କେନ୍ଦୁପାଟଣାରେ ଫୁଟିଲା ବ୍ରହ୍ମକମଳ

0 342

ବାରଙ୍ଗ,୧/୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମର ଗ୍ରାମ ସଭାପତି ପ୍ରଦୀପ୍ତ କୁମାର ବେଉରାଙ୍କ ଘର ଅଗଣାରେ ପୁଜାପାଉଥିବା ବୃନ୍ଦାବତୀଙ୍କ ନିକଟରେ ଥିବା ଏକ ସିମେଣ୍ଟ କୁଣ୍ଡରେ ଗୁରୁବାର ରାତି ୮ଟାରେ ଏକକାଳୀନ ୨ଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।ଏହି ଖବର ପ୍ରଚାରିତ ହେବାପରେ ସମାଜସେବୀମାୟାଧର ନୟକ, ବସୁଦେବ ବାରିକ ଙ୍କ ସମେତ ଦାଢାପଞ୍ଚାୟତର ବହୁ ଆଧ୍ୟାତ୍ମିକ ମହିଳା ଓ ପୁରୁଷ ବେଉରାଙ୍କ ବାସଭବନରେ ପହଞ୍ଚି ବ୍ରହ୍ମକମଳ ଫୁଲ ଦେଖିଥିଲେ।ଏହି ଫୁଲଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତିପ୍ରିୟ ଫୁଲ ହୋଇଥିବା ବେଳେ ଫୁଲଟି କେବଳ ରାତି ୮ଟାରେ ଫୁଟି ୧୨ଟା ରାତିରେ ମଉଳି ଯାଇଥାଏ।ଗତ ରବିବାର ରାତି ୮ଟାରେ ୪ଟି ବ୍ରହ୍ମକମଳ ଫୁଲ ଫୁଟିଥିଲା।ଆଜି ପୁଣି ୨ଟି ଫୁଲ ଫୁଟିଛି ବୋଲି ବେଉରା କହିଛନ୍ତି।(ଗୈାତମରାଉତଙ୍କ ରିପୋର୍ଟ)

 

 

Leave A Reply

Your email address will not be published.