ଅଗଷ୍ଟମାସ୧୫ତାରିଖ୨୦୨୫ମସିହା(ଶୁକ୍ରବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି-ସପ୍ତମୀ ରାତ୍ରି ଘ୧୧/ ୫୪ଗତେ ଅଷ୍ଟମୀ ,ନକ୍ଷତ୍ର-ଅଶ୍ଵିନୀ ଦିବା ଘ୦୮/୧୫ ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୫୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୧୨ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୫୪ଗତେ ଐଶାନ୍ୟେ ,ମେଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର ,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ଜନ୍ମାଷ୍ଟମୀ ଓ ସ୍ଵାଧୀନତାଦିବସ ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୦୧/୫୨ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୫ମଧ୍ୟେ ଓ ଘ୦୭/୫୪ଗତେ ଓ ଘ୦୮/୩୯ ମଧ୍ୟେ ଓ ଘ୦୧/୫୩ଗତେ ଘ୦୨/୧୮ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୧/୦୦ଗତେ ଘ୧୧/୪୮ ମଧ୍ୟେ ,ଅଦ୍ୟ ତାଳ ଭକ୍ଷଣ ନିଷେଧ
ମେଷ-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ ।କର୍ମରେ ଉନ୍ନତିକରିବେ ଓ କର୍ମସ୍ଥାନରେ ସମସ୍ତବାଧାବିଘ୍ନ ଦୂରହେବ ।ଅଟକିରହିଥିବା କାମ ସମ୍ପୂର୍ଣ୍ଣକରିବାର ସୁଯୋଗଆସିବ ।ହୃତଧନ ଫେରିପାଇବେ ।ଆୟଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ-ଆକସ୍ମିକ ଧନଲାଭ ଓ ଆର୍ଥିକଅବସ୍ଥାରେ ଉନ୍ନତିଘଟିବ ।ବାଣିଜ୍ୟ,ବ୍ୟବସାୟରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧିଘଟିପାରେ ।ମୂଲ୍ୟବାନଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ ।ମହିଳାମାନେ ସଞ୍ଚୟ କରିବେ ।
ମିଥୁନ-କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳହେବାର ସମସ୍ତଦିଗକୁୁ ଅନୁଧ୍ୟାନ କରିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେଆୟ ମଧ୍ୟମହେବ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧିପାଇବ ଏବଂ ପରିବାରର ସମସ୍ତସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟ-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାରହେବେ ।ବାପାମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ- ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ ।କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତହେବ ।ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନାହେବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ସଫଳତାପାଇବେ ।ମହିଳା ସହକର୍ମୀ ସହୋଗ କରିବେ ।ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ ଅସ୍ଥିରମନା ହେବେ ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ ।ବାଣିଜ୍ୟ,ବ୍ୟବସାୟ ଠିକ୍ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତହେବେ ।ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ
ବିଛା-ମାନସମ୍ମାନ ହାନି ଓ ଇତରଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି ।ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତ ହେବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ ।ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶକରିବେ ।ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତାପାଇବେ ।ନୂତନକର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି ।ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗପାଇବେ ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତହେବେ ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ- ଆର୍ଥିକକ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ ।ମୂଲ୍ୟବାନପଦାର୍ଥ ନଷ୍ଟ ଓ ଚୋରିଯିବ ।ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶକରିବେ ।ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ-ଆଜି ଆପଣଙ୍କୁ ସୁଖାଦ୍ୟ ,ସୁବସନ ପ୍ରାପ୍ତିହେବ ।ଯଶ,ସମ୍ମାନ ଓ ସାମାଜିକପ୍ରତିଷ୍ଠାରେ ବୃଦ୍ଧିଘଟିବ ।ବାଣିଜ୍ୟ,ବ୍ୟବସାୟରେ ଉତ୍ତମଆୟ ଏବଂ କର୍ମରେଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତହେବେ ।ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।

🕉️ଶ୍ରୀକୃଷ୍ଣ ଜନ୍ମୋତ୍ସବ,୧୫ ନା ୧୬ ଅଗଷ୍ଟ🕉️
ଏହିବର୍ଷ ୨୦୨୫ରେ ଭଗବାନ ଶ୍ରୀକୃଷ୍ଣଙ୍କ ୫୨୫୨ତମ ଜନ୍ମବାର୍ଷିକୀ ପାଳନ କରାଯିବ। ଏଥର ଅଷ୍ଟମୀ ତିଥି ୧୫ଅଗଷ୍ଟ ରାତିରୁ ଆରମ୍ଭ ହେଉଛି, ଏହା ୧୬ଅଗଷ୍ଟ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ।ସେହି ସମୟରେ ରୋହିଣୀ ନକ୍ଷତ୍ର ୧୭ ଅଗଷ୍ଟସକାଳେ ଆରମ୍ଭ ହେବ।ଏପରି ପରିସ୍ଥିତିରେ ପ୍ରଶ୍ନଉଠେଯେ ଜନ୍ମାଷ୍ଟମୀ ୧୫ଅଗଷ୍ଟରେ ପାଳନ କରାଯିବା ଉଚିତ କି ୧୬ ଅଗଷ୍ଟ ..
ଜନ୍ମାଷ୍ଟମୀ ଏବଂ ତିଥି- ନକ୍ଷତ୍ର:- ଅଷ୍ଟମୀତିଥି ଆରମ୍ଭ:-୧୫ ଅଗଷ୍ଟ ୨୦୨୫ରାତି ୧୧:୪୯ରେ
ଅଷ୍ଟମୀତିଥି ଶେଷ:- ୧୬ଅଗଷ୍ଟ ୨୦୨୫ ରାତି ୦୯:୩୪ରେ
ରୋହିଣୀନକ୍ଷତ୍ର ଆରମ୍ଭ:-୧୭ ଅଗଷ୍ଟ ୨୦୨୫ ସକାଳ ୦୪:୩୮ରେ
ରୋହିଣୀନକ୍ଷତ୍ର ଶେଷ:- ୧୮ ଅଗଷ୍ଟ ୨୦୨୫ ସକାଳ ୦୩:୧୭ରେ
ଚନ୍ଦ୍ରଉଦୟସମୟ:- ୧୬ ଅଗଷ୍ଟ ରାତି ୧୦:୪୬ରେ

୧୬ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନକରିବା ଉପଯୁକ୍ତ:-
ପରମ୍ପରାଅନୁସାରେ, ଯେତେବେଳେ ଅଷ୍ଟମୀତିଥି ଏବଂ ରୋହିଣୀନକ୍ଷତ୍ର ଏକାଠିନଥାଆନ୍ତି, ସେତେ ବେଳେ ଉଦୟତିଥିରେ ଉପବାସ ଏବଂ ପୂଜାକରିବା ଉପଯୁକ୍ତବୋଲି ବିବେଚନା କରାଯାଏ। ତେଣୁ ଏଥର ୧୬ ଅଗଷ୍ଟ୨୦୨୫ ଶନିବାରଦିନ ଜନ୍ମାଷ୍ଟମୀପର୍ବ ପାଳନକରିବା ଅଧିକ ଉପଯୁକ୍ତ ହେବ।
ଜନ୍ମାଷ୍ଟମୀ ଉପବାସର ନିୟମ:-ଉପବାସ ସମୟରେ କିଛି ବିଶେଷନିୟମ ପାଳନକରିବା ଆବଶ୍ୟକ।
ଜନ୍ମାଷ୍ଟମୀଦିନ ଉପବାସକାରୀ ଖାଦ୍ୟ ଗ୍ରହଣ କରନ୍ତିନାହିଁ।ତଥାପି ତୁଳସୀପତ୍ର ସହିତ ଭଗବାନଙ୍କୁ ଅର୍ପଣ କରିବାପରେ ଫଳ,କ୍ଷୀର, ବାଦାମ ଇତ୍ୟାଦି ଗ୍ରହଣ କରାଯାଏ।ସାରାଦିନ ସାତ୍ୱିକଆହାର ଏବଂ ପବିତ୍ରଆଚରଣ ପାଳନ କରିବା ଆବଶ୍ୟକ। ଏହିଦିନ ରସୁଣ, ପିଆଜ ଏବଂ ତାମସିକଖାଦ୍ୟ ସମ୍ପୂର୍ଣ୍ଣ ନିଷେଧ।ଏହିଦିନ ସାରାଦିନ ଭଗବାନଙ୍କ ସ୍ମରଣ ଏବଂ ଧ୍ୟାନରେ ରହିବା ଉଚିତ, ଶ୍ରୀମଦ୍ ଭାଗବତଗୀତା, ବିଷ୍ଣୁସହସ୍ର ନାମ, ଗୋପାଳସହସ୍ର ନାମ ଭଗବାନଙ୍କନାମର ମନ୍ତ୍ର ଜପ ଇତ୍ୟାଦି କରାଯାଏ।
ଶ୍ରୀକୃଷ୍ଣଙ୍କ ଜନ୍ମସମୟରେ ରାତି୧୨ ଟାରେ ପୂଜା କରାଯାଏ।ଭକ୍ତମାନେ ଦୋଳିଝୁଲାଇ, ଶ୍ରୀକୃଷ୍ଣଙ୍କ ଆରତୀ କରି ଏବଂ ଭଜନ-କୀର୍ତ୍ତନ ମାଧ୍ୟମରେ ଭଗବାନଙ୍କୁ ସ୍ୱାଗତ କରନ୍ତି।ସୂର୍ଯ୍ୟୋଦୟପରେ ପରଦିନ ନିର୍ଦ୍ଧାରିତ ସମୟରେ ଉପବାସ ଭାଙ୍ଗିଥାଏ।ଯଦିଓ କିଛିଲୋକ ରାତି୧୨ଟାରେ ପୂଜାପରେ ହିଁ ଉପବାସ ଭାଙ୍ଗିଥାନ୍ତି, ଆପଣ ଆପଣଙ୍କର ପରମ୍ପରା ଅନୁସାରେ ଏହାକୁ ପାଳନ କରିପାରିବେ।
ଟିପ୍ପଣୀ:- ପର୍ବପର୍ବାଣୀର ସୌନ୍ଦର୍ଯ୍ୟ ସେମାନଙ୍କୁ ସାମୂହିକ ଭାବରେ ପାଳନ କରିବାରେ ନିହିତ। ଯଦି ଆପଣଙ୍କ ଗ୍ରାମ କିମ୍ବା ସହରରେ ୧୫ ଅଗଷ୍ଟରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତହେଉଛି, ତେବେ ଆପଣ ମଧ୍ୟ ଏହିପର୍ବ ୧୫ ଅଗଷ୍ଟରେ ପାଳନକରିବା ଉଚିତ ଏବଂ ଯଦି ଆପଣଙ୍କ ସ୍ଥାନରେ ୧୬ଅଗଷ୍ଟରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତହେଉଛି, ତେବେ ଆପଣ ଏହାକୁ ୧୬ ଅଗଷ୍ଟରେ ପାଳନକରିବା ଉଚିତ, ତେଣୁ ଆପଣ ଆପଣଙ୍କ ଗ୍ରାମ କିମ୍ବା ସହରର ମନ୍ଦିରରୁ ଏହି ସୂଚନା ପାଇବା ଉଚିତଯେ କେଉଁ ତାରିଖରେ ଏହି ପର୍ବ ପାଳିତ ହେଉଛି!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

