୧୧-୫-୨୦୨୬(ସୋମବାର)ମେଷ ଦି୨୮ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୨୫।୫୩ ଦିଘ୩।୩୮,ଶତଭିଷା ଦ୫୨।୩୮ ରାଘ୨।୧୯,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)ମେଷ ଦ୩/୪୫/୪୫ ଇଂଘ ୫/୧୭/୩୦ ଗତେ ଉଦୟ।ତୁଳା ଦ୪/୩୭/୪୨ ଇଂଘ ୬/୧୦/୩୭ ଗତେ ଅସ୍ତ ।ଯୋଗିନୀ ପୂର୍ବେ । ଦିବା ଘ୩।୩୮ଗତେ ଉତ୍ତରେ।ଯାତ୍ରାଦି ଶୁଭକର୍ମ ନାସ୍ତି।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ମିଥୁନରାଶିର ଘାତବାର।ରାତ୍ରି ଘ୨।୧୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ଦିବା ଘ୬ ।୫୨ଗତେ ଘ୮।୨୬ମଧ୍ୟେ କାଳବେଳା ଘ୩।୨ ଗତେ ଘ୪।୩୭ମଧ୍ୟେ ବାରବେଳା।ରାତ୍ରି ଘ୧୦।୨୮ଗତେ ଘ୧୧।୫୩ ମଧ୍ୟେ,କାଳରାତ୍ରି।ମୃତେ ରାତ୍ରି ଘ୨।୧୯ଗତେ ପାଦଦୋଷ।ଫଳଂ ଗୋତ୍ରନାଶ, ତିଳକାଞ୍ଚନା ଦାନ।ରଜଶ୍ଚକ୍ରେ ସର୍ବସମ୍ପନ୍ନା ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଅଲାବୁ(ଲାଉ)ଦିବା ଘ୩।୩୮ଗତେ କଳମ୍ବୀ(କଳମଶାଗ)ଭକ୍ଷଣ ନିଷେଧ।ଶରଣଂ (ଅମୃତ)-ଦିବା ଘ୭।୪୧ଗତେ ଘ୧୦।୫ ମଧେ୬ ଘ୧୨।୨୯ଗତେ ଘ୨।୫ମଧ୍ୟେ ଘ୨।୫୩ ଗତେ ଘ୪।୨୯ମଧ୍ୟେରାତ୍ରି ଘ୬।୫୯ମଧ୍ୟେ ଘ୯।୨୩ଗତେ ଘ୧୧।୪୭ମଧ୍ୟେ ଘ୨।୧୧ ଗତେ ଘ୩।୪୭ମଧ୍ୟେ।(ମାହେନ୍ଦ୍ର)-ନାସ୍ତି ।
ମେଷ:-ଆପଣଙ୍କର ଇଚ୍ଛା ପୂରଣହେବ।ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରତିଯୋଗିତାମୂଳକ ପରୀକ୍ଷାପାଇଁ ପ୍ରସ୍ତୁତହେଉଥିବା ଛାତ୍ରଛାତ୍ରୀଙ୍କପାଇଁ ଦିନଟି ଭଲ।
ବୃଷ:-ଜନକଲ୍ୟାଣ କାର୍ଯ୍ୟରେ ସମୟଦେବେ।ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ।ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।
ମିଥୁନ:-ବହୁଦିନର ସ୍ବପ୍ନ ସାକାରହେବ।ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ।ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।
କର୍କଟ:-ଲୁଗାବ୍ୟବସାୟୀ ସତର୍କରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟରପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ସିଂହ: ନୂଆ କାମରେ ରୁଚିବଢ଼ିବ।ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲଖବର ମିଳିବ।
କନ୍ୟା:-ପ୍ରୋତ୍ସାହିତ କରୁଥିବା ଲୋକଙ୍କସହ ସମୟ ଅତିବାହିତ କରନ୍ତୁ। ଅଫିସ୍ରେ ଅଧିକସମୟ କାମକରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।
ତୁଳା:-ପୁରୁଣାସମସ୍ୟା ଦୂର ହେବ। କିଛି ଭଲଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟଭୂମିକା ନିର୍ବାହ କରିବେ।ଦାମ୍ପତ୍ୟଜୀବନ ପ୍ରୀତିମୟ ହେବ।
ବିଛା:-ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ।ପାରିବାରିକ ଜୀବନ ସୁଖମୟ ହେବ।
ଧନୁ:-ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।
ମକର:-ଚ୍ୟାଲେଞ୍ଜକୁ ଦୃଢ଼ଭାବେ ମୁକାବିଲା କରନ୍ତୁ।ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ।ବେପାରରେ ଲାଭ ହେବ।
କୁମ୍ଭ:-କାମରେ ସଫଳତା ମିଳିବ।ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ।ଘରକୁ କୌଣସି ନୂଆବନ୍ଧୁ ଆସିପାରନ୍ତି।ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମୀନ:-କୌଣସି ପୂର୍ବକଥାକୁ ନେଇ ଚିନ୍ତିତ ରହିବେ।ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟପାଇବେ।ଉପାର୍ଜନଲାଗି ଭଲସୁଯୋଗ ପାଇବେ। ମହିଳାଙ୍କଲାଗି ଦିନଟିଭଲ।।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା।।

ବିନା ମେକଅପରେ ବି ଚେହେରାହସିବ ଗୋଲାପଭଳି…
ବଜାରର କେମିକାଲ୍ଭରା ପ୍ରଡକ୍ଟଛାଡି ଆଜି ଟ୍ରାଏ କରନ୍ତୁ ଏହି ଶୁଦ୍ଧ ଘରୋଇ ଫେସ୍ ପ୍ୟାକ୍।
ସାମଗ୍ରୀ କଣ ରହିଲା?
•ଆଲୋଭେରାଜେଲ୍:-3ବଡ଼ଚାମଚ-ତ୍ୱଚାକୁ ଥଣ୍ଡାରଖେ,ଦାଗ କମାଏ ଆଉ ହାଇଡ୍ରେଟ୍ କରେ।
•ବିଟ୍ ପାଉଡର:-1ଛୋଟଚାମଚ-ଏଥିରେଥିବା ଆଣ୍ଟିଅକ୍ସିଡାଣ୍ଟ ଚେହେରାରେ ଗୋଲାପୀ ଆଭା ଆଣେ।
•ଚାଉଳପାଉଡର:-1ଛୋଟଚାମଚ-ପ୍ରାକୃତିକସ୍କ୍ରବ୍ ଭଳି କାମକରେ,ଡେଡ୍ ସ୍କିନ୍ ହଟାଏ।
•ଗୋଲାପଜଳ:-1-2ବଡ଼ଚାମଚ-ତ୍ୱଚାର ବାଲାନ୍ସ କରେ ଆଉ ଟୋନର୍ କାମ ଦିଏ।
ବ୍ୟବହାର ବିଧି:-ସବୁସାମଗ୍ରୀକୁ ଭଲଭାବରେ ମିଶାଇ ଏକ ଚିକ୍କଣପେଷ୍ଟ ପ୍ରସ୍ତୁତ କରନ୍ତୁ।ସଫା ମୁହଁରେ ଏହାକୁଲଗାଇ 30ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।ଶୁଖିଗଲାପରେ ଥଣ୍ଡା ପାଣିରେ ଧୀରେଧୀରେ ମାଲିସକରି ଧୋଇଦିଅନ୍ତୁ।ସପ୍ତାହକୁ 2-3 ଥର ବ୍ୟବହାର କଲେ ଫରକ ନିଜେ ଜାଣିପାରିବେ।ପ୍ରକୃତି ଦେଇଥିବା ଉପହାରରେ ହିଁ ଅସଲିସୌନ୍ଦର୍ଯ୍ୟ ଲୁଚିରହିଛି।ମେକଅପର ମୋଟାଲେୟର ନୁହେଁ,ଆପଣଙ୍କ ସୁସ୍ଥ ତ୍ୱଚାହିଁ ଆପଣଙ୍କୁ ସବୁଠୁ ସୁନ୍ଦର ଦେଖାଇବ।
⚠️ ଡିକ୍ଲାର୍:-ଏହା କେବଳ ସାଧାରଣସୂଚନା ଏବଂ ଘରୋଇ ଉପଚାର ଉପରେ ଆଧାରିତ।ପ୍ରତ୍ୟେକବ୍ୟକ୍ତିଙ୍କ ତ୍ୱଚାରପ୍ରକାର ଅଲଗା।ସମ୍ପୂର୍ଣ୍ଣ ମୁହଁରେ ଲଗାଇବାପୂର୍ବରୁ ହାତ କିମ୍ବା କାନପଛରେ ପ୍ୟାଚ୍ଟେଷ୍ଟ କରିନିଅନ୍ତୁ।ଯଦି କୁଣ୍ଡେଇ ହେବା,ଲାଲପଡ଼ିବା ବା କୌଣସି ଆଲର୍ଜି ଲକ୍ଷଣ ଦେଖାଦିଏ,ତୁରନ୍ତ ବ୍ୟବହାର ବନ୍ଦକରନ୍ତୁ।ସମ୍ବେଦନଶୀଳ ତ୍ୱଚା କିମ୍ବା କୌଣସି ଚର୍ମରୋଗ ଥିଲେ ଡାକ୍ତର ବା ଡର୍ମାଟୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ।ଏହି ପୋଷ୍ଟଟି କୌଣସି ମେଡିକାଲ୍ ପରାମର୍ଶର ବିକଳ୍ପ ନୁହେଁ।
Prev Post
Next Post
