ବିଜେଡି ସାଧାରଣ ସମ୍ପାଦକ ହେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ଵର,୮।୫(ଏସଏସନିଉଜ)ଭୁବନେଶ୍ଵର ଉତର ନିର୍ବାଚନମଣ୍ଡଳୀରେ ବିଜେଡି ତାର ପୂର୍ବ ସ୍ଥିତି ମଜବୁତ୍ ରଖିବା ନିର୍ବାଚନମଣ୍ଡଳୀମଧ୍ୟରୁ ୩ଜଣଙ୍କୁ ଦଳୀୟପଦବୀରେ ଅବସ୍ଥାପିତ କରିଛି।ରଘୁନାଥପୁରଗ୍ରାମର ଗାନ୍ଧୀବାଦିନେତା ପ୍ରତାପଚନ୍ଦ୍ରରାଉତଙ୍କୁ ବିଜୁଜନତାଦଳ ସାଧାରଣ ସମ୍ପାଦକ ଭାବେ ଦଳପକ୍ଷରୁ ସାଧାରଣ ସମ୍ପାଦକ ଦେବୀପ୍ରସାଦମିଶ୍ର ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ରଘୁନାଥପୁର ଗ୍ରାମପଞ୍ଚାୟତର ପୂର୍ବତନସରଂପଚ,ବରୀମୁଣ୍ଡପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସହ ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନର ଦାୟିତ୍ଵରେ ରହିଥିଲେ ପ୍ରତାପ।ରାଜଧାନୀ ଉପକଣ୍ଠ ୫ପଞ୍ଚାୟତର ଜଣାଶୁଣା ମୂରବୀଭାବେ ସେ ବେଶ୍ ପରିଚିତ ଥିଲେ।ବିଜେଡିର ସାଧାରଣସମ୍ପାଦକ ଭାବେ ତାଙ୍କ ନାମ ଘୋଷଣା ପରେ ଶୁକ୍ରବାରଦିନ ଏହା ଜଣାପଡିବାରୁ ବିଭିନ୍ନଆଡୁ ତାଙ୍କପାଖକୁ ଶୁଭେଚ୍ଛାର ସୁଅ ଆସିବା ଆରମ୍ଭ ହୋଇଛି।ବିଶେଷକରି ୫ପଞ୍ଚାୟତର ବହୁଯୁବକ,ମହିଳା,ମୂରବୀମାନେ ରାଉତଙ୍କୁ ରଘୁନାଥପୁର ବାସଭବନରେ ଭେଟି ସ୍ବାଗତ ଓ ଶୁଭେଚ୍ଛା ଜଣାଇବା ସହ ଲୋକପ୍ରିୟ ବିଧାୟକ ସୁଶାନ୍ତ ରାଉତଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତକରିଛନ୍ତି ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.