରମଣ ଯୋଗ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଯଶସ୍ବୀ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଭିନ୍ନସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳା ସାହାଯ୍ୟ କରିପାରନ୍ତି।
ଧନୁ-ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକସ୍ତରରେ କ୍ଳେଶ ଉପୁଜିବାର ସମ୍ଭାବନା ଅଛି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର-ପିତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। କର୍ତ୍ତବ୍ୟପରାୟଣ ହେବେ। ପଡ଼ୋଶୀଙ୍କ ସହ ବୁଝାମଣା ଉତ୍ତମ ସ୍ଥିତିରେ ରହିବ। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ମିଳିବ।
କୁମ୍ଭ-ପିଲାଙ୍କ ପଢ଼ାପଢ଼ି ପାଇଁ ବ୍ୟସ୍ତ ରହିବେ। କଳ୍ପନା ବିଳାସୀ ହୋଇପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଚଞ୍ଚଳ ଚେଷ୍ଟିତ ହେବେ।
ମୀନ-ପ୍ରାୟ ପ୍ରତ୍ୟେକକ୍ଷେତ୍ରରେ ସଫଳତା ଲାଭ କରିବେ। ହଠାତ୍‌ କିଛି ଅର୍ଥ ପାଇ ଚିନ୍ତାମୁକ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟାସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ବାଣିଜେ ବସତି ଲକ୍ଷ୍ମୀ ଯୋଗ ଅଛି। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ। ସୁଖୀ ହୋଇପାରନ୍ତି
ନୀତିବାଣୀ-ଜୀବନ ନୌକାରେ ଦେଖିକି ପାଦ ରଖ ବନ୍ଧୁ,କାରଣ ଏଠି ଏମିତିବି ଲୋକ ଅଛନ୍ତି ଯିଏ ତୁମକୁ ବୁଡେଇବା ପାଇଁ ଚେ଼ଷ୍ଟା କରନ୍ତି,ଯାହାକୁ ତୁମେ ହିଁ ଦିନେ ପହଁରିବା ଶିଖେଇଥିଲ।
🔮ବାସ୍ତୁ ଟିପ୍ପଣୀ🔮ସ୍ଵସ୍ତିକର ଏହି ଅଦ୍ଭୁତ ଉପାୟ ଦ୍ଵାରା ହେବ ସମସ୍ତ କଷ୍ଟର ଅନ୍ତ, ଜୀବନରେ ଭରିଯିବ ସୁଖ ଓ ସମୃଦ୍ଧିହିନ୍ଦୁଧର୍ମରେ ସ୍ଵସ୍ତିକର ବହୁତ ମହତ୍ଵ ରହିଛି । ହିନ୍ଦୁ ଧର୍ମରେ କିଛିବି ପୂଜା ସ୍ଵସ୍ତିକ ବିନା ହୋଇନଥାଏ । ସବୁ ପୂଜାପାଠର ଆରମ୍ଭ ସ୍ଵସ୍ତିକ ଚିହ୍ନିରୁ ହିଁ ହୋଇଥାଏ । ସ୍ଵସ୍ତିକକୁ ଶୁଭ ଓ ମଙ୍ଗଳ ଭାବର ପ୍ରତୀକ କୁହାଯାଏ । ସ୍ଵସ୍ତିକ ଶବ୍ଦକୁ ‘ସୁ”ଏବଂ ‘ ଅସ୍ତି”ର ମିଶ୍ରଣ ଯୋଗକୁହାଯାଏ ।“ସୁ”ର ଅର୍ଥ ଶୁଭ ଓ ‘ଅସ୍ତି”ର ଅର୍ଥ – ମାନେ ହେଉ ଅର୍ଥାତ ‘ଶୁଭ ହେଉ ‘, ‘କଲ୍ୟାଣ ହେଉ ‘ । ସ୍ଵସ୍ତିକ ଅର୍ଥାତ କୁଶଳ ଏବଂ କଲ୍ୟାଣ ।ସ୍ଵସ୍ତିକକୁ ଘରବାସ୍ତୁକୁ ଠିକକରିବା ପାଇଁ ପ୍ରୟୋଗ କରାଯାଏ । ସ୍ଵସ୍ତିକ ପ୍ରୟୋଗ ଦ୍ଵାରା ଘରେ ନକରାତ୍ମକ ଊର୍ଜା ବାହାରକୁ ଚାଲିଯାଇଥାଏ । ଆମେ ଆପଣଙ୍କୁ ଜଣେଇବୁ ସ୍ଵସ୍ତିକର ଏହିଉପାୟ ଯାହାକୁ ଆପଣ ବ୍ୟବହାରକରି ଆପଣଙ୍କଜୀବନରେ ସୁଖସମୃଦ୍ଧି ଆଣିପାରିବେ।
ବାସ୍ତୁଦୋଷ ଦୂର କରିବା ପାଇଁ ସ୍ଵସ୍ତିକର ଉପରେ-ସବୁ ପ୍ରକାର ବାସ୍ତୁଦୋଷ ଦୂରକରିବା ପାଇଁ ଘର ମୁଖ୍ୟଦ୍ବାରର ଦୁଇପାଖରେ ଅଷ୍ଟଧାତୁ ଓ ଉପର ମଧ୍ୟରେ ତମ୍ବାର ସ୍ଵସ୍ତିକ ଲଗେଇବା ଉଚିତ । ଏହାଛଡା ପାଞ୍ଚଧାତୁର ସ୍ଵସ୍ତିକ ବନେଇକି ପ୍ରାଣ ପ୍ରତିଷ୍ଠା କରିବାପରେ ଚଉଖଟରେ ଲଗେଇବା ଦ୍ଵାରା ବହୁତ ଫଳପ୍ରଦ ହୋଇଥାଏ ।
ସାତଗୁରୁବାରରେ ଇଶାନକୋଣକୁ ଗଙ୍ଗାଜଳରେ ଧୋଇ ଓ ଶୁଖିଲା ହଲଦିରେ ସ୍ଵସ୍ତିକ ବନାନ୍ତୁ ଓ ତାର ପଞ୍ଚୌପଚାର ପୂଜା କରନ୍ତୁ । ଏହାପରେ ସେଠାରେ ଅଧା ତଉଲା ଗୁଡର ଭୋଗ ଲଗାନ୍ତୁ । ସେଠାରେ ବର୍କ ପ୍ଲେସର ଉତ୍ତର ଦିଗରେ ହଳଦୀର ସ୍ଵସ୍ତିକ ବନେଇବା ବହୁତ ଶୁଭ ହୋଇଥାଏ ।
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ସବୁ ମନୋକାମନା ପୂର୍ଣ ହେଉ ସ୍ଵସ୍ତିକର ଏହି ଉପାୟ ଆପଣାନ୍ତୁ । ଦେବସ୍ଥାନରେ ସ୍ଵସ୍ତିକ ବନାନ୍ତୁ ଓ ତା ଉପରେ ପାଞ୍ଚ ଧାନ୍ୟ ବା ଦୀପ ଲଗେଇକି ରଖନ୍ତୁ । ଏହାର ଚମତ୍କାରୀ ପ୍ରଭାବ ହେବ ଓ ଆପଣଙ୍କ ମନୋକାମନା ପୂର୍ଣ ହେବ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ମା ଯୋଗମାୟା!!

Leave A Reply

Your email address will not be published.