ଆଜିର ରାଶିଫଳ

ମଇମାସ ୨୧ତାରିଖ ୨୦୨୬ମସିହା(ଗୁରୁବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ଦିବାଘ୦୮/୪୧ଗତେ ଷଷ୍ଠୀ,ନକ୍ଷତ୍ର-ପୁଷ୍ୟା ରାତ୍ରୀ ଘ୦୩/୩୬ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ୦୫/୧୩/୪୭,,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୨୭,ଯୋଗିନୀ ଦକ୍ଷିଣେ ଦିବା ୦୮/୪୧ ଗତେ ପଶ୍ଚିମେ,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ପୁଷ୍କରଦୋଷ ନ।ସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୨/୫୮ଗତେ ଘ୦୬/୧୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୨/୪୭ ଗତେ ଘ୦୨/୫୭ମଧ୍ୟେ ଓ ରାତ୍ରି ଘ୦୭/୦୧ ଗତେ ଘ୦୯/୨୬ମଧ୍ୟେ ଓ ରାତ୍ରି ଘ୧୨/୪୪ଗତେ ଘ୦୩/୦୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୩ମଧ୍ୟେ ଓ ଦିବା ଘ୦୯/୧୪ଗତେ ଘ୧୦/୫୦ମଧ୍ୟେ,ଅଦ୍ୟ ନିମ୍ବଭକ୍ଷଣ ନିଷେଧ।
ମେଷ👉ମନଭିତରର ଅକୁହାକଥା ମାନସିକଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ।ଆକସ୍ମିକ ଆବଶ୍ୟକତାପୂରଣ କରିବା ସକାଶେ ଯେକୌଣସିପ୍ରକାରେ ଅର୍ଥସଂଗ୍ରହ କରିପାରନ୍ତି।ସାଂଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣାଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ବୃଷ👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ।କିନ୍ତୁ କର୍ମାଧିପ ରାଶିରେ କର୍ମସାଧନପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି।ଆଜିର ପ୍ରତ୍ୟୁଷଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
ମିଥୁନ👉ସରକାରୀ ସାହାଯ୍ୟ,ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ।ସ୍ଥଗିତକାର୍ଯ୍ୟ,ବିବାଦୀୟସ୍ଥିତି,ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳି ଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି।ବିବାଦୀୟ ପରିସ୍ଥିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
କର୍କଟ👉ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।ଶିଳ୍ପ,ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ।ଭୁଲ୍‌ ବୁଝାମଣାହେତୁ ଦାମ୍ପତ୍ୟଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲକାମକଲେ ମଧ୍ୟ ଅନ୍ୟମାନେଦୋଷ ଖୋଜିପାରନ୍ତି।
ସିଂହ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ।ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲକରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମାବିବାଦରେ,ପରିବହନର ଝଗଡାରେ ବିଜୟୀ ହେବେ।
କନ୍ୟା👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ।ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ।ଦୀର୍ଘଦିନରୁ ରହିଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ।ଅଭାବନଥିଲେ ମଧ୍ୟ ଛୋଟଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ତୁଳା👉ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶପାଇ ଖୁସୀହେବେ।ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରିପାରନ୍ତି।ଉଦ୍ୟୋଗ,ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟବ୍ୟତିକ୍ରମ ଦେଖାଦେଇପାରେ।ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ବିଛା👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ।କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେସାହିତ୍ୟ,ସାମ୍ବାଦିକତା,ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ।କଳା,ସାହିତ୍ୟ ଓ ସଙ୍ଗୀତକ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ର ସମ୍ବାବନା ରହିଛି।
ଧନୁ👉ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
ମକର👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ,ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ।ଅନୁଷ୍ଠାନିକ କାମ,ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟାକଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
କୁମ୍ଭ👉ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ।ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନାକରିବା ଭଲହେବ।ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଲେ ପ୍ରଶଂସିତହେବେ।କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ମୀନ👉ବନ୍ଧୁ ଗହଣରେ ବହୁପ୍ରତିକ୍ଷୀତ କାର୍ଯ୍ୟାରମ୍ଭକରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି।ମାଙ୍ଗଳିକକାର୍ଯ୍ୟ,ଜମିଜମାକ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ।ଉଚ୍ଚବର୍ଗଙ୍କ ସହାୟତା,ପାଖ ପଡ଼ୋଶୀଙ୍କ ଆଦର,ଅଭ୍ୟର୍ଥନାସଙ୍ଗକୁ ବିଭିନ୍ନକ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.