ମଇମାସ ୦୮ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,
ତିଥି-ଷଷ୍ଠୀ ଦିବା ଘ୧୨/୫୩ଗତେ ସପ୍ତମୀ,ନକ୍ଷତ୍ର-ଉତ୍ତରାଷାଢା ରାତ୍ରି ଘ୧୦/୩୨ ଗତେ ଶ୍ରବଣ।,ସୁର୍ୟୋଦୟ-ପ୍ରାତଃଘ୦୫/୨୦/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୨,ଯୋଗିନୀ ପଶ୍ଚିମେ ଦିବା ଘ୧୨/୫୩ଗତେ ବାୟବ୍ୟେ,ବିଛା,ଧନୁ ଓ ମୀନରାଶିରଘାତବାର,ସିଂହରାଶିର ଘାତଚନ୍ଦ୍ର,ଷଷ୍ଠୀ ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୫ମଧ୍ୟେ ଓ ଘ୦୭/୪୩ଗତେ ଘ୦୮/୨୯ମଧ୍ୟେ ଓ ଘ୧୨/୩୨ଗତେ ଘ୦୨/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୫୭ଗତେ ଘ୧୧/୪୫ ମଧ୍ୟେ,ଅଦ୍ୟ ନିମ୍ବ ଦିବା ଘ୧୨/୫୩ଗତେ ତାଳଭକ୍ଷଣ ନିଷେଧ।
ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟିଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ।କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟସକାଶେ ଅନୁତାପକରିବେ।ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନହୋଇ କାର୍ଯ୍ୟକଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକସ୍ତରରେ ପ୍ରତିଷ୍ଠାଲାଭ ପାଇପାରନ୍ତି।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନାରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକକ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟହେବେ।ଆର୍ଥିକସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି।ବ୍ୟବସାୟକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥସମ୍ପର୍କିତ ସମସ୍ୟା ସୃଷ୍ଟି ହେବ।ନିଜନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି।ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣହେବ।କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକକ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ,ବ୍ୟବସାୟ,ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେନାହିଁ।ବ୍ୟବସାୟିକକ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି।ଆନୁଷ୍ଠାନିକକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।କଳା, ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତାକ୍ଷେତ୍ରରେ ବେଶ୍ ଆଦୃତ ହେବେ।
ବିଛା-ପାରିବାରିକସମସ୍ୟା ମାନସିକସ୍ଥିତିକୁ କଳୁଷିତ କରିପାରେ।କୌଣସି କାର୍ଯ୍ୟ ସମ୍ପନ୍ନ କରିବାକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗକରିବେ।କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ।ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗିରହିବ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ।ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବନାହିଁ।ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବାପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁକାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ।କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ।ଯାନ୍ତ୍ରିକତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ,ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ।ସ୍ବାସ୍ଥ୍ୟରେଉନ୍ନତି ପରିଲକ୍ଷିତହେବାରୁ ସାମୟିକ ଆଶ୍ୱସ୍ତି ଲାଭକରିବେ। ଆଜି ସଭାସମିତି, ସତ୍ସଙ୍ଗ,ଆଧ୍ୟାତ୍ମିକତା,ରାଜନୀତି,ପ୍ରଶାସନପାଇଁ ଭଲ।

ଖାଲିପେଟରେ କଣଖାଇବା ଉଚିତ୍ ଏବଂ କଣ ନୁହେଁ?
ଆମ ଦିନର ଆରମ୍ଭ ଯଦି ସଠିକ୍ ଖାଦ୍ୟରୁ ହୁଏ,ତେବେ ଶରୀର ଦିନସାରା ସୁସ୍ଥ ଓ ଶକ୍ତିଶାଳୀ ରହିଥାଏ।ଭୁଲ୍ ଖାଦ୍ୟ ଖାଲିପେଟରେ ଖାଇଲେ ଏହା ଗ୍ୟାସ୍ ଏବଂ ହଜମପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।
🚫 ଏହି ସବୁଖାଦ୍ୟରୁ ଦୂରେଇ ରୁହନ୍ତୁ:
🍊 ଖଟାଫଳ:-ଏହା ପେଟରେ ଏସିଡିଟି ଏବଂ ଛାତି ଜଳାପୋଡ଼ା ସୃଷ୍ଟି କରିପାରେ।
☕ କଫି:-ଖାଲିପେଟରେ କଫି ପିଇବା ଦ୍ୱାରା ପେଟର ଭିତର ସ୍ତର ପ୍ରଭାବିତ ହୋଇଥାଏ।
🌶️ ରାଗଖାଦ୍ୟ:-ଏହା ପେଟରେ ଜଳାପୋଡ଼ା ଏବଂ ଅଶାନ୍ତି ସୃଷ୍ଟି କରିଥାଏ।
🍩 ମିଠାଜାତୀୟ ଖାଦ୍ୟ:-ଏହା ରକ୍ତରେ ଶର୍କରା ପରିମାଣକୁ ହଠାତ୍ ବଢ଼ାଇ ଦିଏ।
🥤ଥଣ୍ଡାପାନୀୟ ଓ କୋଲ୍ଡ ଡ୍ରିଙ୍କସ:-ଏହା ହଜମପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହ ପେଟରେ ଯନ୍ତ୍ରଣା ଦେଇପାରେ।
🥗 କଞ୍ଚା ପନିପରିବା:-ସକାଳୁସକାଳୁ କଞ୍ଚାପନିପରିବା ହଜମ କରିବା କଷ୍ଟକର ହୋଇଥାଏ।
✅ ଖାଲି ପେଟରେ ଏଗୁଡ଼ିକୁ ଖାଆନ୍ତୁ:-
🍌 କଦଳୀ:-ଏହା ସହଜରେ ହଜମହୁଏ ଏବଂ ଶରୀରକୁ ତୁରନ୍ତ ଶକ୍ତି ଯୋଗାଏ।
🥣 ଓଟସ୍:-ଏଥିରେ ପ୍ରଚୁରଫାଇବର ଥାଏ,ଯାହା ପେଟକୁ ଅଧିକସମୟ ପର୍ଯ୍ୟନ୍ତ ଭରି ରଖେ।
🥛 ଦହି:-ଏହା ପେଟକୁ ଥଣ୍ଡାରଖେ ଏବଂ ହଜମରେ ସାହାଯ୍ୟ କରେ।
🚰 ଉଷୁମପାଣି:-ଶରୀରରୁ ବିଷାକ୍ପଦାର୍ଥ ବାହାର କରିବାରେ ଏହା ସବୁଠାରୁ ଉତ୍ତମ।
🥜 ଭିଜା ହୋଇଥିବା ବାଦାମ:-ଏହା ମସ୍ତିଷ୍କ ଏବଂ ହୃଦୟ ପାଇଁ ଲାଭଦାୟକ।
🥚 ଅଣ୍ଡା:-ଏଥିରେ ପ୍ରୋଟିନ୍ ଥାଏ,ଯାହା ଶରୀରକୁ ଶକ୍ତିଶାଳୀ କରେ।
ଆଜିର ରାଶିଫଳ
Prev Post
