୨୨-୭-୨୦୨୬(ବୁଧବାର)ଅଦ୍ଯ କର୍କଟଦି୫ନ,ଆଷାଢ଼ଶୁକ୍ଳ ଅଷ୍ଟମୀ ଦ୫୮।୦ରାଘ୪।୩୪,ଚିତ୍ରା ଦ୩୮।୪୫ରାଘ୮।୫୨,କନ୍ୟା ଚନ୍ଦ୍ର ଦ୬।୩୦ଦିଘ୭ ।୫୮।ଭାରତୀୟ ସାଧାରଣସମୟ ଅନୁସାରେ(I.S.T)କର୍କଟଦ୦/୩୫/ ୨୦ ଇଂଘ ୫/୨୧/୫୦ଗତେ ଉଦୟ।ମକର ଦ୦/୩୯ /୪୦ଇଂଘ ୬/୨୪/୩୬ଗତେ ଅସ୍ତ ।ଯୋଗିନୀ ଐଶାନ୍ୟେ । ରାତ୍ରି ଘ୪।୩୪ ଗତେ ପୂର୍ବେ,ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ବୃଷ ରାଶିର ଘାତଚନ୍ଦ୍ର ।ମକରରାଶିର ଘାତବାର,ରାତ୍ରି ଘ୮।୫୨ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘାଉତ୍ତରଫାଃ ଚିତ୍ରା ଏନକ୍ଷତ୍ରମାନଙ୍କର ତାରାଶୁଦ୍ଧି,ଦିବା ଘ୭।୫୮ଗତେ ତୁଳା,ଧନୁ,ମକର,କୁମ୍ଭ,ମେଷ,ବୃଷ,ମିଥୁନ,ସିଂହ,କନ୍ୟା ଏରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଦିବା ଘ୬।୫୯ଗତେ,ଘ୮।୩୭ମଧ୍ୟେ ବାରବେଳା,ଘ୧।୩୦ଗତେ ଘ୩।୮ମଧ୍ୟେ କାଳବେଳା,ରାତ୍ରି ଘ୭।୪୫ଗତେ ଘ୯।୭ମଧ୍ୟେ କାଳରାତ୍ରି,ମୃତେ ପାଦଦୋଷ।ଫଳଂ କୃଷିହାନି ଭୂମିଦାନ।ରଜଶ୍ଚକ୍ରେ ଭିକ୍ଷାସୀ।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନାରିକେଳ(ନଡ଼ିଆ)ରାତ୍ରି ଘ୪।୩୪ ଗତେ ଅଲାବୁ(ଲାଉ) ଭକ୍ଷଣ ନିଷେଧ ।(ଅମୃତ)ଦିବା ଘ୭।୪୫ଗତେ ଘ୧୦।୯ ମଧ୍ୟେ ଘ୧୨।୩୩ଗତେ ଘ୨।୯ ମଧ୍ୟେ ଘ୨।୫୭ଗତେ ଘ୪।୩୩ମଧ୍ୟେ ରାତ୍ରି ଘ୭।୧୨ମଧ୍ୟେ ଘ୯ ।୩୬ଗତେ ଘ୧୨।୧ମଧ୍ୟେ ଘ୨।୨୫ଗତେ ଘ୪।୧ମଧ୍ୟେ(ମାହେନ୍ଦ୍ର)-ନାସ୍ତି ।
ମେଷ:-ଦେବ ଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ।
ବୃଷ:-ଯେଉଁକାମ କରିବାକୁ ଭାବିବେ ତାହା ମନପ୍ରାଣଢାଳି ପୂରା କରି ଦେବେ। କୋର୍ଟମାମଲାରେ ଆପଣଙ୍କର ଜୟ ହେବ।ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।
ମିଥୁନ:-ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ।ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।
କର୍କଟ:-ମନ୍ଦିରକୁ ଠାକୁର ଦର୍ଶନ ପାଇଁଯାଇପାରନ୍ତି।ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗିତା ମୂଳକ ପରୀକ୍ଷାର୍ଥୀଙ୍କୁ ଶୁଭଖବର ମିଳିବ।
ସିଂହ:-ଆପଣ ଅଧିକ ସମୟ ପରିବାରସହ ଅତିବାହିତ କରିବେ। ଆପଣଙ୍କର ବାକିକାମ ପୂରା ହେବ।ଖେଳାଳିମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା:-କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରକରିବା ପାଇଁ ଦିନଟିଭଲ।ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ତୁଳା:-ଭାବିଥିବା ସବୁକାମ ପୂରା ହୋଇଯିବ।ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା:-ଆର୍ଥିକସ୍ଥିତି ଭଲ ରହିବ।ଆପଣ ଯେଉଁ ନିଷ୍ପତ୍ତିନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭଦେବ।ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ।
ଧନୁ:-ଅଫିସ କାମ ସହଜରେ ପୂରା ହୋଇଯିବ।ଅଚାନକ ଧନଲାଭର ଯୋଗ ରହିଛି। ଘରକୁ ନୂଆ ବନ୍ଧୁଙ୍କ ଆଗମନହେବ।ଛାତ୍ରଙ୍କ ମନନୂଆ କଥା ଶିଖିବାରେ ଆଗ୍ରହୀ ରହିବ।
ମକର:-ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବେ। କୌଣସି ନୂଆବ୍ୟବସାୟ ଆରମ୍ଭ କରିପାରନ୍ତି।ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କୁମ୍ଭ:-ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।ବନ୍ଧୁ ସହ ସମୟ କାଟିବେ। ଇସ୍ପାତ ସାମଗ୍ରୀ କିଣିପାରନ୍ତି।ଅଜଣାବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁନାହିଁ।
ମୀନ:-ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦରହିବ। ଜୀବନରେ କିଛି ପରିବର୍ତ୍ତନକରିବାକୁ ଚେଷ୍ଟା କରିବେ।ରାଜନୀତିରେ ସଫଳତା ପାଇବେ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟମାଯୋଗମାୟା।।
ଆଜିର ରାଶିଫଳ
Prev Post
