ଭୁବନେଶ୍ୱର,୯।୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଖେଳପଡ଼ିଆରେ ଆରମ୍ବ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ ମରିଚିଆକପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଥିଲା ତୃତିୟଦିବସ।ତୃତିୟ ଦିବସରେ ଜୟପୁର ତୃତୀୟଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି।ଶୁକ୍ରବାର ଗ୍ରୁପ (ସି)ର ପ୍ରଥମମ୍ୟାଚ ଜୟପୁର ସହିତ ଉସୁମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜୟପୁର ୧-୦ ଗୋଲରେ କ୍ବାଟରକୁ ଉତ୍ତିର୍ଣ୍ଣ ହୋଇଥିବା ବେଳେ ପରବର୍ତ୍ତୀ ସେହି ଗ୍ରୁପ (ସି)ର ମ୍ୟାଚ ନରଣପୁର ସହିତ ତାରଜନ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ନରଣପୁର ୧-୦ ଗୋଲରେ ବିଜୟଲାଭ କରି କ୍ବାଟରକୁ ଉତ୍ତିର୍ଣ୍ଣ ହୋଇଛି।
ସେପଟେ କ୍ବାଟର ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିବା ଗ୍ରୁପ (ସି)ର ବିଜେତା ଦଳ ଜୟପୁର ସହିତ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ।ଏହି ମ୍ୟାଚଟି ସମ୍ପୂର୍ଣ୍ଣ ଚିତାକର୍ଷକ ହୋଇଥିବା ବେଳେ ମ୍ୟାଚ ଅମୀମାଂସିତ ରହିବାରୁ ଜୟପୁର ୩ -୨ ଟାଇବ୍ରେକର ଗୋଲ ଜରିଆରେ ନରଣପୁରକୁ ପରାସ୍ତ କରି ତୃତୀୟ ଦଳ ଭାବରେ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି।ଶନିବାର ଗ୍ରୁପ (ଡ଼ି)ର ଶେଷ ଲିଗ ମ୍ୟାଚରେ ଗୋଠପୁର ସହିତ ଆମଣ ଏବଂ ବେଲଗଛିଆ ସହିତ ତଣ୍ଡିକଣା

ମଧ୍ୟରେ ଅନୁଷ୍ଠିତ ହେବ।ତୃତୀୟ ଦିବସରେ ମ୍ୟାଚକୁ ଓଡିଶା ଅଲମ୍ପିକ ଆସୋସିଏସନର ସଭାପତି ସମୀର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ବାରଙ୍ଗ ପ୍ରେସ କ୍ଲବର ସଭାପତି ଲିଙ୍ଗରାଜ ରାଉତ,ବାରଙ୍ଗ ୩୨ ନମ୍ବର ଯୋନ ଜିଲ୍ଲାପରିସଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ,ବିଜେପି ଯୁବମୋର୍ଚାର ସାଧାରଣ ସମ୍ପାଦକ ସୁବାସ ସାହୁ,ଜିଓଭା ଗ୍ରୁପୁର ସିଏମଡ଼ି ନୃସିଂହ ନାଥ ନନ୍ଦ,ସମାଜସେବୀ ସୁବାସ ପାତ୍ର,ତ୍ରଲୋକ୍ୟ ରାଉତ,ବାରଙ୍ଗ ବିଜେପି ମଣ୍ଡଳ ସଭାପତି ସୁନୀଲ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
