ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର

ସକାଳର ଖବର, ୦୬-ଅଗଷ୍ଟ-୨୦୨୧,ଶୁକ୍ରବାର

0 223

➡️୧-ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର । ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌ ନିର୍ଦେଶାବଳୀ କଡାକଡି ପାଳନ ପୂର୍ବକ ସକାଳ ୬ଟା ଠାରୁ ରାତି ୮ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ।
➡️୨-ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ଦୁଗ୍ଧ ଚାଷୀଙ୍କୁ ମିଳିଲା । ଏକ ଲକ୍ଷ ଦୁଗ୍‌ଧ ଚାଷୀ ପାଇଲେ ୬୦୦୦ ଟଙ୍କା । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି।
➡️୩-ରାଜ୍ୟରେ ଆସନ୍ତା ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ, ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । ସେହିଭଳି ୧୬ରୁ ମଧ୍ୟ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ , ସେପ୍ଟେମ୍ବରରେ ହେବ ବାକି ସେମିଷ୍ଟର ପରୀକ୍ଷା ।
➡️୪-ଆଜିଠାରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ମିଳିଲା ଅନୁମତି, ମନ୍ଦିର ଗର୍ଭ ଗୃହକୁ ପ୍ରବେଶ, ଭୋଗ ଓ ପ୍ରସାଦ ସେବନ ଆଦି ବାରଣ ।
➡️୫-ଦୂର ହେବ DL ଟେନସନ୍‌, ଏଣିକି କାର କମ୍ପାନୀ, ଅଟୋମୋବାଇଲ୍‌ ଆସୋସିଏସନ୍‌ ଏବଂ ଏନଜିଓକୁ ମଧ୍ୟ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବାକୁ ମିଳିବ ଅନୁମତି ।
➡️୬-ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
➡️୭-ଅଗଷ୍ଟ ୧୫ରେ ବଜାରରେ ଉପଲବ୍ଧ ହେବ ଓଲା ଇଲେକ୍ଟ୍ରିକ୍ ସ୍କୁଟର । ଏ ନେଇ କମ୍ପାନୀର ସିଇଓ ଦେଲେ ସୂଚନା ।
➡️୮-ଅଗଷ୍ଟ ୧୦ରେ ହେବ ପୋଗାସସ ଶୁଣାଣି, ଏନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି ।
➡️୯-ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ବେଳେ ୱାଇ-ଫାଇ ବ୍ୟବହାର କରିବାର ସୁଯୋଗ ଯାତ୍ରୀଙ୍କୁ ଆଉ ମିଳିବ ନାହିଁ । ଏହି ସୁବିଧା ଦେବା ଲାଗି ରେଳବାଇ ଯେଉଁ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିଲା ତାହାକୁ ବନ୍ଦ କରିଦେଇଛନ୍ତି। ଏ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ।
➡️୧୦-ରେକର୍ଡ ସ୍ତରରେ ସେନସେକ୍ସ, ପ୍ରଥମଥର ପାଇଁ ୫୪ ହଜାର ଉପରେ ସେନସେକ୍ସ । ୧୬,୩୦୦ ଉପରେ ବନ୍ଦ ହେଲା ନିଫ୍ଟୀ ।
➡️୧୧-ଅତୀତରେ ହୋଇଥିବା କାରବାର ଉପରେ ଟିକସ ଲାଗୁ କରିବା ଲାଗି ଯେଉଁ ଆଇନ ପ୍ରଚଳନରେ ଥିଲା ତାହାକୁ କେନ୍ଦ୍ର ସରକାର ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
➡️୧୨-ବୈଦେଶିକ ମୁଦ୍ରା ନିୟମ ଉଲ୍ଲଙ୍ଘନ ନେଇ ଫ୍ଲିପକାର୍ଟକୁ ଇଡିର ନୋଟିସ୍, ଦେବାକୁ ପଡ଼ିପାରେ ୧୦ ହଜାର କୋଟିର ଜରିମାନା ।
➡️୧୩-ସେପ୍ଟମ୍ବର ୧୫ରୁ ହେବ ବିହାର ପଞ୍ଚାୟତ ନିର୍ବାଚନ, ୧୦ଟି ପର୍ଯ୍ୟାୟରେ ହେବ ଭୋଟିଂ ।
➡️୧୪-ମୌସୁମୀ ଅଧିବେଶନର ତ୍ରୟୋଦଶ ଦିବସ, ହ‌ଟ୍ଟଗୋଳ ଭିତରେ ଗୃହୀତ ହେଲା ୪ ବିଲ୍‌ ।
➡️୧୫-ଧାରା ୩୭୦ ଉଚ୍ଛେଦକୁ ଦୁଇବର୍ଷ ପୂରିଲା, ଜମ୍ମୁ କାଶ୍ମୀରରେ ଏ ଯାଏଁ ଲାଗୁ ହୋଇଛି ୮୯୦ କେନ୍ଦ୍ରୀୟ ଆଇନ ।
➡️୧୬-ଓଡିଶା ପାଇଁ ଗୌରବମୟ ମୁହୂର୍ତ୍ତ, ଦୁଇ ଓଡିଆଙ୍କ ବେକରେ ଝୁଲିଲା ପ୍ରଥମ ହକି ଅଲିମ୍ପିକ୍ସ ମେଡାଲ୍ । ଓଡିଆ ଡିଫେଣ୍ଡର- ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ବଡ଼ ଭୂମିକା ।
➡️୧୭-ରୌପ୍ୟ ପଦକ ଜିତିଲେ ଭାରତର କୁସ୍ତି ଯୋଦ୍ଧା ରବି ଦହିଆ । ଫାଇନାଲରେ ସେ ଋଷର କୁସ୍ତିଯୋଦ୍ଧା ଜାଭୁର ଉଗେଭଙ୍କଠାରୁ ହାରିବା ପରେ ମିଳିଲା ରୋପ୍ୟ ପଦକ ।
➡️୧୮-ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ
➡️୧୯-ଆଜି ବ୍ରୋଂଜ ପାଇଁ ଖେଳିବ ଭାରତୀୟ ମହିଳା ହକି ଦଳ : ମ୍ୟାଚ୍ ଜିତିଲେ ଖେଳାଳିଙ୍କୁ ମିଳିବ ପୁରସ୍କାର; ହୀରା ବ୍ୟବସାୟୀ ସାବଜୀ ଢୋଲକିଆଙ୍କ ଘୋଷଣା ।
➡️୨୦-ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌: ଭାରତ ସୁଯୋଗ ଖସିଲା, ବର୍ଷା ସାଜିଲା ବାଧକ । ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଦାୟିତ୍ବହୀନ ପ୍ରଦର୍ଶନ କରିବା ସହ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୧୨୫ ରନ୍‌ କରିଛି।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.