ଆଜିର ରାଶିଫଳ

 ତାରିଖ-୦୯-୧୨-୨୦୨୧

0 308

🙏🏾ମାଁ ପରମେଶ୍ବରୀ ନମଃ🙏🏾ମାସ- ମାର୍ଗଶୀର ,ପକ୍ଷ-ଶୁକ୍ଳ ,ଗୁରୁବାର,ତିଥି- ଷଷ୍ଠୀଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତଚନ୍ଦ୍ର ଦିବା ଘ୧୦-୧୨ମି ଗତେ ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର ନିଷିଦ୍ଧ ଖାଦ୍ୟ-ନିମ୍ବ ରାତ୍ରି ଘ୦୮-୦୦ମି ଗତେ ତାଳ ଭକ୍ଷଣ ନିଷେଧ 👉🏿ମେଷ: ପରିଶ୍ରମ👉🏿ବୃଷ: ଭ୍ରମଣ👉🏿ମିଥୁନ:ଦେହପୀଡା👉🏿 କର୍କଟ: ମିତ୍ରଲାଭ👉🏿 ସିଂହ: ଅସହାୟ👉🏿 କନ୍ୟା: ମାନହାନି👉🏿 ତୁଳା: ଉଚ୍ଚ ଆଶା👉🏿 ବିଛା: ବାଦବିବାଦ👉🏿ଧନୁ: ଆକୁଳିତ🤙🏿ମକର: ଉତ୍ସାହିତ👉🏿 କୁମ୍ଭ : ଅଶାନ୍ତି👉🏿 ମୀନ: ପରିଶ୍ରମ।
ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ-ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
କର୍କଟ –ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।

ସିଂହ-ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
କନ୍ୟା-ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
ତୁଳା-ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
ବିଛା-ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
ଧନୁ-ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
ମକର-ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ-ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
ମୀନ-ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ।
ଯଦି ସମ୍ପର୍କ ବଞ୍ଚେଇବା ପାଇଁ ନଇଁବାକୁ ପଡେ….ତାହେଲେ ନଇଁଯାନ୍ତୁ-ଯଦି ସମ୍ପର୍କ ରକ୍ଷା କରିବା ପାଇଁ କିଛି ସହିବାକୁ ହୁଏ…. ତାହେଲେ ସହିଯାନ୍ତୁ….ଆଉ ଯଦି ବାରମ୍ବାର ଆପଣଙ୍କୁ ହିଁ ସହିବାକୁ ଆଉ ନଇଁବାକୁ ପଡେ…. ତାହାଲେ ରହିଯାନ୍ତୁ-କାରଣ-ସମ୍ପର୍କ ଜଣେ ଚାହିଁଲେ ବଞ୍ଚେନି, ଉଭୟ ପକ୍ଷରୁ ସମ୍ପର୍କ ପାଇଁ ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ। ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !🙏🏾ଜୟମା ମହାଲକ୍ଷ୍ମୀ,ଜୟ ଜଗନ୍ନାଥ,ଜୟ ସୋମନାଥ🙏🏾

Leave A Reply

Your email address will not be published.