ଆଜିର ରାଶିଫଳ

ନଭେମ୍ବର ମାସ ୧୨ ତାରିଖ ୨୦୨୧ ମସିହା(ଶୁକ୍ରବାର)

0 307

ମାଁ ପରମେଶ୍ବରୀ ନମଃ ,ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳ,ଅଁଳା ନବମୀ ଓ ଜଗଧାତ୍ରୀ ପୂଜା,କାର୍ତ୍ତିକ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ,ନକ୍ଷତ୍ର- ଧନିଷ୍ଟାତିଥି- ନବମୀ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ ।👉🏿ମେଷ: ଆୟଯୋଗ👉🏿ବୃଷ: ଭ୍ରମଣ ଯୋଗ👉🏿ମିଥୁନ: ଅସହାୟ ଯୋଗ👉🏿 କର୍କଟ:ଧନକ୍ଷୟ👉🏿 ସିଂହ: ବନ୍ଧୁ ସହଯୋଗ👉🏿 କନ୍ୟା: ଶତ୍ରୁ ହାନି👉🏿 ତୁଳା: ଆଲୋଚନା👉🏿 ବିଛା: ପ୍ରତିରୋଧ👉🏿ଧନୁ: ଉଚ୍ଚ ସମ୍ମାନ🤙🏿 ମକର : ଶ୍ରୀ ଚନ୍ଦ୍ର👉🏿 କୁମ୍ଭ : ପଥରୋଧ👉🏿 ମୀନ: ଘାତ ଚନ୍ଦ୍ର।
ମେଷ:-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ

ମିଥୁନ:-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ:-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା :-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

ମକର:-ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
କୁମ୍ଭ :-ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ…. ଯିଏ ଅଜ୍ଞାନୀ ହୋଇଥାଏ ତାକୁବି ବୁଝେଇ ହେବ…. ” କିନ୍ତୁ “ଯିଏ ଅଭିମାନି ତାକୁ ବୁଝେଇବାସମ୍ଭବ ନୁହେଁ….” କେବଳ “ସମୟ ହିଁ ତାକୁ ବୁଝେଇ ଦେଇଥାଏ….ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ..! 🙏ଜୟ ହନୁମାନ 🙏

Leave A Reply

Your email address will not be published.