ଅଗଷ୍ଟମାସ ୦୫ତାରିଖ ୨୦୨୫ମସିହା (ମଙ୍ଗଳବାର)ଶ୍ରାବଣମାସ- ଶୁକ୍ଳପକ୍ଷ,
ତିଥି-ଏକାଦଶୀ ଦିବାଘ୦୧/୧୬ଗତେ ଦ୍ୱାଦଶୀ, ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୧୨/୧୦ ଗତେ ମୂଳା,
ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୪୨,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/ ୧୬ଗତେ ନୈରୁତକୋଣେ,ମକର ରାଶିର ଘାତବାର,
ଏକାଦଶୀର ଏକୋଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ, କାଳବେଳା -ଦିବା ଘ୦୨/୦୪ ଗତେ ଘ୦୩/୩୩ ମଧ୍ୟେ,ବାରବେଳା- ଦିବା ଘ୦୬/୫୩ ଗତେ ଘ୦୮/ ୩୨ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୨ ଗତେ ଘ୧୦/୧୫ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୨/୦୨ ମଧ୍ୟେ ଓ ଘ୦୩/୩୪ ଗତେ ଘ୦୪/୪୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ଶିମ୍ବ ଦିବା ଘ୦୧/୧୬ ଗତେ ପୋଇ ଭକ୍ଷଣ ନିଷେଧ।
ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନପରେ ଆପଣ ଭଲ ଅନୁଭବ କରିବେ।ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ।
ବୃଷ :-ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ।ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭହେବ।ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ।
ମିଥୁନ :-ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି।ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ।ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ।କୌଣସି ସାମାଜିକକାର୍ଯ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
କର୍କଟ :-ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ।ଆର୍ଥିକ ଦୃଷ୍ଟିରୁ ଲାଭ ହେବ।ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ।ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକକ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
ସିଂହ :-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ।ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
କନ୍ୟା :-ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ତୁଳା :-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ।ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ବିଚ୍ଛା :-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ।ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରିପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ।ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
ଧନୁ :-ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ଆବଶ୍ୟକ।ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
ମକର :-ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମସ୍ଥାନ ଦେବାକୁ ହେବ।ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟଯାତ୍ରାର ଆୟୋଜନ ହୋଇପାରେ।ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କୁମ୍ଭ :-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ।ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
ମୀନ :-ଦିନ ଶୁଭଫଳଦାୟୀ ଅଟେ।ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।

ପ୍ରତିଦିନ ଛତୁଆ ଖାଉଛନ୍ତିକି, ହେବନି ଏହି ସମସ୍ୟା……
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତରହିଥାନ୍ତି । ଅନେକ ସମୟରେ ଖାଇବାକୁ ସମୟ ହୋଇନଥାଏ । ତ ପୁଣି କେତେବେଳେ ୱାର୍କଲୋଡ୍ ପାଇଁ ଅନେକ ବାହାରୁଖାଇଥାନ୍ତି । ଅନେକ ସମୟରେ ଲଞ୍ଚ ବ୍ରେକ୍ ରେ କାମ ମଧ୍ୟ ପଡିଯାଇଥାଏ । ଯାହାଫଳରେ ସେମାନେ ଭାତଖାଇବାରୁ ବଞ୍ଚିତହୋଇଥାନ୍ତି । ବାହାରେ ସେତେବେଳେ ଖାଇବା ମିଳିନଥାଏ ।ତେଣୁ ଅନେକ କର୍ମଚାରୀ ଟିଫିନ୍ ଖାଇଥାନ୍ତି ।କିଏ ଟିଫିନ୍ ରେ ସକାଳର ପକୁଡି, ବରା, ପିଆଜି ଖାଇଥାଏ ଓ ପୁଣି ଆଉ କିଏ ମିକ୍ସଚର ଏବଂ ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ଖାଇଥାଏ ।ଯେଉଁଥିପାଇଁ କି ଅନେକଙ୍କ ଗ୍ୟାସ୍ ସମସ୍ୟା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ତେବେ ଏମିତି ଏକ ଖାଦ୍ୟ ଅଛି ଯାହା ଶରୀର ପାଇଁ ବହୁତ ଭଲ । ଯାହାକୁ ଆପଣ ଥରେ ଆଣିଲେ ଅନେକଥର ବ୍ୟବହାର କରିପାରିବେ । ଏହାକୁ ଅତିସହଜରେ ସାଙ୍ଗରେ ଧରି ଅଫିସ୍ ଯାଇପାରିବେ । ସେହି ଖାଦ୍ୟଟିର ନାଁ ହେଉଛି ଛତୁଆ।
-ଛତୁଆକୁ ଅତି ସହଜରେ ପ୍ୟାକେଟରୁ କାଢି ଆବଶ୍ୟକ ମୁତାବକ ଟଫନରେ ନେଇପାରିବେ ।
-ଛତୁଆର ଓଜନ ଅନ୍ୟଖାଦ୍ୟ ତୁଳନାରେ କମ୍। କିନ୍ତୁ ଏହା ଅନ୍ୟଖାଦ୍ୟ ଅପେକ୍ଷା ସ୍ବାସ୍ଥ୍ୟପାଇଁ ଲାଭଦାୟକ।
-ଏହାକୁ ଯେତେବେଳେଚାହିଁବେ ପାଣିମିଶାଇକରି ଖାଇପାରିବେ।ନହେଲେ ଡ୍ରିଙ୍କସ୍ ବନାଇ ପିଇପାରିବେ
-ଏହାକୁ ରାନ୍ଧିବାକୁ ପଡିନଥାଏ ।ଗରମ କିମ୍ବା ଥଣ୍ତାକରି ଖାଇବାର କୌଣସି ଆବଶ୍ୟକତା ନଥାଏ ।ସାଧାପାଣି ଏଥିରେମିଶାଇ ଆପଣ ଖାଇପାରିବେ।
-ଏଥିରେ ପ୍ରୋଟିନ୍ ପରିମାଣ ଅଧିକା ଥାଏ ।ଯଦି ବୁଟଛତୁଆ ହୋଇଥିବ, ତେବେ ଆହୁରିଭଲ ।ଏଥିରେଥିବା ପ୍ରୋଟିନ୍ ଆପଣଙ୍କ ପ୍ରୋଟିନର ଆବଶ୍ୟକତାକୁ ପୂରଣକରିବା ସହ ହଜମପକ୍ରିୟାକୁ ସୁସ୍ଥ ରଖିବ।
-ଏଥିରେଥିବା ଫାଇବର ପେଟସଫା କରିବାରେ ସାହାର୍ୟ୍ୟ କରେ ।
-ଏଥିରେ କୋଣସିତେଲର ଆବଶ୍ୟକତାନାହିଁ । ତେଣୁ ଏଥିରେ କୋଲେଷ୍ଟ୍ରଲ୍ ବଢିବାର ସମ୍ଭବାନା ନାହିଁ।
-ଛତୁଆ ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ଏଥିରେ କ୍ୟାଲସିୟମ୍, ଫାଇବର ଓ ମ୍ୟାଗ୍ନେସିୟମ୍ ପୌଷକତତ୍ଵ ରହିଛି । ଛତୁଆ ଖାଇଲେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ।
-ଛତୁଆ ଖାଇବା ଦ୍ବାରା ଗଳାସମ୍ବନ୍ଧୀୟ ରୋଗ,ବାନ୍ତି, ଗରମଦିନରେ ଦେଖାଯାଉଥିବା ସମସ୍ୟା ହୋଇନଥାଏ
-ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟସମ୍ବନ୍ଧୀୟ ରୋଗରୁ ଦୂରକରି ପେଟକୁ ଥଣ୍ଡାରଖିବାରେ ସାହାଯ୍ୟ କରିଥାଏ ।
-ଛତୁଆରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ଏହାସହ ଏଥିରେଥିବା ପ୍ରୋଟିନ୍ ମାଂସପେଶୀକୁ ମଜଭୁତ ରଖେ ।
-ମଧୁମେହ ଓ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଛତୁଆ ସେବନ କରିବା ଅତ୍ୟନ୍ତ ହିତକର ।ଛତୁଆ ଶରୀରରେ ବଢୁଥିବା ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

