ଆଜିର ରାଶିଫଳ

0 257

ଅଗଷ୍ଟ ମାସ ୦୬ ତାରିଖ ୨୦୨୧ ମସିହା(ଶୁକ୍ରବାର)  କନ୍ୟା ରାଶିର ଘାତଚନ୍ଦ୍ର ।ବିଛା, ଧନୁ ଓ ମୀନ ରାଶିମାନଙ୍କର ଘାତବାର । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାଇଗଣ ବିରି ଭକ୍ଷଣ ନିଷେଧ । ଶିବ ଚତୁର୍ଦ୍ଦଶୀ, ଉପବାସ ଓ ବେଢ଼ା ପରିକ୍ରମା ।
ମେଷ: ଆପଣ ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ।
ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ କୌଣସି ବିବାଦ ହୋଇପାରେ। କୋର୍ଟ କଚେରି ମାମଲାରେ ପଶିପାରନ୍ତି।
ମିଥୁନ: ଆପଣ ସକାରାତ୍ମକ ଶକ୍ତିରେ ଭରପୂର ରହିବେ। ସମାଜରେ ଆପଣଙ୍କର ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ।
କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇଂଜିନିୟରଙ୍କୁ ଲାଭ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ କଥା ହେବେ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।
ସିଂହ: ଅଫିସରେ କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ଭାଗୀଦାରିରେ କରୁଥିବା କାମରୁ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।
କନ୍ୟା: ଆପଣ ନିଜ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ପ୍ରେମିକପ୍ରେମିକା ସୁଖଦ ସମୟ ଅତିବାହିତ କରିବେ।
ତୁଳା: ଆପଣ ବିଶେଷ କାମ ପ୍ରଥମେ ସମାପ୍ତ କରିବେ। କୌଣସି ନୂଆ ସ୍ରୋତରୁ ଆପଣଙ୍କୁ ଧନଲାଭ ହେବ। ସାଥୀଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ।
ବିଛା: କୌଣସି କାମ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଘରେ ସନ୍ତୋଷଭରା ଦିନଟିଏ ଅତିବାହିତ କରିବେ।
ଧନୁ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।
ମକର: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିଜନଙ୍କ ସହିତ ଗମ୍ଭୀର ବିଷୟରେ କଥା ହେବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ଧୈର୍ଯ୍ୟ ଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ। ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ।
ମୀନ: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ କିଛି ନୂଆ ରଚନାତ୍ମକ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

Leave A Reply

Your email address will not be published.