ଭୁବନେଶ୍ୱର,୧୫।୭(ଏସଏସନିଉଜ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଦାନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ସୁବିଧାଜନକ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭ ଉନ୍ମୋଚନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ହୋଇଯାଇଛି।
ଏହି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଦେଶ ଓ ବିଦେଶରେ ବସବାସ କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ସୁରକ୍ଷିତ ଏବଂ ସ୍ୱଚ୍ଛ ପ୍ରଣାଳୀରେ ମହାପ୍ରଭୁଙ୍କ ପାଖରେ ନିଜର ଦାନ ସମର୍ପଣ କରିପାରିବେ।
ଆଧୁନିକ ପ୍ରଯୁକ୍ତି ସହ ଆମର ସନାତନ ପରମ୍ପରାକୁ ଯୋଡ଼ି, ମହାପ୍ରଭୁଙ୍କ ଦିବ୍ୟ ସେବାରେ ନିଜକୁ ସାମିଲ କରିବା। ଆପଣଙ୍କ ପ୍ରତ୍ୟେକ ସମର୍ପଣ ଭକ୍ତିର ପ୍ରତୀକ ଓ ଶ୍ରୀଜଗନ୍ନାଥଙ୍କ ଚରଣରେ ଏକ ପବିତ୍ର ଅର୍ପଣ।

ଏହି ଅବସରରେ ଆଇନ,ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ,ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର,ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
Prev Post
Next Post
