ଆଜିର ରାଶିଫଳ

ବାଟଓଷା,୬-୧୨-୨୦୨୫(ଶନିବାର)ଅଦ୍ଯ ବିଛା ଦି୨୧ନ,ପୈ।ଷ କୃଷ୍ଣ ଦ୍ଵିତୀୟା ଦ ୩୮।୪୨ ରାଘ୯।୪୦,ମୃଗଶିରା ଦ ୮।୩୧ ଦିଘ୯।୩୫,ମିଥୁନ ଚନ୍ଦ୍ର ଦ୬୦ ନିଶାନ୍ତ।ବିଛା ଦ୩/୪୪/୦ ଇଂଘ୬/ ୧୧/୧୦ ଗତେ ଉଦୟ।ବୃଷ ଦ୩/୨୫/୨୦ ଇଂଘ ୫/୨/୪୧ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ରାତ୍ରି ଘ୯ ।୪୦ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ଦିବା ଘ୯।୩୫ ଗତେ ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତର ଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।କନ୍ୟା ରାଶିର ଘାତଚନ୍ଦ୍ର।ବୃଷ ସିଂହ କନ୍ୟା ରାଶିର ଘାତବାର।ଦିବା ଘ୭।୩୪ ମଧ୍ୟେ ଘ୩।୪୨ ଗତେ ଘ୫।୪ମଧ୍ୟେ କାଳବେଳା । ଘ୧୨।୫୮ ଗତେ ଘ୨ ।୨୦ ମଧ୍ୟେ ବାରବେଳା।ରାତ୍ରି ଘ୬।୪୨ ମଧ୍ୟେ ଘ୪।୩୪ ଗତେ ଘ୬।୧୨ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦଦୋଷ । ଫଳଂ କୃଷି ଓ ପଶୁହାନି।ଭୂମି ଅନ୍ନଦାନ।ରାତ୍ରି ଘ୯।୪୦ଗତେ ପାଦ ଦୋଷ।ଫଳଂ କୃଷି ହାନି | ଭୂମି ଦାନ।ପ୍ରଥମ ରଜୋଦର୍ଶନେ ଦିବା ଘ୯ ।୩୫ଗତେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା । ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ବୃହତୀ (ବୋଇତି କଖାରୁ) ଭକ୍ଷଣ ନିଷେଧ ।ଅମୃତ-ଦିବା ଘ୭।୧୦ ମଧ୍ୟେ ଘ୭ ।୪୮ଗତେ ଘ୧୦ ।୧୨ ମଧ୍ୟେ ଘ୧୨।୩୬ଗତେ ଘ୩।୪୮ ମଧ୍ୟେ ଘ୪।୩୬ଗତେ ଘ୫।୪ ମଧ୍ୟେ ରାତ୍ରି ଘ୧୨।୧୬ ଗତେ ଘ୧।୫୨ ମଧ୍ୟେ ।(ମାହେନ୍ଦ୍ର)- ରାତ୍ରି ଘ୧।୫୨ ଗତେ ଘ୨।୪୦ ମଧ୍ୟେ।
ମେଷ:-ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ବୃଷ:-ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।
ମିଥୁନ:-କାମ ନିର୍ଦ୍ଧାରିତ ସମୟରେ ପୂରା ନ ହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କର୍କଟ:-କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଗୁରୁତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ସିଂହ:-କୌଣସି କାମରେ ମାତା ପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାର ସହ ଅନ୍ୟମାନଙ୍କୁ ସହମତ କରାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।
କନ୍ୟା:-ପୂଜାପାଠରେ ସମୟ ବିତିବ। ସବୁ କାମରେ ସଫଳ ହେବେ। ଲୋକ ଆପଣଙ୍କର ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ।
ତୁଳା:-କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳା ଓ ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ।
ବିଛା:-କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ।
ଧନୁ:- ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।
ମକର:-ଅଫିସରେ ଅଧିକାରୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ପ୍ରେମୀ ଯୁଗଳ ପରସ୍ପରଙ୍କୁ ହୃଦୟର କଥା କହିବେ।
କୁମ୍ଭ:-ସାମାଜିକ ପରିସର ବଢ଼ିବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ପରିବାରରେ ଖୁସି ବଜାୟ ରହିବ।
ମୀନ:-ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ଆପଣଙ୍କୁ ବାହାରକୁ ବୁଲାଇ ନେଇଯିବେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.