ମାର୍ଚ୍ଚମାସ ୦୪ତାରିଖ ୨୦୨୬ମସିହା(ବୁଧବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ଦିବାଘ୦୪/୪୫ଗତେ ଦ୍ଵିତୀୟା,ନକ୍ଷତ୍ର-ପୂର୍ବା ଫା ଦିବାଘ୦୮/୧୧ଗତେ ଉତ୍ତରାଫା,ସୁର୍ୟୋଦୟ-ପ୍ରାତଃଘ୦୬/୦୯/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୦/୧୨,ଯୋଗିନୀ ପୁର୍ବେ ଦିବାଘ୦୪/୪୫ଗତେ ଉତ୍ତରେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୮/୧୧ଗତେ ଏକପାଦ ଓ ଦିବା ଘ୦୪/୪୫ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୯/୦୨ଗତେ ଘ୧୦/୨୯ମଧ୍ୟେ ,ବାରବେଳା- ଦିବା ଘ୧୧/୫୭ଗତେ ଘ୦୧/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୨/୧୦ମଧ୍ୟେ ଓ ରାତ୍ରି ଘ୦୩/୩୬ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୩ଗତେ ଘ୦୫/୫୦ମଧ୍ୟେ ଓ ରାତ୍ରି ଘ୦୯/୦୪ଗତେ ଘ୧୦/୪୦ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁ ବଢ଼ିବାନିଷ୍ପତି ସଫଳ ସାବ୍ୟସ୍ତହେବ।କ୍ୟାରିଅର ଗଢ଼ିବାଲାଗି ଭଲ ସୁଯୋଗପାଇବେ।ଓକିଲଙ୍କୁ ପୁରୁଣାମକଦ୍ଦମାରେ ସଫଳତାମିଳିବ।ବେପାରରେ କୌଣସି ନୂଆଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କକୃପା ଦୃଷ୍ଟି ଆପଣଙ୍କଉପରେ ରହିଛି।ଆପଣଙ୍କୁ ଉନ୍ନତିର କୌଣସି ଭଲସୁଯୋଗ ମିଳିବ।ଆର୍ଥିକ ରୂପେ ଆପଣ ମଜଭୁତରହିବେ।ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀକାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ।ସାମାଜିକକାର୍ଯ୍ୟରେ ମହତ୍ବପୂର୍ଣ୍ଣଭୂମିକା ନିର୍ବାହକରିବେ।ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କମନ ପ୍ରସନ୍ନ ରହିବ।ଆପଣଙ୍କ କାମପାଇଁ ଆର୍ଥିକସହାୟତା ମିଳିବ।ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମକରୁଥିବା ବ୍ୟକ୍ତିବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମକରିବେ।ଆପଣଙ୍କ କାମରେ ସବୁ ଲୋକ ଖୁସିରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭହେବ।ଛାତ୍ରଙ୍କମନରେ ବିଭିନ୍ନପ୍ରକାର କଥା ଘୂରି ବୁଲିବ।
ତୁଳା:-କାମଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆରହିବ।ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁରଲାଭ ମିଳିବ। ଖେଳାଳିମାନେ ସୁନାମଅର୍ଜନ କରିବେ।ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ।ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବକରିବେ।କୌଣସି ଅନୁଭବୀବ୍ୟକ୍ତିଙ୍କର ରାୟ ଆପଣଙ୍କଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମପ୍ରତି ଆପଣଙ୍କଉତ୍ସାହ ବୃଦ୍ଧିହେବ।ପଇସାଚିନ୍ତା ଦୂରହେବ।କଳାକାରଙ୍କୁ ଫିଲ୍ମରସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟମାଗିବେ। ପ୍ରିୟବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମ ଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କପାଇଁ ଉତ୍ଥାନପତନ ଲାଗିରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନାହେବ।ବୈବାହିକଜୀବନ ଖୁସିରେ ଭରାରହିବ।

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ, ବର୍ଷସାରା ମିଳିବ ଦେବୀଲକ୍ଷ୍ମୀଙ୍କ ଆଶୀର୍ବାଦ….
ମାର୍ଚ୍ଚ ୪ତାରିଖ ଦିନ ସାରାଦେଶରେ ହୋଲି ପାଳନ କରାଯିବ।ଏହି ପର୍ବକୁ ଖରାପ ଉପରେ ଭଲର ବିଜୟ ଭାବେ ପାଳିନ କରାଯାଏ।ହୋଲିରେ ଲୋକ ମାନେ ସେମାନଙ୍କର ରାଗଋଷା ଭୁଲି ପରସ୍ପରଙ୍କୁ ରଙ୍ଗ ଲଗାଲଗି ହୋଇ ଥାଆନ୍ତି ।ଏହାବ୍ୟତୀତ ଧାର୍ମିକ ଦୃଷ୍ଟି କୋଣରୁ ହୋଲିକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ।ଧାର୍ମିକ ବିଶ୍ୱାସ ଅନୁସାରେ,ହୋଲିପୂର୍ବରୁ କିଛି ଜିନିଷ ଘରକୁ ଆଣିବାଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ ଏବଂ ଦେବୀଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିପାରେ।ଆସନ୍ତୁ ସେ ସମ୍ପର୍କରେ ଜାଣିବା….ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ଆଣନ୍ତୁ :-ହୋଲି ପୂର୍ବରୁ ଆପଣଙ୍କ ଘରକୁ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ଆଣନ୍ତୁ ।ହୋଲିଦିନ, ଆପଣ ଏହି ମୂର୍ତ୍ତିକୁ ଆପଣଙ୍କ ପୂଜାସ୍ଥାନରେ ସ୍ଥାପନା କରନ୍ତୁ।ଯାହାଦ୍ବାରା ଆପଣଙ୍କୁ ଧନ,ସମୃଦ୍ଧି ମିଳିବ ସହିତ ଭଗବାନ ଗଣେଶ ଏବଂ ମାଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ଶ୍ରୀଯନ୍ତ୍ର ଘରକୁ ଆଣନ୍ତୁ :-ହୋଲି ପୂର୍ବରୁ ଆପଣ ଆପଣଙ୍କ ଘରେ ଶ୍ରୀଯନ୍ତ୍ର ସ୍ଥାପନ କରିବା ଉଚିତ୍ । ଏହି ଯନ୍ତ୍ରକୁ ଉତ୍ତର-ପୂର୍ବ ଦିଗରେ ରଖିବା ଦ୍ୱାରା ଶୁଭଫଳ ମିଳି ଥାଏ । ଏହି ଯନ୍ତ୍ର ସ୍ଥାପନ କରିବାପରେ ଆପଣ ପ୍ରତିଦିନ ଏହାକୁ ପୂଜା କରିବା ଉଚିତ।ବିଶ୍ୱାସ କରାଯାଏଯେ ଆପଣଙ୍କ ଘରେ ଶ୍ରୀଯନ୍ତ୍ର ରଖିବାଦ୍ୱାରା ଦେବୀଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହେବ ।
ଘରକୁ ହଳଦୀଗୁଣ୍ଡ ଆଣନ୍ତୁ :-ହୋଲି ପୂର୍ବରୁ ଆପଣ ଘରକୁ ହଳଦୀଗୁଣ୍ଡ ଆଣିବା ଶୁଭ ବୋଲି ବିବେଚନା କରାଯାଏ । ହଳଦୀଗୁଣ୍ଡ ଆଣିବା ଦ୍ବାରା ତାହା ଧନକୁ ଆକର୍ଷିତ କରେ।ତେଣୁ ହୋଲି ପୂର୍ବରୁ ହଳଦୀଗୁଣ୍ଡ ଘରକୁ ଆଣନ୍ତୁ ।ଏହାକୁ ଏକ ହଳଦିଆ କପଡ଼ାରେ ଗୁଡାନ୍ତୁ ଏବଂ ଟ୍ରେଜେରୀରେ ରଖନ୍ତୁ । ଏପରି କରିବାଦ୍ବାରା ଧନରେ କୌଣସି ଅଭାବ ରହିବନାହିଁ ।
ଘରକୁ ରୁପା କଇଁଛ ଆଣନ୍ତୁ :-ଘରକୁ ରୁପାକଇଁଛ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।ହୋଲି ପୂର୍ବରୁ ଘରକୁ ରୁପା କଇଁଛ ଆଣି ଉତ୍ତର ଦିଗରେ ରଖନ୍ତୁ । ଯାହାଦ୍ବାରା ବର୍ଷସାରା ସମୃଦ୍ଧି ସୁନିଶ୍ଚିତ ହୁଏ । ଏହାବ୍ୟତୀତ ରୁପା କଇଁଛ ଘରୁ ନକାରାତ୍ମକତାକୁ ମଧ୍ୟ ଦୂର କରିଥାଏ ।
।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

ଆଜିର ରାଶିଫଳ
ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ, ବର୍ଷସାରା ମିଳିବ....
Prev Post
Next Post
