ବଦଳିଲେ ବାରଙ୍ଗ ଆଇଆଇସି

ମେଡିକାଲରେ ରାକେଶକୁ ଭେଟିଲେ ବାଙ୍କୀ ବିଧାୟକ

କଟକ,୩୧।୫(ଏସଏସନିଉଜ) ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା ଅଧିକାରୀ ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପୁରୀଘାଟ ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୁଲିସ ଗତ ୨୪ ତାରିଖରେ ଥାର୍ଡଡିଗ୍ରୀ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ।ଏହି ଘଟଣାକୁ ଚପାଇ ଦେବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ନ୍ୟାୟ ପାଇବା ପାଇଁ ଗ୍ରାମବାସୀମାନେ ବାରଙ୍ଗ ଥାନାକୁ ଘେରାଉ ଠାରୁ ଆରମ୍ଭ କରି ଭୁବନେଶ୍ବର – କଟକ ରାସ୍ତା ଅବରୋଧ କରିବାକୁ ପଛାଇନଥିଲେ।ଶେଷରେ ବାଧ୍ୟ ହୋଇ ବାରଙ୍ଗ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି ।ଶନିବାର ରାତିରେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ରାକେଶ ପରିବାରକୁ ନ୍ୟାୟ ସ୍ୱରୂପ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନକୁ ହାତକୁ ନେବାକୁ ପଛାଇବୁ ନାହିଁ ପୋଲିସକୁ ଚେତାବନୀ ଦେଇଥିଲେ।
ଅନ୍ୟପଟେ କଟକ ବଡମେଡିକାଲରେ ଚିକିତ୍ସାଧିନ ଥିବା ରାକେଶର ସ୍ବାସ୍ଥ୍ୟ ବସ୍ତାରେ ଟିକେ ସୁଧାର ଆସିଥିବାର ପରିବାର ଲୋକ କହିଛନ୍ତି।ରବିବାର ମେଡିକାଲ ଯାଇଥିବା ପରିବାର ଲୋକଙ୍କୁ ରାକେଶ ଚିହ୍ନିଥିବା
ର ପରିବାର ପକ୍ଷରୁ କୁହାଯାଇଛି। ଗୋଟେପଟେ ବାରଙ୍ଗ ଥାନା ଅଧିକାରୀ ବଦଳି ଓ ଅନ୍ୟପଟେ ରାକେଶର ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ବିଷୟ ଜଣାପଡିବା ପରେ ଗ୍ରାମରେ ଉତେଜନା ପରିମାଣ ଟିକେ ଥମିଛି ।ରାକେଶର ସ୍ତ୍ରୀ ମଧ୍ୟ ଘରକୁ ଫେରିଥିବାର ଜଣାପଡିଛି।
ଅନ୍ୟପଟେ ଆସନ୍ତା ୨ତାରିଖରେ ଚଣ୍ଡୀ ପ୍ରସାଦ ଗାଁରେ ପୁରୁଣା ପରମ୍ପରା ଅନୁଯାୟୀ ଯାତ୍ରା(ଅପେରା) ହେବାକୁ ଯାଉଛି।ରାକେଶକୁ ନେଇ ବିବାଦ ଦେଖାଯିବା ପରେ ଯାତ୍ରା ହେବାର ଅନିଶ୍ଚିତତା ଦେଖାଦେଇଥିଲା।କିନ୍ତୁ ରାକେଶର ସ୍ବାସ୍ଥ୍ୟରେ ଉନ୍ନତି ହେଉଥିବାରୁ ରବିବାର ରାତିରେ ସମୂହ ଗ୍ରାମବାସୀଙ୍କର ବୈଠକ ହେବ।ଏଥିରେ ଗାଁ ଯାତ୍ରା ସହ ରାକେଶ ପରିବାରକୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି। ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି,ବାରଙ୍ଗଓକିଲ ସଂଘ, ବାରଙ୍ଗ ବରିଷ୍ଟ ନାଗରିକ ସଂଘ,ବାରଙ୍ଗ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆଜି ମେଡିକାଲ ଯାଇଥିଲେ।ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଆଜି ମେଡିକାଲ ଯାଇ ରାକେଶର ସ୍ବାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଚିକିତ୍ସା ସହ ଡାଇଲେସିସ କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି। ଏହାସହ ଉକ୍ତ ପରିବାରକୁ କିପରି ନ୍ୟାୟ ମିଳିବ ସେଥିନେଇ କଟକ ଡିସିପିଙ୍କ ସହ କଥା ହୋଇଥିବାର ଜଣାପଡିଛି।ସେପଟେ ବାରଙ୍ଗ ଥାନା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିବାର ଦେଖିବାକୁ ମିଳିଛି।

- Advertisement -

Leave A Reply

Your email address will not be published.