ଆଜିର ରାଶିଫଳ

ଶରୀରର କେଉଁ ସମସ୍ୟାରେ କଣ ଖାଇବେ? ଘରୋଇ ଟିପ୍ସ:

ମଇମାସ ୧୯ତାରିଖ ୨୦୨୬ମସିହା (ମଙ୍ଗଳବାର)ଜ୍ୟେଷ୍ଠମାସ(ମଳ)- ଶୁକ୍ଳପକ୍ଷ,ତିଥି- ତୃତୀୟା ଦିବାଘ୦୨/୩୨ଗତେ ଚତୁର୍ଥୀ,ନକ୍ଷତ୍ର- ମୃଗଶିରା ଦିବା ଘ୦୯/୨୬ ଗତେଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୧୪/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୫୭,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୩୨ଗତେ ନୈଋତେ,ମକରରାଶିର ଘାତବାର,କନ୍ୟାରାଶିର ଘାତଚନ୍ଦ୍ର,ତୃତୀୟ।ରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,
କାଳବେଳା -ଦିବା ଘ୦୧/୨୦ଗତେ ଘ୦୨/୫୮ମଧ୍ୟେ,ବାରବେଳା-ଦିବା ଘ୦୬/୫୦ ଗତେ ଘ୦୮/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୪ଗତେ ଘ୧୧/୩୫ ମଧ୍ୟେ ଓ ଘ୦୨/୫୯ଗତେ ଘ୦୩/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୧ ଗତେ ଘ୦୪/୨୫ମଧ୍ୟେ ଓ ରାତ୍ରି ଘ୦୮/୩୯ଗତେ ଘ୧୦/୧୫ମଧ୍ୟେ,ଅଦ୍ୟ ପୋଟଳ ଦିବା ଘ୦୨/୩୨ଗତେ ମୂଳାଭକ୍ଷଣ ନିଷେଧ।
ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନପତନ ଲାଗିରହିବ।ଅଟକି ରହିଥିବା କାମଗୁଡିକ ସମ୍ପନ୍ନହେବା କଷ୍ଟକର।ନିଜ ବାକିଆ କାମରେ ପ୍ରତିବନ୍ଧକ ଜନିତ ବିଷୟକୁନେଇ ଚିନ୍ତିତ ରହିପାରନ୍ତି।ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।
ବୃଷ-ଆଜି ଆକସ୍ମିକଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛିଅର୍ଥ ବ୍ୟୟକରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ।
ମିଥୁନ-ଆଜି ଶିଳ୍ପ,ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବନାହିଁ।ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜରମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ-ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶକରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ।ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜିପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
ସିଂହ-ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
କନ୍ୟା-ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବନାହିଁ ।
ତୁଳା-ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
ବିଛା-ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ।ଗତକାଲିଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ।କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ।ଯେଉଁ ବିବାଦୀୟ ଘଟଣାପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
ଧନୁ-ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
ମକର-ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
କୁମ୍ଭ-ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।
ମୀନ-ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।।

ଶରୀରର କେଉଁ ସମସ୍ୟାରେ କଣ ଖାଇବେ? ଘରୋଇ ଟିପ୍ସ:-
🩸 ଅନିୟମିତ ମାସିକ ଧର୍ମ: -ଅଦା ରସ ଏବଂ ମହୁ।
🧑‍🦳 ଅଳ୍ପ ବୟସରେ ବାଳ ପାଚିବା:- ଅଁଳା ଏବଂ କଳାଜିରା।
🧼 ବ୍ରଣ ସମସ୍ୟା:-କାକୁଡ଼ି, ଟମାଟୋ, ପାଣି ଏବଂ ଷ୍ଟ୍ରବେରୀ।
👀 ଆଖି ସମସ୍ୟା:-ଛୋଟ ମାଛ (ମହୁରାଳୀ/ମଲା ମାଛ), ସାରୁ ଶାଗ ଏବଂ ଗାଜର।
👄 ପାଟିରୁ ଦୁର୍ଗନ୍ଧ:- ପୋଦିନା ପତ୍ର ଏବଂ ଲବଙ୍ଗ।
🤧 ଥଣ୍ଡା-କାଶ ସମସ୍ୟା:- ମହୁ, ଅଦା ଚା’ ଏବଂ ଅଁଳା।
🤢 ଗ୍ୟାଷ୍ଟ୍ରିକ ସମସ୍ୟା:- ଦହି, ପାଚିଲା କଦଳୀ ଏବଂ କାକୁଡ଼ି।
🩸 ମଧୁମେହ (ଡାଇବେଟିସ୍):- କଳରା, କାକୁଡ଼ି ଏବଂ ବାଦାମ।
🩸 ରକ୍ତହୀନତା:- ପାଳଙ୍ଗ ଶାଗ, କଲିଜା ଏବଂ ଡାଳିମ୍ବ।
🧼 କିଡନୀ ସମସ୍ୟା:- ପଇଡ ପାଣି, ସେଓ ଏବଂ କାକୁଡ଼ି।
🫀 ହୃଦରୋଗ:- ଟୁନା ମାଛ, ଗ୍ରୀନ୍ ଟି ଏବଂ ପିସ୍ତାବାଦାମ (ଆଲମଣ୍ଡ)।
💪 ଓଜନବୃଦ୍ଧି:-ଘିଅ, କଦଳୀ, କ୍ଷୀର, ଡାଲି ଏବଂ ଅଣ୍ଡା।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

- Advertisement -

Leave A Reply

Your email address will not be published.