ବାରଙ୍ଗ, ୫।୧୨(ଏସଏସନିଉଜ)ମୁଣ୍ଡଳୀ ବ୍ୟାରେଜ ନିକଟସ୍ଥ ମହାନଦୀରେ ଏକ ବିରାଟକୁମ୍ଭୀର ପଠାରେ ଶୋଇଥିବାରଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।ଏହି ଘଟଣା ପ୍ରଚାରିତ ହେବାପରେ ଦେଖଣା ହାରୀଙ୍କ ଭିଡ ଲାଗି ରହିଥିଲା।ଖବର ପାଇ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ଆସି ପହଂଚିଥିଲେ।ପରେ ବନବିଭାଗ କର୍ମଚାରୀମାନେ ଆସି ନଦୀମଧ୍ଯକୁ ପଶି କୁମ୍ଭୀର ପାଖକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ କୁମ୍ଭୀରଟି ନଦୀମଧ୍ଯକୁ ପଳାଇଯାଇଥିଲା।ଏହି ଘଟଣା ପରେ ନଦୀକୂଳିଆ ଗ୍ରାମବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି।
