ଆଜିର ରାଶିଫଳ

ଜାନୁଆରୀମାସ ୦୮ତାରିଖ୨୦୨୬ମସିହା (ଗୁରୁବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର-ପୁର୍ବା ଫା ଦିବା ଘ୧୨/୫୮ ଗତେ ଉତ୍ତର ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୫୨,
ଯୋଗିନୀ ପଶ୍ଚିମେ,ବୃଷରାଶିର ଘାତ ଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,
ଆଦ୍ୟ ମୃତେ ଦିବା ଘ୧୨/୫୮ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୩୫ ଗତେ ଘ୦୫/୧୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୦୨ ମଧ୍ୟେ ଓ ରାତ୍ରି ଘ୦୫/୦୬ ଗତେ ଘ୦୯/୧୮ ମଧ୍ୟେ ଓ ରାତ୍ରି ଘ୧୧/୪୦ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେନାହିଁ।ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇରୁହନ୍ତୁ ।ଆପଣ ନିଜକୁ ଶାନ୍ତରଖିବାକୁ ଚ଼େଷ୍ଟାକରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ :- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେଯେ ସତ୍ତାରେଥିବା ଲୋକମାନଙ୍କସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହିଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତିତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବିଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣନାହିଁ, କାହିଁକିନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିରଦିନ ନିଜ ପରିବାରଲୋକଙ୍କ ସହିତ ରହିବା ପାଇଁ ଶୁଭଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନାଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତିକ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ।କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗଅଛି। ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁକିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ ।ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କଭାଗ୍ୟ ଯୋଗୁଁ ହେଉଛି । ଏହିସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭଉଠାନ୍ତୁ ।

ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି..
ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।
ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାନ୍ତି। ପରେ ଏହାକୁ ଘରର କେଉଁ କୋଣରେ ରଖି ଦେଇଥାଉ ବା ବିଭିନ୍ନ ସ୍ଥାନରେ ଟାଙ୍ଗି ଦେଉଥାଉ। କିନ୍ତୁ ଦର୍ପଣକୁ ଠିକ୍‌ ସ୍ଥାନରେ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଗୁରୁତ୍ୱପୂର୍ଣ୍ଣ ଉପକରଣ। ବାସ୍ତୁଦୋଷ ଦୂର କରିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ସେଥିପାଇଁ ଏହାକୁ ସଠିକ୍‌ ସ୍ଥାନରେ ରଖିଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।ଆଜି ଜାଣିବା କେଉଁସ୍ଥାନରେ ଆଇନା ରଖିଲେ ଧନ ବୃଦ୍ଧି ହୋଇଥାଏ।
ଘରର ଉତ୍ତରଦିଗରେ ଆଇନା ଲଗାଇବା ଶୁଭ ହୋଇଥାଏ। ଉତ୍ତରଦିଗକୁ ଧନର ଦେବତା କୁବେରଙ୍କଦିଗ ବୋଲି କୁହାଯାଏ। ଏହିଦିଗରେ ଆଇନା ଲଗାଇବାଦ୍ୱାରା ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଉତ୍ତରଦିଗ ବ୍ୟତିତ ପୂର୍ବଦିଗରେ ଆଇନା ଲଗାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ସକାରତ୍ମକ ପ୍ରଭାବ ବଢ଼ିଥାଏ। ପରିବାରଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଘରର ଉତ୍ତରଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନଥିଲେ ଆଇନା ଲଗାଇବା ଉଚିତ। ଏହା ବିଭିନ୍ନଦୋଷ ଦୂର ହୋଇଥାଏ। ଉତ୍ତରଦିଗକୁ ଧନଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.