ରାସ୍ତାରେ ପଡ଼ିଲା ବିରାଟ ଗଛ

ବାରଙ୍ଗ ବାଙ୍କୀ ରାସ୍ତା ବନ୍ଦ

ବାରଙ୍ଗ, ୨୧|୦୭ (ଏସଏସନିଉଜ) ବାରଙ୍ଗ ବ୍ଲକ ମୁଣ୍ଡୁଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ସାମ୍ନା ମୁଖ୍ୟ ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକ ବିରାଟ ଗଛ ଉପୁଡି ପଡିଥିଲା। ଫଳରେ ଉକ୍ତ ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଥିଲା।ଏ ନେଇ ସ୍ଥାନୀୟ ଲୋକେ ବାରଙ୍ଗ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ପ୍ରକାଶ ପାତ୍ରଙ୍କ ନେତୃତ୍ବରେ ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କରତ ସାହାଯ୍ୟରେ ଗଛକୁ କାଟି ରାସ୍ତାରୁ ହଟାଇଥିଲେ।ବର୍ଷା ଭିଜି ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟ କରି ରାସ୍ତାକୁ ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଅଗ୍ନିଶମ ବାହିନୀର ଏହି ତତ୍ପରତା କାର୍ଯ୍ୟକୁ ଭୂରି ପ୍ରଶଂସା କରାଯାଇଛି।

- Advertisement -

Leave A Reply

Your email address will not be published.