୨୦୨୬ମସିହା,ଜୁଲାଇମାସ,୧୫ତାରିଖ, ବୁଧବାର,ଶ୍ରୀମନ୍ଦିରେ ରଥ ଆଜ୍ଞାମାଳ ବିଜେ, ଶ୍ରୀଜୀଉଙ୍କର ଉଭାଯାତ୍ରା, ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୯/ ୪୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/ ୬,ଆଷାଢ଼ମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ପ୍ରତିପଦ୍ ଦିବା ଘ୧୨/୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ସୌର ଚଳନେ-ମିଥୁନ ଦିନ ୩୧ ହର୍ଷଣ ଯୋଗ ଦିବା ଘ୯/୨୫ମି ପର୍ଯ୍ୟନ୍ତତଦନ୍ତେ ବଜ୍ରଯୋଗ,କରଣ- ବବକରଣ ଦିବା ଘ୧୨/୬ମି ପର୍ଯ୍ୟନ୍ତତଦନ୍ତେ ବାଳବକରଣ ଦିବା ଘ୧୦/ ୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ,ଦିବା ଘ୧୨/୬ମି ପରେ ଉତ୍ତର ଦିଗରେ ।ତିଥିଦୋଷ ହେତୁ ଦିବା ଘ୧୨/୬ମିପରେ ଯାତ୍ରାଶୁଭ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଘାତଚନ୍ଦ୍ର- ଘାତଚନ୍ଦ୍ର ନାହିଁ।ଘାତବାର-କର୍କଟରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୩୨ମି ପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଏବଂ ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-କୁଷ୍ମାଣ୍ଡ (ପାଣିକଖାରୁ)ଦିବା ଘ୧୨/୬ମିପରେ ବୃହତି (ବୋଇତାଳୁ)ଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା)ଦିବା ଘ୮/୩୮ମି ରୁ ଘ୧୦/୧୫ମି ପର୍ଯ୍ୟନ୍ତ(ବାରବେଳା)ଦିବା ଘ୧୧/ ୫୮ମିରୁ ଘ୧/୩୦ମି ପର୍ଯ୍ୟନ୍ତ (କାଳରାତ୍ରି)ରାତ୍ରି ଘ୨/୩୮ମି ରୁ ଘ୪/୧ମି ପର୍ଯ୍ୟନ୍ତ ଶୁଭବେଳା- (ଅମୃତବେଳା)ଦିବା ଘ୭/୪୭ମିରୁ ଘ୧୦/୫୬ମିମଧ୍ୟେ,ଦିବା ଘ୧୨/ ୨୦ମି ରୁ ଘ୪/୩୨ମିମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୧୦/୨୫ମି ମଧ୍ୟେ,ରାତ୍ରି ଘ୧୨/୪୯ମି ରୁ ଘ୨/୨୫ମିପର୍ଯ୍ୟନ୍ତ (ମାହେନ୍ଦ୍ରବେଳା)ନାହି ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ଦିବା ଘ୧୨/୬ମି ପରେ ୧ପାଦ ତିଥି ପୁଷ୍କରଦୋଷ ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବନ୍ଧ୍ୟା।ରାତ୍ରି ଘ୧୦/୩୨ମିପରେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା।ଶାନ୍ତି କରଣୀୟ।ଘୃତତାମ୍ରପାତ୍ର,ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ ।ଦିବା ଘ୧୨/୬ମିପର୍ଯ୍ୟନ୍ତ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ-ଦିବା ଘ୧୨/୬ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୮ ନକ୍ଷତ୍ରେ ଦେବତାଗଠନ,ନବଦୋଳାଦ୍ୟାରୋହଣ,ବୃକ୍ଷରୋପଣ,ନୌକାଚାଳନା ଓ ଯାତ୍ରା,ନାମକରଣ,ନିଷ୍କ୍ରାମଣ, ଅନ୍ନପ୍ରାଶନ,ନବାନ୍ନ,ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ୟୁପଭୋଗ,ନବବସ୍ତ୍ରପରିଧାନ,ଔଷଧକରଣ ଓ ସେବନ, ହଳପ୍ରବାହ,ବୀଜବପନ,ବାଣିଜ୍ୟକରଣ,ଅଳଙ୍କାରଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ,ରାଜଦର୍ଶନ (ରାଧାରମଣ)ଦିବା ଘ୧୨/୪ମିଗତେ ପୁଷ୍ୟା ନକ୍ଷତ୍ରେ ସର୍ବବେଦୀ ବ୍ରତୋପନୟନ, ଗୃହାରମ୍ଭ,ଗୃହପ୍ରବେଶ,ଅନ୍ନପ୍ରାଶନ, ନବାନ୍ନ, ବିଦ୍ୟାରମ୍ଭ,ହଳପ୍ରବାହ ଓ ବୀଜବପନ,କର୍ଣ୍ଣବେଧ,ଚୂଡାକରଣ,ଜଳାଶୟ ଖନନ ଓ ପ୍ରତିଷ୍ଠା,ବାଣିଜ୍ୟକରଣ,ଦେବତାଗଠନ ଓ ପ୍ରତିଷ୍ଠା, ରାଜଦର୍ଶନ ,ନାମକରଣ,ନବବସ୍ତ୍ର ଓ ଅଳଙ୍କାରଧାରଣ,ବୃକ୍ଷରୋପଣ,ଧର୍ମଶାସ୍ତ୍ର ଆରମ୍ଭ ନୂତନଯାନ ପୂଜା (ରାଷ୍ଟ୍ରୀୟ ହିନ୍ଦୁପଞ୍ଚାଙ୍ଗ)
🐐ମେଷ👉ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ।ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା। ରଚନାତ୍ମକକାର୍ଯ୍ୟ,ସାହିତ୍ୟ ଚର୍ଚ୍ଚା,ସଙ୍ଗୀତ ସାଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
🐂ବୃଷ👉କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ଚୁପ୍ ରହି ଚଳିବାକୁ ବାଧ୍ୟହେବେ।ରୋହିଣୀ ନକ୍ଷତ୍ରପାଇଁ ବନ୍ଧୁଙ୍କ ସହାନୁଭୂତି ସାମାଜିକ ସ୍ତରରେ ସାହାଯ୍ୟ କରିବ।ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ।ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପରିସ୍ଥିତି ଜଟିଳ ହେବନାହିଁ ।
👩❤️👨 ମିଥୁନ👉ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣ ହେବ। ଭୁଲ୍ ବୁଝାମଣାରୁ ବନ୍ଧୁଙ୍କସହ ମନାନ୍ତର ଘଟିପାରେ।ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ।ମୃଗଶିରାନକ୍ଷତ୍ର ସକାଶେ ପରୋକ୍ଷଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ।
🦀କର୍କଟ👉ଶୁଭଚନ୍ଦ୍ର ପ୍ରଭାବରୁ ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ। ଯାତ୍ରା ସମୟରେ ଅଜଣାଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବାଭଲ।ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନକରନ୍ତୁ।ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
🦁 ସିଂହ👉ଆଜିର ଯାତ୍ରା,ବାଣିଜ୍ୟ,ଚେଷ୍ଟାକରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ଦିଗରୁ ଶୁଭଫଳ ପାଇବେ।ଏକ ମାଙ୍ଗଳିକପରିବେଶରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।ପୂର୍ବାଫାଲ୍ଗୁନୀ ସକାଶେ କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ସହକର୍ମୀଙ୍କ ସହ ଆଲୋଚନାକରିବାର ଅବସର ପାଇବେ ନାହିଁ।
🧕କନ୍ୟା👉ଅସାବଧାନତାକାରଣରୁ କିମ୍ବା ପକେଟମାର ଦ୍ୱାରା ଧନହାନିର ସମ୍ଭାବନା ରହିଛି। ଗତକାଲିଠାରୁ ଚିନ୍ତା କରିଥିବା କାମଗୁଡ଼ିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟାହେବାରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି।ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତାକ୍ଷେତ୍ରରେ ଆଦୃତ ହେବେ। ହସ୍ତାନକ୍ଷତ୍ରର ବୁଝାମଣାରୁ ପରିବାରରେ ଅଶାନ୍ତି ଦୂର ହୋଇଯିବ।
⚖️ତୁଳା👉ସହକର୍ମୀଙ୍କସହ ସୁସମ୍ପର୍କ ଅଭାବରୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡ଼ିପାରେ।ଏପରିକି କୌଣସିକାର୍ଯ୍ୟ ସମ୍ପନ୍ନକ୍ଷେତ୍ରରେ ଚିତ୍ରା ନକ୍ଷତ୍ର ପାଇଁ ବନ୍ଧୁମାନେ ଅସହଯୋଗ କରିପାରନ୍ତି।ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସପାଇବାର ଅନୁଭବ କରିବେ।ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ।
🦂ବିଛା👉ଅଟକି ରହିଥିବା କାମ ଆରମ୍ଭକରିବାକୁ ମନ ବଳାଇବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେବ। ଅନୁରାଧା ନକ୍ଷତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ,ଯାହାକି ଆପଣଙ୍କ କଳ୍ପନା ବାହାରେ ଥିବା ପରି ମନେହେବ।ଗୃହସୀମା କିମ୍ବା ଜମିଜମା କାରଣକୁ ନେଇ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
🏹ଧନୁ👉ପାପଗ୍ରହଙ୍କ କୁପ୍ରଭାବରୁ ଦୈହିକଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ହାତକୁ ନେଇଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ସହଯୋଗ ପାଇବା କଷ୍ଟକର ହେବ।ନିର୍ମାଣକ୍ଷେତ୍ରରେ ଚାପର ସମ୍ମୁଖୀନ ହେବେ। ଉତ୍ତରାଷାଢା ନକ୍ଷତ୍ର ପ୍ରିୟଜନଙ୍କସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହେବ ।
🐊ମକର👉ଆପଣ ଯେଉଁକାମରେ ହାତଦେବେ ସେଥିରେ ସଫଳତା ପାଇବା ସକାଶେ ସାମାନ୍ୟ ବିଳମ୍ବ ଘଟିପାରେ।ନିଜ ପାଇଁ ଉପଭୋଗ୍ୟ ନ ହେଲେ ମଧ୍ୟ ଘରେ ବନ୍ଧୁ ମିଳନ ଜନିତ ଆମୋଦ ପ୍ରମୋଦର ସୁଅଛୁଟିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଠାତ୍ ସମସ୍ୟା ସୃଷ୍ଟିହେବା କାରଣରୁ ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ।
🏺କୁମ୍ଭ👉ଆଜିର ଯାତ୍ରା ପ୍ରୀତିପ୍ରଦ ରହିବାସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।ଶତଭିଷାନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ।ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବାର ସୂଚନା ରହିଛି।
🐟ମୀନ👉କର୍ମକ୍ଷେତ୍ରରେ ଅବହେଳିତକାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ମାଙ୍ଗଳିକ ଉସତ୍ବନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିବେ। ଆକସ୍ମିକ ଭାବରେ ଅଫିସ୍ରେ ନୂତନଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। କାର୍ଯ୍ୟହାନି କାରଣରୁ ଉତ୍ତରଭାଦ୍ରପଦ୍ ନକ୍ଷତ୍ର ହତାଶାବୋଧ କରିପାରନ୍ତି।
🕉️ନୀତିବାଣୀ🕉️
ଏ ସମ୍ପର୍କବି ବଡ ଅଜବ।ବିନା ବିଶ୍ବାସରେ ସମ୍ପର୍କ ଆରମ୍ଭ ହୁଏନାହିଁ କି ବିନା ଧୋକାରେ ସମ୍ପର୍କ ଶେଷ ହୁଏନାହିଁ।କର୍ମ ହିଁ ଭଗବାନ ଏକଥା ସମସ୍ତେ ଜାଣିବା ପରେ ମଧ୍ଯ ପ୍ରତିକର୍ମରେ ଲୋକେ ନିଜସ୍ବାର୍ଥ ରଖିହିଁ କର୍ମ କରିଚାଲନ୍ତି।ନିଜକୁ ଏତେବି ଚିନ୍ତାଗ୍ରସ୍ତ କରାନ୍ତୁ ନାହିଁ …କାରଣ ପରିସ୍ଥିତି ଯେତେ ଖରାପ ହୋଇଥାଉନା କାହିଁକି ବଦଳିବତ ନିଶ୍ଚୟ ।ଜୀବନରେ ସବୁକିଛି ଛାଡିଦେଲେ ବି,ହସ ଆଉ ଆଶା କେବେ ବି ଛାଡ଼ନ୍ତୁନାହିଁ। କାରଣ ଏହି ଦୁଇଟା ଜିନିଷହିଁ ତୁମକୁ ବଞ୍ଚିରହିବାକୁ ପ୍ରେରଣା ଦେବ।
ଆଜିର ରାଶିଫଳ
Prev Post
