ଆଜିର ରାଶିଫଳ

ରୋଷେଇଘରେ ଏହି ଦିଗରେ ଲଗାନ୍ତୁନାହିଁ ପାଣି ଟ୍ୟାପ?

ଜାନୁଆରୀମାସ ୧୦ତାରିଖ ୨୦୨୬ମସିହା (ଶନିବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ ୦୮/୦୬ଗେତେ ଅଷ୍ଟମୀ ,ନକ୍ଷତ୍ର-ହସ୍ତା ଦିବା ଘ୦୪/୦୯ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୨ ,ଯୋଗିନୀ ବାୟବ୍ୟେ ଦିବା ଘ ୦୮/୦୬ ଗେତେ ଐଶାନ୍ୟେଞ୍ଚ ,ବୃଷରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଆଦ୍ୟ ମୃତେ ଦ୍ଵୀପାଦ ଦିବା ଘ୦୮/୦୬ ଗତେ ଏକପାଦ ପୁସ୍କରଦୋଷ ,କାଳବେଳା-ଦିବାଘ୦୭/୫୦ ମଧ୍ୟେ ଓ ଘ୦୩/୫୭ ଗତେ ଘ୦୫/୨୦ମଧ୍ୟେ ,ବାରବେଳା- ଦିବା ଘ୦୧/୧୭ଗତେ ଘ୦୨/୪୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୩ ଗତେ ଘ୧୦/୨୮ମଧ୍ୟେ ଓ ଘ୧୨/୫୧ଗତେ ଘ୦୧/୧୬ ମଧ୍ୟେ ଓ ରାତ୍ରି ଘ୧୨/୩୧ ଗତେ ଘ୦୨/୦୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୨/୩୧ଗତେ ଘ୦୨/ ୦୬ମଧ୍ୟେ ନଡ଼ିଆଭକ୍ଷଣ ନିଷେଧ,
ମେଷ-ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା,ବନ୍ଧୁଙ୍କପରାମର୍ଶ କାମକୁଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନଲାଭ କରାଇବ। ଆପଣ ଭଲକଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାରଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗିରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।ଞ୍ଚ
କର୍କଟ-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନକରିବାରେ ସମର୍ଥ ହେବେ । ସରକାରୀସ୍ତରରୁ ହଠାତ୍ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ସିଂହ-ଆଜି ଯେତେ ପ୍ରକାର ସୁବିଧାସୁଯୋଗ ସୃଷ୍ଟିହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମାସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗପାଇଁ ବହୁତ ଭଲହେବ। ବହୁ ଦିନରୁ ଟଙ୍କା ବାକିରଖିଥବା ଲୋକଟି ଆପଣଙ୍କୁ ଖୋଜିଖୋଜି ଶେଷରେ ଘରେ ଆସି ଟଙ୍କାଦେଇଯାଇପାରେ। ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା-ଆଜି ଦିନଟି ଆପଣଙ୍କପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସିକାମ ସ୍ଥଗିତ ରହିବନାହିଁ। କିନ୍ତୁ ମାନସିକଅଶାନ୍ତି ଲାଗି ରହିବା କାରଣରୁ କୌଣସିକାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା-ଆଜି ମନ ଖୁସିରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାରକରଜକରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳାକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେନାହିଁ। ତେଣୁ ମନଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାରକ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନକାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର-ଆଜି ବନ୍ଧୁ ଓ ପାରିବାରିକସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣକଥାକୁ ନେଇ ସମ୍ପର୍କୀୟମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନପ୍ରତି ବିଶେଷଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନକର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହରସୂଚନା ରହିଛି ।
ମୀନ-ଆଜି ବାଣିଜ୍ୟ,ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତାପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକସମସ୍ୟା ଲାଗି ରହିବ। କଳା,ପ୍ରଶାସନ ଓ ରାଜନୈତିକକ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ରଖିବାରେ ସମର୍ଥ ହେବେ।

ରୋଷେଇଘରେ ଏହି ଦିଗରେ ଲଗାନ୍ତୁନାହିଁ ପାଣି ଟ୍ୟାପ?
ଆମେ ସ୍ୱପ୍ନରଘର ତିଆରି କଲାବେଳେ ବିଶେଷକରି ବାସ୍ତୁଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁରୁମ୍ କେଉଁଦିଗରେ ରହିବ, ଘରରସମ୍ମୁଖରେ କଣ ରହିବ ଓ କଣ ନ ରହିବ ସେଥିପ୍ରତି ବିଶେଷଧ୍ୟାନ ଦିଆଯାଏ। ସେହିପରି ରୋଷେଇଘର ପ୍ରତି ମଧ୍ୟ ସମାନଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁଅନୁସାରେ କେବଳ ରୋଷେଇଘରର ସ୍ଥାନ ନିରୂପଣ କରିଦେଲେ କାମ ସରିଯାଏନାହିଁ। ରୋଷେଇଘର ଭିତରେ କେଉଁଜିନିଷ କେଉଁସ୍ଥାନରେ ରହିବ, ସେନେଇବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ, ରୋଷେଇଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗିରହେ। ତାହେଲେ ଆସନ୍ତୁଜାଣିବା ରୋଷେଇଘରର କେଉଁଦିଗରେ ପାଣିଟ୍ୟାପ ରହିବା ଆବଶ୍ୟକ।
ରୋଷେଇଘରେ ପାଣିଟ୍ୟାପ ଉତ୍ତର କିମ୍ବା ଉତ୍ତର-ପୂର୍ବଦିଗରେ ରହିବା ଉଚିତ। ଏହାଦ୍ୱାରା ଶୁଭଫଳ ମିଳିଥାଏ। କେବେ ରୋଷେଇଘରେ ଦକ୍ଷିଣପଶ୍ଚିମ ଦିଗରେ ପାଣିଟ୍ୟାପ ଲଗାନ୍ତୁନାହିଁ। ଏହାଦ୍ୱାରା ଘରେ କଳିଝଗଡ଼ା ଲାଗିରହିବା ସହ ଅଭାବ ଅନାଟନ ଲାଗି ରହିଥାଏ।
ରୋଷେଇଘରେ ପାଣିଟ୍ୟାପ ଗ୍ୟାସଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏଦିଗରେ ରହିବା ଉଚିତ୍ ନୁହେଁ। କାରଣ ଦୁଇଟିଯାକ ଭିନ୍ନ ଭିନ୍ନତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.