ଜୁନ୍ମାସ ୦୧ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ, ତିଥି-ପ୍ରତିପଦ ଦିବାଘ୦୪/୪୮ଗତେ ଦ୍ୱିତୀୟା,ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ୦୮/୦୨ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୭,ଯୋଗିନୀ ପୂର୍ବେ ଦିବା ଘ୦୪/୪୮ଗତେ ଉତ୍ତରେ,ମିଥୁନରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୪/୪୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୪୫ଗତେ ଘ୦୮/୨୬ ମଧ୍ୟେ,ବାରବେଳା-ଦିବା ଘ୦୩/୦୧ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୨୭ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୦ମଧ୍ୟେ ଓ ରାତ୍ରି ଘ୦୨/୧୯ଗତେ ଘ୦୩/୫୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୦୪/୪୨ଗତେ ଘ୦୫/୧୩ ମଧ୍ୟେ,ଅଦ୍ୟ ପାଣିକଖାରୁ ଦିବା ଘ୦୪/୪୮ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ:-ଆଜି କୌଣସି କାରଣରୁ ଆପଣ ଖୁସିରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି।ବିଦ୍ୟାର୍ଥୀମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତାପ୍ରାପ୍ତ କରି ପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ।ବ୍ୟବସାୟରେ ସଫଳତା ପ୍ରାପ୍ତହେବ।
ବୃଷ:-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବାପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନି ନହୋଇପାରେ,ଏହାର ଧ୍ୟାନରଖିବେ।ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧିହେବ।ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ।
ମିଥୁନ :-ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବାପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମସ୍ଥାନ ଦେବାକୁ ହେବ।ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କର୍କଟ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁନାହିଁ।ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।ରଚନାତ୍ମକକ୍ଷେତ୍ରରେ ମାନସମ୍ମାନପ୍ରାପ୍ତ ହେବ।
ସିଂହ :-ଆଜି ଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
କନ୍ୟା:-କମ ସମୟରେ ଅଧିକଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନରଖିବେ।କୋର୍ଟ-କଚେରୀ ବିଷୟରେ ନପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ବଜାୟରହିବ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
ତୁଳା:-ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ।ପୁରୁଣା ତଥା ପିଲା ଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭହେବ।ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
ବିଛା:-ଆଜିରଦିନଟି ଏକ ସ୍ମରଣୀୟଦିନ ଅଟେ।ବ୍ୟବସାୟ କ୍ଷେତ୍ରରେ ଅଧିକାରୀ ଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି।ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ହେବ।କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ଧନୁ:-ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି।ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ।ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।ମକର :- ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ।ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ।ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।
କୁମ୍ଭ :- ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବାପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ।ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ଆକସ୍ମିକ ଧନଲାଭ ହୋଇପାରେ।
ମୀନ:- ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ।ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣ ରଖିବେ।ଦୂରଯାତ୍ରାର ଯୋଗ ଅଛି।

ବଞ୍ଚିବାକୁ ହେଲେ ଜାଣିବାକୁ ହେବ!ସୁସ୍ଥ ଏବଂ ନିରୋଗ ଜୀବନ ଜିଇଁବା ପାଇଁ ପ୍ରକୃତି ଆମକୁ ଅନେକ ଅମୂଲ୍ୟ ଉପହାର ଦେଇଛି।ଆଜି ଜାଣିବା ରୋଷେଇ ଘରେ ଏବଂ ଆମ ପାଖପାଖରେ ମିଳୁଥିବା କିଛି ସହଜ ଜିନିଷର ଚମତ୍କାରୀ ଉପକାରିତା:-
🦵 🍌ଗୋଡ଼ ବିନ୍ଧାରୁ ମୁକ୍ତି:-ଯଦି ଆପଣଙ୍କର ଗୋଡ଼ କିମ୍ବା ମାଂସପେଶୀ ରେ ବ୍ୟଥା ହେଉଛି,ତେବେ ଲଗାତାର ୧୫ଦିନ ପ୍ରତିଦିନ କଦଳୀ ଖାଆନ୍ତୁ। ଏହା ଗୋଡ଼ ବିନ୍ଧାକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରେ।
🌿 🤢ବାନ୍ତିରୁ ଉପଶମ:-ହଠାତ ବାନ୍ତିହେବା ପରି ଲାଗିଲେ ବା ବାନ୍ତି ହେଉଥିଲେ, କିଛି ଧନିଆପତ୍ର ପାଟିରେପକାଇ ଚୋବାଇ ଖାଆନ୍ତୁ।ଏହାଦ୍ୱାରା ବାନ୍ତିହେବା ଶୀଘ୍ର ବନ୍ଦ ହୋଇଯାଏ।
🫚 🪵ଅଣ୍ଟାବିନ୍ଧା ପାଇଁ ଔଷଧ:-ଆଜିକାଲି ଅଣ୍ଟାବିନ୍ଧା ଏକ ସାଧାରଣ ସମସ୍ୟା।ନିୟମିତଭାବେ ଅଦା ଖାଇଲେ ଅଣ୍ଟାବିନ୍ଧା ଏବଂ ଶରୀରର ଯେକୌଣସି ପ୍ରଦାହ(inflammation)ରୁ ବହୁତ ଆରାମ ମିଳିଥାଏ।
🥚 💇ଚୁଟି ଉପୁଡ଼ିବା ବନ୍ଦ:-ଯଦି ଆପଣ ଚୁଟିଝଡ଼ିବା ସମସ୍ୟାରେ ଚିନ୍ତିତ, ତେବେ ପ୍ରତିଦିନ ଗୋଟିଏ ସିଝା ଅଣ୍ଡା ଖାଆନ୍ତୁ। ଏଥିରେ ଥିବା ପ୍ରୋଟିନ୍ ଓ ବାୟୋଟିନ୍ ଚୁଟି ଉପୁଡ଼ିବା ଶୀଘ୍ର କମାଇଥାଏ।
🍇 🩸ରକ୍ତ ପରିଷ୍କାର:-ଶରୀରକୁ ସୁସ୍ଥ ରଖିବାପାଇଁ ରକ୍ତ ସଫା ରହିବା ଜରୁରୀ। ପ୍ରତିଦିନ କିଛି କିସମିସ ଖାଇଲେ ଶରୀରର ରକ୍ତ ସ୍ଵାଭାବିକ ଭାବେ ପରିଷ୍କାର ହୋଇଥାଏ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
