ରାଜା ମଧୁସୂଦନଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକକ୍ରୀଡ଼ା

ଚନ୍ଦ୍ରଶେଖରପୁର,୭।୧(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ବୁଧବାର ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଟିତ ବାର୍ଷିକକ୍ରୀଡ଼ାର ମଙ୍ଗଳବାରଦିନ ପ୍ରଥମ ଦିବସରେମା’ ଶିଖରଚଣ୍ଡୀଙ୍କ ମନ୍ଦିରରୁ କ୍ରୀଡ଼ା ମଶାଲକୁ ସମ୍ମାନର ସହ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଆଣି କ୍ରୀଡାଙ୍ଗନରେ ସ୍ଥାପନ କଲାପରେ ବାର୍ଷିକକ୍ରୀଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ଉଦଘାଟନର ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ପୂର୍ବତନ କ୍ରୀଡ଼ା ପରିଷଦର ସଚିବ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ

ଯୋଗଦେଇ ଯୁବ କ୍ରୀଡ଼ାବିତ୍ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଉଦଯାପନୀ ଉସବରେ ଓଡ଼ିଶା ଅଲମ୍ପିକ ସଂଘର ଅଧ୍ୟକ୍ଷ ସମୀର ମହାନ୍ତି ମୁଖ୍ୟ ଅତିଥି ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ବିଭିନ୍ନ ଦୌଡ଼, ଖେଳକୁଦ, ଲମ୍ପ ଆଦି ଦଶଟି ବିଭାଗରେ ମହାବିଦ୍ୟାଳୟର ପ୍ରାୟ ୪୦୦ ବିଦ୍ୟାର୍ଥୀ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିବା ବେଳେ ସବୁ ବିଭାଗରୁ ବିଜୟୀ ମାନଙ୍କୁ ଅତିଥିମାନେ ମେଡାଲ, ମାନପତ୍ର ପ୍ରଦାନ କରିଥିଲେ। ଛାତ୍ରମାନଙ୍କ ମଧ୍ୟରୁ ଇତିହାସ ବିଭାଗର ସୂର୍ଯ୍ୟପ୍ରକାଶ ବେହେରା ଓ ଛାତ୍ରୀମାନଙ୍କ ମଧ୍ୟରୁ ଗୃହବିଜ୍ଞାନ ବିଭାଗର ଲକ୍ଷ୍ମୀ ହେମ୍ବ୍ରମ୍ ବ୍ୟକ୍ତିଗତ କ୍ରୀଡା ଚାମ୍ପିଅନ ଭାବେ ବିବେଚିତ ହୋଇଥିଲେ। କଲେଜର କ୍ରୀଡା ଶିକ୍ଷକ ଅନନ୍ତ ମାଧବ ସାହୁ ଓ କ୍ରୀଡ଼ା ପରିଷଦର ଉପାଧ୍ୟକ୍ଷ,ଅଧ୍ୟାପକ ଚନ୍ଦନ କୁମାର ସାହୁଙ୍କ ସମେତ
ସମସ୍ତ  ଅଧ୍ୟାପକ, ଅଧ୍ୟାପିକା, ବିଦ୍ୟାର୍ଥୀ ସ୍ବେଚ୍ଛାସେବୀମାନେ କ୍ରୀଡା ପରିଚାଳନା କରିଥିଲେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି।

- Advertisement -

Leave A Reply

Your email address will not be published.