କଟକ,୧୫।୮(ଏସଏସନିଉଜ)ବିଭିନ୍ନ ଜନହିତକର କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ମଧୁପୁର ପଞ୍ଚାୟତ ଏଥର ପୂଜ୍ୟପୂଜାଙ୍କୁ ସମ୍ମାନ ଦେଇ ବେଶ୍ ଚର୍ଚ୍ଚିତ ହୋଇଛି ।ସ୍ଵାଧୀନତା ଦିବସରେ ଅଞ୍ଚଳର ୫୦୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ସମସ୍ତଙ୍କ ପାଇଁ ଆଲୋଚନାର ଖୋରାକ ସାଜିଛି।
ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୂପୂର ଗ୍ରାମପଞ୍ଚାୟତ ତରଫରୁ ପଞ୍ଚାୟତ ସ୍ତରିୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିରତଣି ସଭା ସ୍ଵାଧୀନତା ଦିବସରେ ଅନୁଷ୍ଟିତ ହୋଇଯାଇଛି।ଏଥିରେମୁଖ୍ୟଅତିଥି ଭାବେ ବିଜେପି ନେତା ତୃଷାରକାନ୍ତ ଚକ୍ରବର୍ତ୍ତୀ ଓ ସମ୍ମାନିତ ଅତିଥି ଭାବେ ସବ୍ କଲେକ୍ଟର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେବ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବାଗତ ଦାସ, ବାରଙ୍ଗ ତହସିଲଦାର ଡଃ ତୃଷାର ଜ୍ୟୋତି ରଞ୍ଜନ ପ୍ରମୁଖ ଯୋଗଦେଇଥିଲେ।ମଧୁପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ କିଶନ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ସମାଜ ସେବୀ ସୁନିଲ ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ମଧୁପୁର ସରପଞ୍ଚ ସସ୍ମିତା ଭୋଇ ଧନ୍ୟବାଦ୍ ଦେଇଥିଲେ।ଏଥିରେ ମଧୁପୁର ପଞ୍ଚାୟତ ସମେତ ବାରଙ୍ଗ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁଷ୍ପ ଗୁଛ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।ପ୍ରାରମ୍ଭରେ ପଞ୍ଚାୟତ କାର୍ଯ୍ୟଳୟ ସାମ୍ନାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।(ଜିତ ରାଉତଙ୍କ ରିପୋର୍ଟ)

