ଅଧା ରହିଗଲା ରୋଷେଇ,ପଛପଟୁ ଧକ୍କା ଦେଲା କାର

ଭୁବନେଶ୍ୱର,୩୧।୫(ଏସଏସନିଉଜ)ଦୋକାନରୁ ଚାଉଳକିଣି ଘରକୁ ଫେରୁଥିବା ବେଳେ ସାଇକେଲଆରୋହୀଙ୍କୁ ପଛରୁପିଟିଲା ଦୃତଗାମୀକାର।ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ନିକଟ ଦୂଲ୍ଲାଦେଈ ଛକରେ ରବିବାର ରାତିରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣାରେ ସାଇକେଲଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟଗୁରୁତର ହୋଇଛନ୍ତି।ଗୁରୁତର ବ୍ୟକ୍ତି ଜଣକ ହେଲେ ରଘୁନାଥପୁରଗ୍ରାମ ସବରସାହିର ପଞ୍ଚାନନନାୟକ ଓ ଆହତ ବ୍ୟକ୍ତି ହେଉଛନ୍ତି ବେହେରା।ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ନନ୍ଦନକାନନଥାନା ପୋଲିସ ପହଞ୍ଚି କାର ଓ ସାଇକେଲ ଜବତକରି କାର ଚାଳକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।କାରଚାଳକ ଜଣକ ହେଲେ ଅଭିଷେକପଣ୍ଡା ତାଙ୍କ ଘର ଆଠଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ ପଟିଆ ଅଞ୍ଚଳରେ ରୁହନ୍ତି। ନିଜ କାର ଯୋଗେ ନନ୍ଦନକାନନପଟୁ ପଟିଆ ଅଭିମୁଖେ ଆସୁଥିବା ସମୟରେ ରାତି ପ୍ରାୟ ୮ଟା ସମୟରେ ରଘୁନାଥପୁର ମାଦୂଲ୍ଲାଦେଈ ମନ୍ଦିରନିକଟରେ ଦୁର୍ଘଟଣା ଘଟାଇଥିଲା।ରାସ୍ତାକଡ଼ରେଥିବା ଏକ ତେଜରାତି ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଗୋଲେଖ ବେହେର ଓ ପଞ୍ଚାନନ ନାୟକଙ୍କୁ ଧକ୍କା ଦେଇଥିଲା। ପଞ୍ଚାନନ ଦୋକାନରୁ ଚାଉଳପ୍ୟାକେଟକିଣି ସାରି ସାଇକେଲରେ ଲଦିବା ସମୟରେ ପଛପଟୁ କାରଆସି ତାଙ୍କୁ ଧକ୍କା ଦେଇଥିଲା।ସାଇକେଲ ସହ ପଞ୍ଚାନନ ଛିଟିକି ପଡ଼ି ଗୁରୁତର ଆହାତ ହୋଇଥିଲେ।ରାସ୍ତା ସାରାଚାଉଳ ପ୍ୟାକେଟ ବିଛାଇହୋଇ ପଡ଼ି ରହିଥିଲା।ଦୁର୍ଘଟଣାରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଗୋଡ଼ହାତ ଭାଙ୍ଗିଯାଇଛି। କାରଟିର ବେଗ ଏତେ ଅଧିକଥିଲାଯେ ସାଇକେଲ ଉପରେ ଚଢି ଯାଇଥିଲା।ଫଳରେ କାରଟି ଆଉ ସେଠାରୁ ଯାଇପାରିନଥିଲା।ସେପଟେ ଦୋକାନର ସମ୍ମୁଖ ଭାଗ ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହେଇଛି।ଦୋକାନ ଆଗରେ ଛିଡ଼ା ହୋଇଥିବା ଗୋଲେଖଙ୍କୁ ମଧ୍ୟ କାରଟିକୁ ଧକା ଦେଇଥିଲା।ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ କାର ଚାଳକଙ୍କୁ କାବୁକରି ପୋଲିସକୁ ସୂଚନା ଦେଇଥିଲେ।ସେପଟେ ଗୁରୁତର ଅବସ୍ଥାରେ ପଞ୍ଚାନନ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ କାର୍ ଓ ସାଇକେଲ ଜବତକରି ତଦନ୍ତ ଚଳାଇଛି।

- Advertisement -

Leave A Reply

Your email address will not be published.