ପୁଣି ପୋଲିସର ଥାର୍ଡ ଡିଗ୍ରି!

ଭୁବନେଶ୍ୱର,୧।୬(ଏସଏସନିଉଜ)ପୋଲିସ ମାଡ଼ରେ ପୁଣି ଜଣକଙ୍କ ମୃତ୍ୟୁ ଅଭିଯୋଗ ଆସିଛି।କବିସୂର୍ଯ୍ୟନଗର ଥାନା ପୋଲିସ ନାମରେ ଅଭିଯୋଗ ହୋଇଛି।ଅଟକ ଯୁବକକୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆସିଛି।ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ଘର ସୁବୁଳିଆ ଗାଁରେ ହୋଇଥିବା ବେଳେ ଗତକାଲି ଯୁବକଙ୍କୁ ଥାନାକୁ ଆଣିଥିଲା ପୋଲିସ।ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର।ଆଇଜିଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଏସପିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

- Advertisement -

Leave A Reply

Your email address will not be published.