ମଇମାସ ୧୦ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,
ତିଥି- ଅଷ୍ଟମୀଦିବାଘ୦୩/୨୮ଗତେ ନବମୀ,ନକ୍ଷତ୍ର- ଧନିଷ୍ଟା ରାତ୍ରିଘ୦୧/୫୪ ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃଘ୦୫/୧୯/୦୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୧/୨୨,ଯୋଗିନୀ ଐଶ।ନ୍ୟେ ଦିବା ଘ୦୩/୨୮ ଗତେ ପୂର୍ବେ,ମେଷରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ ଗତେ ଘ୦୧/୧୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୦୬ ଗତେ ଘ୦୯/୧୯ମଧ୍ୟେ ଓ ରାତ୍ରି ଘ୦୭/୪୮ଗତେ ଘ୦୯/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୬/୦୮ ମଧ୍ୟେ ଓ ଘ୦୧/୧୧ ଗତେ ଘ୦୧/୨୦ମଧ୍ୟେ ଓ ରାତ୍ରି ଘ୦୬/୫୭ଗତେ ଘ୦୭/୪୭ ମଧ୍ୟେ,ଅଦ୍ୟ ନଡ଼ିଆ ଦିବା ଘ୦୩/୨୮ଗତେ ଲାଉଭକ୍ଷଣ ନିଷେଧ।
ମେଷ:-ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ।ବକେୟା ଅର୍ଥ ଲାଭ,ଶାରୀରିକ ସୁସ୍ଥତା, ବନ୍ଧୁଙ୍କପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ।ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ,ସମର୍ଥନ ଲାଭ କରାଇବ। ଆପଣ ଭଲକଥା କହିଲେମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ।ବାରମ୍ବାର ଚେଷ୍ଟା ବିଫଳତାଜନିତ ମନରେ ସବୁବେଳେ ଟେନ୍ ସନ ଲାଗିରହିବ।ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚପରିମାଣ ବୃଦ୍ଧି ପାଇବ।
ମିଥୁନ:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନହେବାକାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି।ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନକ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ:-ଆଜି ନିଜପରିସରରେ ସାଧାରଣ କଥାକୁ ବଡ଼କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ।ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନାଦ୍ୱାରା ସମସ୍ୟାର ସରଳସମାଧାନ କରିବାରେ ସମର୍ଥ ହେବେ।ସରକାରୀସ୍ତରରୁ ହଠାତ୍ ଆଶା କରୁଥିବା ଶୁଭଖବରଶୁଣି ଖୁସି ହେବେ।
ସିଂହ:-ଆଜି ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ।ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା,ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା:-ଆଜି ଅର୍ଥ,ସମ୍ମାନ ଓ ବିଳାସ ବ୍ୟସନ ଦିଗପାଇଁ ବହୁତ ଭଲ ହେବ। ବହୁଦିନରୁ ଟଙ୍କାବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇ ଯାଇପାରେ।ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି,ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା:-ଆଜିଦିନଟି ଆପଣଙ୍କପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସିକାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା:-ଆଜିମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ରଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ।କ୍ରୀଡ଼ା,କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ:-ବନ୍ଧୁଙ୍କ ମନାନ୍ତରକାରଣରୁ ମନ ଭଲନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେନାହିଁ।ଶିଳ୍ପ, ବାଣିଜ୍ୟ କାରବାରକ୍ଷେତ୍ରରେ ବେଶ୍ ଖୁସୀ ରହିବେ।ରାଜନୀତିରେ ଓ ସାଙ୍ଗଠନିକକ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁନେଇ ସମ୍ପର୍କୀୟମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ ।ବିଳାସବ୍ୟସନ ଦ୍ରବ୍ୟକ୍ରୟପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳ କରିବାର ମଉକା ପାଇପାରିବେ।
କୁମ୍ଭ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।ଦୂରସ୍ଥାନକୁଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ:-ଆଜିର ବାଣିଜ୍ୟ,ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କସ୍ଥାପନକ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗିରହିବ। କଳା,ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।।

ଖାଲି ପେଟରେ କଣ ଖାଇବା ଉଚିତ୍ ଏବଂ କଣ ନୁହେଁ?
ଆମ ଦିନର ଆରମ୍ଭ ଯଦି ସଠିକ୍ ଖାଦ୍ୟରୁ ହୁଏ, ତେବେ ଶରୀର ଦିନସାରା ସୁସ୍ଥ ଓ ଶକ୍ତିଶାଳୀ ରହିଥାଏ। ଭୁଲ୍ ଖାଦ୍ୟ ଖାଲି ପେଟରେ ଖାଇଲେ ଏହା ଗ୍ୟାସ୍ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।
🚫 ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ:
🍊 ଖଟାଫଳ:-ଏହା ପେଟରେ ଏସିଡିଟି ଏବଂ ଛାତି ଜଳାପୋଡ଼ା ସୃଷ୍ଟି କରିପାରେ।
☕ କଫି:-ଖାଲି ପେଟରେ କଫି ପିଇବା ଦ୍ୱାରା ପେଟର ଭିତର ସ୍ତର ପ୍ରଭାବିତ ହୋଇଥାଏ।
🌶️ ରାଗ ଖାଦ୍ୟ:-ଏହା ପେଟରେ ଜଳାପୋଡ଼ା ଏବଂ ଅଶାନ୍ତି ସୃଷ୍ଟି କରିଥାଏ।
🍩 ମିଠା ଜାତୀୟ ଖାଦ୍ୟ:- ଏହା ରକ୍ତରେ ଶର୍କରା ପରିମାଣକୁ ହଠାତ୍ ବଢ଼ାଇ ଦିଏ।
🥤 ଥଣ୍ଡା ପାନୀୟ ଓ କୋଲ୍ଡ ଡ୍ରିଙ୍କସ:-ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହ ପେଟରେ ଯନ୍ତ୍ରଣା ଦେଇପାରେ।
🥗 କଞ୍ଚା ପନିପରିବା:- ସକାଳୁ ସକାଳୁ କଞ୍ଚା ପନିପରିବା ହଜମ କରିବା କଷ୍ଟକର ହୋଇଥାଏ।
✅ ଖାଲି ପେଟରେ ଏଗୁଡ଼ିକୁ ଖାଆନ୍ତୁ:-
🍌 କଦଳୀ:-ଏହା ସହଜରେ ହଜମ ହୁଏ ଏବଂ ଶରୀରକୁ ତୁରନ୍ତ ଶକ୍ତି ଯୋଗାଏ।
🥣 ଓଟସ୍:-ଏଥିରେ ପ୍ରଚୁର ଫାଇବର ଥାଏ, ଯାହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରି ରଖେ।
🥛 ଦହି:-ଏହା ପେଟକୁ ଥଣ୍ଡା ରଖେ ଏବଂ ହଜମରେ ସାହାଯ୍ୟ କରେ।
🚰 ଉଷୁମ ପାଣି:-ଶରୀରରୁ ବିଷାକ୍ପଦାର୍ଥ ବାହାର କରିବାରେ ଏହା ସବୁଠାରୁ ଉତ୍ତମ।
🥜 ଭିଜା ହୋଇଥିବା ବାଦାମ:- ଏହା ମସ୍ତିଷ୍କ ଏବଂ ହୃଦୟ ପାଇଁ ଲାଭଦାୟକ।
🥚 ଅଣ୍ଡା:-ଏଥିରେ ପ୍ରୋଟିନ୍ ଥାଏ, ଯାହା ଶରୀରକୁ ଶକ୍ତିଶାଳୀ କରେ।
।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।
Prev Post
