ଭୁବନେଶ୍ୱର,୧।୬(ଏସଏସନିଉଜ) କଟକ-ଭୁବନେଶ୍ବର ରାସ୍ତାର ରଘୁନାଥପୁର ଗାଁମୁଣ୍ଡରେ ଶବରଖି ସୋମବାର ରାତିରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ।କାଲି ରାତିରେ ଏକ କାର ଧକ୍କାରେ ରଘୁନଥପୁରଗ୍ରାମ ଶବରସାହିର ପଞ୍ଚାନନ ନାୟକ(୪୫)ଙ୍କର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମେଡିକାଲରେ ମୃତ୍ୟୁ ଘଟିଥିଲା।ମୃତକପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ପରିବାର ସହ ସ୍ଥାନୀୟ ଲୋକ ସୋମବାର ରାତିରେ ରଘୁନାଥପୁର ଗାଁମୁଣ୍ଡରେ ରାସ୍ତା
ଅବରୋଧ କରିଥିଲେ।ରାସ୍ତାଟି କଟକ- ଭୁବନେଶ୍ବରକୁ ସଂଯୋଗ କରୁଥିବାରୁ ଶହଶହ ଗାଡ଼ି ଅଟକି ରହିଥିଲା।ନନ୍ଦନ କାନନ ଥାନା ପୋଲିସ ଆସି ବୁଝାସୁଝା କରିବା ସହ ୬୦ହଜାରେ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାରୁ ୧ଘଣ୍ଟାପରେ ରାତି ୮ଟାରେ ରାସ୍ତାରୋକ୍ ଉଠିଥିଲା।
Prev Post
Next Post
