ପୁଣି ପୋଲିସ ହାତରେ ୩ମଦବ୍ୟବସାୟୀ

0 281

ବାରଙ୍ଗ,୧/୯(ଏସଏସନିଉଜ)ଗତକିଛିଦିନ ହେବ ବାରଙ୍ଗ ଥାନା ଅଧିକାରୀ ଆକାଶଚନ୍ଦ୍ରରଣା ବାରଙ୍ଗ ଅଂଚଳରେ ଦେଶୀମଦ କାରବାରରେ ରୋକ ଲଗାଇବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବାରଙ୍ଗଥାନା ପୋଲିସ ଚୋରାଦେଶୀମଦ ବିକ୍ରି କରିବା ଅଭିଯୋଗରେ ଗୁରୁବାର ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।ଗତକିଛିଦିନ ହେବ ବାରଙ୍ଗ ପୋଲିସ ର ଦେଶୀମଦ କାରବାରକୁ ରୋକିବାପାଇଁ ହେଉଥିବା ପ୍ରୟାସ ଚୋରାମଦବ୍ୟବସାୟୀମାନଙ୍କ ପାଇଁ ଭାଳେଣୀ ପଡିବାକୁ ଲାଗିଛି ।
ପ୍ରକାଶଯେ, ପଞ୍ଚୁପାଳଗ୍ରାମ ସାମଲସାହିରେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚୌଦ୍ଵାର ଥାନା ଗୋଡ଼ିପାଟଣାଗ୍ରାମର ବୁଧଦେବଜେନା(୫୨)ଙ୍କୁ ପୋଲିସ ଗିରଫ କରିଛି।ପୋଲିସ ତା ନିକଟରୁ ଗୋଟିଏ ବ୍ଲାଡରରେ ଥିବା ୨୦ଲିଟର ଦେଶୀମଦ ଜବତ କରିଛି।ସେହିପରି ପୁରୀ ମୁଖ୍ୟ କେନାଲରାସ୍ତାର ହନୁମାନ ବାଟିକା ନିକଟରେ ଦୁଇଜଣ ଯୁବକ ଏକ କଳାପଲସରରେ ରନ୍ଧା ଦେଶୀମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ।ଗିରଫ ଦୁଇଜଣ ହେଲେ ଢେଙ୍କାନାଳ ସଦରଥାନା ଶଙ୍କରପୁରଗ୍ରାମର ରାଜାନାୟକ (୨୭) ଓ ବାରଙ୍ଗଥାନା ପଞ୍ଚୁପାଳ ସାମଲ ସାହିର ତରୁଣଜେନା(୨୮) ।ପୋଲିସ ତାଙ୍କ ନିକଟରୁ ୨ଟିଅଖାରେ ୪ଟିବ୍ଲାଡରରେ ଭର୍ତି ହୋଇଥିବା ୮୦ ଲିଟର ଦେଶୀମଦ ଜବତ କରିବାସହ ପଲସରବାଇକ(ଓଡି-୦୫-ଏପି-୩୦୮୫)କୁ ମଧ୍ୟ ଜବତ କରିଛି।ଏନେଇ ବାରଙ୍ଗ ଥାନାରେ ୨୨୧ ଓ ୨୨୨/୨୨କେଶନଂରେ ଦୁଇଟି ମକଦ୍ଦମା ରୁଜୁକରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛିା (ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.