ଆଜିର ଅନୁଚିନ୍ତା

ତାରିଖ : ୦୬/୦୮/୨୦୨୧,ଶୁକ୍ରବାର

0 257

➡️”ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯିବ !!
➡️”କିଛି ଲୋକ ଅନ୍ୟକୁ ବିପଦରେ ପକାଇ ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ହୋଇଥାନ୍ତି .ସେମାନେ ଜାଣି ନଥାନ୍ତି ଯେ ସେ ଖୁସି ଅଳ୍ପଦିନର କାହିଁକିନା ସୃଷ୍ଟିର ନିୟମ ଅଛି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନିଜକୁ ପଡ଼ିବାକୁ ହୁଏ ବୋଲି !!
➡️”ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦ୍ଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି , କାହିଁକିନା ଏ ଦୁନିଆରେ ଭଲପାଇବା ଲୋକ କମ କଷ୍ଟ ଦେଲା ଲୋକ ଅଧିକ ମିଳିଥାନ୍ତି !!
➡️”କୌଣସି ଶବ୍ଦକୁ ଅବମାନନା କରନ୍ତୁ ନାହିଁ , କାହିଁକିନା ଆମର ଗୋଟିଏ ଛୋଟ ” ହଁ ” କିମ୍ବା ଗୋଟିଏ ଛୋଟ ” ନା ” ସମ୍ପୂର୍ଣ୍ଣ ଜୀବନକୁ ପରିବର୍ତ୍ତନ କରିଦେଇଥାଏ !
➡️”ଆପଣଙ୍କୁ ଯଦି କେବେ କାହା କଥା ଖରାପ ଲାଗୁଛି , ତେବେ କିଛି ବି ପ୍ରତିଉତ୍ତର ନଦେଇ ନିରବ ହୋଇ ଯାଆନ୍ତୁ . କାହିଁକିନା ନିରବତା ହିଁ ପୃଥିବୀର ସବୁଠାରୁ ବଡ଼ ଉତ୍ତର !!
➡️”ଯେଉଁମାନଙ୍କୁ ଆମେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ଵ ଦେଇଥାଉ ସାଧାରଣତଃ ସେଇମାନେ ହିଁ ଆମକୁ ଅଣଦେଖା କରିଥାନ୍ତି , କାହିଁକିନା ଇତିହାସ ସାକ୍ଷୀ ଅଛି ଯେ ଯାହା ଆବଶ୍ୟକତା ଠାରୁ ଅଧିକ ହୋଇଥାଏ ତାହା ହିଁ କ୍ଷତି କରିଥାଏ !!
ଆଜିର ସୁବିଚାର
➡️”ଜନ୍ମ ହେଉଛି “Start of life” ସୌନ୍ଦର୍ଯ୍ୟ ହେଉଛି “art of life” .. ପ୍ରେମ ହେଉଛି “part of life” କିନ୍ତୁ, ବନ୍ଧୁତା ହେଉଛି “Heart of life” !!”
➡️”ଜୀବନରେ କାହାକୁ କନ୍ଦେଇକି ଦାନ ଧର୍ମ କଲେ କିଛି ଲାଭ ନାହିଁ , ଯଦି ଦୁଃଖି ମଣିଷଟିଏ ମୁହରେ ହସ ଫୁଟେଇ ପାରିଲ ତେବେ ତୁମକୁ ମନ୍ଦିର ଯିବାକୁ ପଡ଼ିବନି !!
➡️”କେବେ କେବେ ନିଜର କଥା କହିବାର ଶୈଳୀ କୁ ବଦଳାଇ ତ ଦେଖ … କିଏ ତୁମକୁ କେତେ ଭଲ ପାଏ , ଆପେ ଆପେ ଜାଣି ପାରିବ .. !!
➡️”ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ ଆଉ ସମସ୍ୟା ଜୀବନର ଶେଷ ନୁହେଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧୌର୍ଯ୍ୟ ଧରିବା ଆବଶ୍ୟକ !!
➡️”ସମ୍ମାନ ବା ଭଲପାଇବା ଦେବାର ଅଛି ମଣିଷଟିକୁ ଜୀବିତ ଅବସ୍ଥାରେ ଦିଅ , ଲୋକଟି ଦୁନିଆରୁ ଚାଲିଯିବା ପରେ ତ ଘୃଣା କରୁଥିବା ଲୋକଟିର ମଧ୍ୟ ଆଖିରୁ ତା ପାଇଁ ଦୁଇ ଟୋପା ଲୁହ ଝରି ପଡ଼ିଥାଏ … !!
➡️”ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରନ୍ତୁନି କାରଣ ସମୁଦ୍ର ଢେଉ ଯେମିତି ଆଗକୁ ଆସିଥାଏ ସେମିତି ପଛକୁ ବହୁତ ଶୀଘ୍ର ଚାଲିଯାଇଥାଏ !!
!!ଜୟ ସନ୍ତୋଷୀ ମାତା,ଶୁଭ ସକାଳ ଆଜି ଶୁକ୍ରବାର ମା ସନ୍ତୋଷୀ ମାତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ମାତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା !!

Leave A Reply

Your email address will not be published.