ମାର୍ଚ୍ଚମାସ୬ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ସନ୍ଧ୍ୟାଘ୦୫/୪୮ଗତେ ଚତୁର୍ଥୀ,ନକ୍ଷତ୍ର-ହସ୍ତା ଦିବାଘ୧୦/୦୬ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୬/୦୭/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୦୨,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟାଘ୦୫/୪୮ ଗତେ ନୈରୁତେ,ବୃଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୯/୦୦ ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୪୩ ମଧ୍ୟେ ଓ ଘ୦୮/୩୦ ଗତେ ଘ୦୯/ ୦୦ମଧ୍ୟେ ଓ ଘ୦୧/୨୦ ଗତେ ଘ୦୨/୫୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୩୫ ଗତେ ଘ୧୧/୨୪ ମଧ୍ୟେ , ଅଦ୍ୟ ପୋଟଳ ସନ୍ଧ୍ୟା ଘ୦୫/୪୮ ଗତେ ମୂଳାଭକ୍ଷଣ ନିଷେଧ।
ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦୀର୍ଘସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି।ସାଧାରଣକଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ।ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ👉ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେ କରିବେ।କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟକରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି।ପଡୋଶୀଙ୍କକଥାରେ ପ୍ରଭାବିତହୋଇ କୌଣସି ଭୁଲ୍କାମ କରିପାରନ୍ତି।
ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ।କର୍ମକ୍ଷେତ୍ରରେ ସୁବିଧାରେ କାମହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପକରିପାରନ୍ତି।ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି।
ସିଂହ👉ନିକଟ ଅତୀତରେ ସୃଷ୍ଟିହୋଇଥିବା ପରିସ୍ଥିତିକୁ ସମ୍ଭାଳିନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ।କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶକରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟାକାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା👉ପାରିବାରିକସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।ଅପରାହ୍ନରେ ପୁରାତନରୋଗର ପୀଡା ଅନୁଭବ କରିପାରନ୍ତି।ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା👉ଆନୁଷ୍ଠାନିକକାମରେ ସାଙ୍ଗଠନିକ କାର୍ଯ୍ୟରେନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ମନୋଭାବ ତ୍ୟାଗକଲେ କେତେକାଂଶରେ ଉପକୃତ ହୋଇପାରନ୍ତି।ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା👉ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଲଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ।ଘରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କସହ ମତପାର୍ଥକ୍ୟ ଦେଖାଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱନବୁଝି ଅଯଥାକ୍ରୋଧ ପ୍ରକାଶ କରିପାରନ୍ତି।
ମକର👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତକାମକୁ ପୂରାଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳିକାମ କରି ସମସ୍ୟାସମାଧାନ କରିପାରିବେ।
କୁମ୍ଭ👉ସରଳଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବାସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ👉ଆଜିର ନିଜଲକ୍ଷ୍ୟ ପୂରଣହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।କୈାଣସିକ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକଅଶାନ୍ତି ଦେଖାଦେଇପାରେ।

ଧାର୍ମିକ ବିଶ୍ୱାସ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ,ସମୃଦ୍ଧି ବଜାୟ ରଖିବା ଏବଂ ଦେବୀଲକ୍ଷ୍ମୀଙ୍କୁ ଖୁସି ରଖିବାପାଇଁ କିଛି ଜିନିଷ ଘରେ ରଖିବା ନିଷେଧ।ଲକ୍ଷ୍ମୀଙ୍କୁ ଘରୁ ବାହାରକୁ ନଯିବାପାଇଁ,ଏହି ଜିନିଷଗୁଡ଼ିକୁ ତୁରନ୍ତ ବାହାର କରିବା ଉଚିତ।
ଭଙ୍ଗାପାତ୍ର ଏବଂ ଦର୍ପଣ:- ଘରେ ଭଙ୍ଗା ପାତ୍ର କିମ୍ବା ଫଟା ଦର୍ପଣ ରଖିବା ଦାରିଦ୍ର୍ୟକୁ ଆମନ୍ତ୍ରଣ କରେ।ଏଗୁଡ଼ିକ ମାନସିକଚାପ ଏବଂ ନକାରାତ୍ମକ ଶକ୍ତି ସୃଷ୍ଟି କରେ।
ବନ୍ଦ କିମ୍ବା ଖରାପଘଣ୍ଟା:-ବନ୍ଦଘଣ୍ଟାକୁ ପ୍ରଗତିରେ ବାଧା ଏବଂ ସମୟର ସ୍ଥିରତାର ପ୍ରତୀକଭାବରେ ବିବେଚନା କରାଯାଏ।ସେଗୁଡ଼ିକୁ ତୁରନ୍ତ ମରାମତି କରନ୍ତୁ କିମ୍ବା ଘରୁ ବାହାର କରନ୍ତୁ।
କଣ୍ଟାଗଛ:-କାକଟ କିମ୍ବା କଣ୍ଟାଗଛ (ଗୋଲାପବ୍ୟତୀତ) ଘରଭିତରେ ଲଗାଇବା ଉଚିତ୍ ନୁହେଁ। ଏଗୁଡ଼ିକ ପରିବାରସଦସ୍ୟଙ୍କ ମଧ୍ୟରେ ବିବାଦ ବୃଦ୍ଧି କରେ ଏବଂ ଧନ ପ୍ରବାହରେ ବାଧା ସୃଷ୍ଟିକରେ।
ଅଳିଆ ଏବଂ ପୁରୁଣା ଚିରା ପୋଷାକ:-ଛାତଉପରେ କିମ୍ବା ଘରର କୋଣରେ ଅଳିଆ ଜମା ହେବାକୁ ଦିଅନ୍ତୁନାହିଁ। ଛିଣ୍ଡାପୁରୁଣା ପୋଷାକ କିମ୍ବା ଅବ୍ୟବହୃତ ଜିନିଷ ରାହୁ-କେତୁଦୋଷ ସୃଷ୍ଟିକରେ, ଯାହାଫଳରେ ସଂଗୃହିତଧନ ହ୍ରାସ ପାଏ।
ହିଂସାତ୍ମକ ଚିତ୍ର:-ଘରେ ବୁଡ଼ିଯାଉଥିବା ଜାହାଜର ଚିତ୍ର, ମହାଭାରତ ଯୁଦ୍ଧର ଦୃଶ୍ୟ, କାନ୍ଦୁଥିବା ପିଲା କିମ୍ବା ହିଂସ୍ର ପ୍ରାଣୀ (ଯେପରିକି ସିଂହ ଏବଂ ଗୀଘର) ରଖିବା ଉଚିତ୍ ନୁହେଁ। ଏଗୁଡ଼ିକ ଅଶାନ୍ତିର ପ୍ରତୀକ।
ଶୁଖିଲା ଫୁଲ:-ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲ ଶୁଖିବା ପରେ ତୁରନ୍ତ ବାହାର କରିଦେବା ଉଚିତ। ଘରେ ଫୁଲଦାନୀରେ ଶୁଖିଲା ଫୁଲ ରଖିବା ମଧ୍ୟ ନକାରାତ୍ମକ ଶକ୍ତି ବିସ୍ତାର କରେ
ମାଇକଡ଼ ଜାଲ:-ଘରେ ମାଇକଡ଼ଜାଲ ଦୁର୍ଭାଗ୍ୟର ସଙ୍କେତ।ଏଗୁଡ଼ିକ ଆୟର ଉତ୍ସଗୁଡ଼ିକୁ ଅବରୋଧକରେ ଏବଂ ଦାରିଦ୍ର୍ୟଆଣେ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

ଆଜିର ରାଶିଫଳ
Prev Post
