ବୀରପୁଅକୁ ଝୁରୁଛି ଦେଶ…

ଖବର ଆଜିର,ତାରିଖ ୦୯-୧୨-୨୦୨୧/ଗୁରୁବାର

0 255

୧-ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ।
୨-ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ…
୩-‘ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍’- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ ।
୪-ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: କହିଲେ, ଜଣେ ଅଦ୍ୱିତୀୟ ଯୋଦ୍ଧାଙ୍କୁ ହରାଇଲୁ ।
୫-ଦୁଇ ବର୍ଷ ଭିତରେ ରାଜ୍ୟରେ ମାପ ଓ ଓଜନରେ କେତେ ଦଲାଲ ଓ ଠକ ଧରାପଡ଼ିଛନ୍ତି ତାହାର ରି‌ପୋର୍ଟ ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
୬-୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରରେ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି।
୭-ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ ।
୮-ଦିଲ୍ଲୀ ଦଙ୍ଗା: ଶାହରୁଖ ପାଠନ ବିରୋଧରେ ‘ଚାର୍ଜ ଫ୍ରେମ’କଲେ କୋର୍ଟ, ରୁଜୁ ହେଲା ଆଟେମ୍ପଟ୍ ଟୁ ମର୍ଡର କେସ୍ ।
୯-ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଟେଷ୍ଟରେ ରାହାଣେଙ୍କ ସ୍ଥାନ ନେଲେ ରୋହିତ ଶର୍ମା ।

୧୦-ମାହାଙ୍ଗା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ହତ୍ୟା ମାମଲା : ଥାନା ଅଧିକାରୀଙ୍କ ପୁନଃ ଆବେଦନ ଅଗ୍ରାହ୍ୟ
୧୧-ଆଞ୍ଜେଲା ମର୍କେଲଙ୍କ ଯୁଗର ଅବସାନ, ଜର୍ମାନୀର ନୂଆ ଚାନସେଲର ହେଲେ ଓଲାଫ ସଲତଜ୍ ।
୧୨-ଓମିକ୍ରନର ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ମାରାତ୍ମକ ନୁହେଁ କରୋନାର ନୂଆ ପ୍ରଜାତି, ଜୁନ ସୁଦ୍ଧା ସ୍ୱାଭାବିକ ହୋଇପାରେ ସ୍ଥିତି ।
୧୩-ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । କନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହିତ ସମ୍ପର୍କକୁ ନେଇ ଜ୍ୟାକ ଇଡିର ସ୍କାନରରେ ରହିଛନ୍ତି । ଶୁଭ ସକାଳ,ସୁପ୍ରଭାତ
ସମ୍ପର୍କ ଯେତେ ଖରାପ ହୋଇ ଥାଉନା…କାହିଁକି…କେବେବି ଭାଙ୍ଗିବାକୁ ଦିଅନ୍ତୁ ନାହିଁ… କାହିଁକିନା…ପାଣି ଯେତେ ଦୂଷିତ ହୋଇଥିଲେ.. ମଧ୍ୟ…ଶୋଷ ସିନା ମେଣ୍ଟାଇ ପାରିବନି…କିନ୍ତୁ…ନିଆଁ ତ ଲିଭାଇପାରିବ….🙏🏾ଓଁ ମା ମହାଲକ୍ଷ୍ମୀ ନମଃ🙏🏾

Leave A Reply

Your email address will not be published.