ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ବାଘ ସହ ଯିବ ୧୪ ପଶୁପକ୍ଷୀ

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଚଳିତ ବର୍ଷ୨୦୨୫-୨୬ ମସିହାର ପ୍ରଥମ ପର୍ଯ୍ୟାୟ ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି।
ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ,୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ ତାରା କଇଁଛ,୧ ପୁରୁଷ ଓ ୧ ମାଈକୁ ମିଶାଇ ୨ଟି ରୂପେଲି କୁକୁଟ ।

ଅଦଳବଦଳ ପ୍ରକିୟାରେ ନନ୍ଦନକାନନକୁ ଦୁଇଟି ପର୍ଯ୍ୟାୟରେ ୧୪ଟି ଜୀବଜନ୍ତୁକୁ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନକୁ ଦେବାକୁ ପଡ଼ୁଛି। ସେଥିମଧ୍ୟରେ ୨ଟି ବାଘ,୨ଟି ମାଈ ଧୂସର ଗଧିଆ, ୩ଟି ଚଉଶିଙ୍ଗା,୨ଟି କୁଟୁରା,୫ଟି ବିଲୁଆ ରହିଛି।ଆସିଥିବା ଅତିଥି ପଶୁପକ୍ଷୀଙ୍କୁ ୨୦ ରୁ ୩୦ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ନଜରବନ୍ଦୀରେ ରଖାଯାଇଥିବାରୁ ନୂଆବର୍ଷରେ ପର୍ଯ୍ୟଟକମାନେ ଏହି ଅତିଥିମାନଙ୍କୁ ଦେଖିପାରିବେ ବୋଲି ଜଣାପଡିଛି।

- Advertisement -

Leave A Reply

Your email address will not be published.