ଆଜିର ରାଶିଫଳ

ଅଗଷ୍ଟମାସ ୦୨ତାରିଖ ୨୦୨୫ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୬/୫୬ଗତେ ନବମୀ,ନକ୍ଷତ୍ର- ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୭/୧୮,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୫୨,ଯୋଗିନୀ ଐଶାନ୍ୟେ ଦିବା ଘ୦୬/୫୬ ଗତେ ପୂର୍ବେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୩ମଧ୍ୟେ ଓ ଦିବା ଘ୦୪/୪୫ଗତେ ଘ୦୫/୨୬ ମଧ୍ୟେ,ବାରବେଳା-ଦିବା ଘ୦୧/୧୫ ଗତେ ଘ୦୩/୦୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୨୬ ଗତେ ଘ୧୨/୩୮ମଧ୍ୟେ ଓ ରାତ୍ରି ଘ୦୮/୩୨ ଗତେ ଘ୧୧/୦୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ଲାଉଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲହେବ।କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗ ମିଳିବ।ପାରିବାରିକକାର୍ୟ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକରହିବ।ବ୍ୟବସାୟରେ ଜୀବନ ସାଥୀଙ୍କସହଯୋଗ ମିଳିବ।ଅଫିସରେ କୌଣସି ଖୁସିଖବର ମିଳିବ।ପ୍ରେମବ୍ୟାପାର ଲାଗି ଦିନଟିଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନ ସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:- ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ୟ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚାରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ।ପରିବାରଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନାପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚିବଢ଼ିବ।ସ୍ଥଗିତ ଥିବାକାର୍ୟ୍ୟ କୌଣସି ବନ୍ଧୁଙ୍କଦ୍ବାରା ପୂରା ହେବ।ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନସ˚ପତ୍ତି ବୃଦ୍ଧି ହେବ।ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମକରିବେ।ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତଫଳ ପ୍ରଦାନ କରିବ।ବଡ଼ ବ୍ୟବସାୟଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି।କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ିପାରେ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.