କଟକ,୧।୫(ଏସଏସନିଉଜ)କଟକ ପ୍ରେସଛକଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଛ ମାର୍କେଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।ମାଛମାର୍କେଟ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
