ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ,୧ଗିରଫ

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ଜଣେ ଭିନ୍ନକ୍ଷମ ବ୍ୟକ୍ତି କରୁଥିବା କୁକୁଡାଫାର୍ମକୁ ବିରୋଧ କରି ଚାନ୍ଧା ମାଗିବା ଓ ନଦେଲେ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି ।ସିଏ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ପାଇକେରାପୁର ଗ୍ରାମର ବାଦଲ ମାଳିଆା
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପାଇକରାପୁର ବାସିନ୍ଦା ଏବଂ ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ସାନ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଅଭିଯୋଗକାରୀଙ୍କ ଉପରେ ଘରର ସମସ୍ତ ଦାୟିତ୍ବ ନ୍ୟସ୍ତ ଥିଲା । ଗତ ୨୨.୦୬.୨୦୨୬ ସନ୍ଧ୍ୟା ପ୍ରାୟ ୫ ଟା ବେଳେ, ସେ ଘର ବଗିଚାରେ ଉପସ୍ଥିତ ଥିଲେ । ଏହି ସମୟରେ ଅଭିଯୁକ୍ତ ବାଦଲ ମାଳିଆ, ସତ୍ୟବ୍ରତ ନାୟକ ଏବଂ ତାଙ୍କର ସହଯୋଗୀ ମାନେ ସେଠାରେ ପହଞ୍ଚିବା ସହ ସତ୍ୟବ୍ରତ ନାୟକ ହଠାତ୍ ତାଙ୍କ ଉପରକୁ ଏକ ବୋମା ସଦୃଶ ବସ୍ତୁ ଫିଙ୍ଗି ବିସ୍ଫୋରଣ କରିଥିଲେ । ଭୟରେ ଅଭିଯୋଗକାରୀ ସେଠାରୁ ପଳାଇବାକୁ ଚେଷ୍ଟା କରିବା ବେଳେ ଅଭିଯୁକ୍ତ ତାଙ୍କୁ ପିଛା କରିବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ । ଏହାପରେ ଅଭିଯୁକ୍ତ ନିଜ ବନ୍ଧୁକ ବଟ୍‌ରେ ତାଙ୍କ ମୁଣ୍ଡକୁ ଆଘାତ କରି ଟଙ୍କା ଦେ, ନହେଲେ ତୋତେ ମାରିଦେବୁ ବୋଲି ଧମକ ଦେଇଥିଲେ ।ଏବିଷୟରେ ପୋଲିସକୁ ଜଣାଇଲେ ହତ୍ୟାକରିବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ ବୋଲି ଚିତ୍ତରଞ୍ଜନ ରାଉତରାୟ ଚନ୍ଦକାଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ କେସନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ବେଳେ ଅଭିଯୋଗକାରୀ ଚିତ୍ତରଞ୍ଜନ ରାଉତରାୟ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ଏବଂ ସଫ୍ଟୱେର ଇଞ୍ଜିନିୟର, ଯିଏ ନିଜ ଜମିରେ କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ । ପଡ଼ୋଶୀ ରିଙ୍କୁ ଓରଫ ସତ୍ୟବ୍ରତ ନାୟକ ଏହି ନିର୍ମାଣକୁ ବିରୋଧ କରୁଥିଲେ । ଘଟଣା ଦିନ ଚିତ୍ତରଞ୍ଜନ ଘରକୁ ଫେରୁଥିବା ବେଳେ ସତ୍ୟବ୍ରତ ନାୟକ ଓ ବାଦଲ ମାଳିଆ ଓରଫ ବିଶ୍ୱଜିତ ମାଳିଆ ତାଙ୍କ ଉପରକୁ ବୋମା ସଦୃଶ ବସ୍ତୁ ଫିଙ୍ଗିଥିଲେ, ଯାହାଦ୍ବାରା ସେ ଭୟଭୀତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ପରେ ସତ୍ୟବ୍ରତ ଏକ ବନ୍ଧୁକ ବାହାର କରି ତାଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ ଏବଂ ଜୋରଜବରଦସ୍ତି ତାଙ୍କ ପକେଟରୁ ଟଙ୍କା ଲୁଟି ନେଇଥିଲେ । ଉଭୟ ଅଭିଯୁକ୍ତ ଘଟଣା ବିଷୟରେ ପୋଲିସକୁ ଜଣାଇଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ଥାନା ଅଧିକାରୀଣି ସମିତା ମିଶ୍ର ଜାଣିବାକୁ ପାଇଥିଲେ ।ପୋଲିସ ଏହି ଘଟଣାରେ ବାଦଲ ମାଳିଆଙ୍କୁ ଗିରଫ କରି ବୁଧବାର କୋର୍ଟଚାଳଣ କରିଛି ।ପୋଲିସ ତଦନ୍ତ ବେଳେ ବାଦଲପୂର୍ବରୁ ଚନ୍ଦକା ଥାନାର ୩ ଟି ଏବଂ ଭରତପୁର ଥାନାର ଗୋଟିଏ ମାମଲାରେ ସମ୍ପୃକ୍ତ ରହିଥିବାର ଜଣିବାକୁ ପାଇଛି ।

- Advertisement -

Leave A Reply

Your email address will not be published.